ଦୁଇ ଟୋପା ପାଣି ପାଇଁ ଲୋକ ହନ୍ତସନ୍ତ; ମୁଣ୍ଡରେ ମାଠିଆ ଧରି କଲେ ପ୍ରତିବାଦ

ଲୁଣି ପାଣି ନୁହେଁ ଭଲ ପାଣି ପାଇଁ ଆନ୍ଦୋଳନ । ମୁଣ୍ଡରେ ଗଗରା ଓ ମାଠିଆ ଧରି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କଲେ ୩ ପଞ୍ଚାୟତର ମହିଳା।

ମୁଣ୍ଡରେ ମାଠିଆ ଧରି କଲେ ପ୍ରତିବାଦ କଲେ ମହିଳା (ପ୍ରତୀକାତ୍ମକ ଛବି)

ମୁଣ୍ଡରେ ମାଠିଆ ଧରି କଲେ ପ୍ରତିବାଦ କଲେ ମହିଳା (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବାଲେଶ୍ଵର: ଲୁଣି ପାଣି ନୁହେଁ ଭଲ ପାଣି ପାଇଁ ଆନ୍ଦୋଳନ । ମୁଣ୍ଡରେ ଗଗରା ଓ ମାଠିଆ ଧରି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କଲେ ୩ ପଞ୍ଚାୟତର ମହିଳା। ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ଶୀଘ୍ର କରାଯିବ ସମାଧାନ।

ମୁଣ୍ଡରେ ଗଗରା ଧରି ଜୋରସୋରରେ ପ୍ରତିବାଦ। ଜଣେ ନୁଁହେ କି ଦୁଇ ଜଣ ନୁଁହେ ଶତାଧିକ ମହିଳାଙ୍କ ପ୍ରତିବାଦ । ତେବେ ପ୍ରତିବାଦର କାରଣ ହେଉଛି ଲୁଣା ଅଞ୍ଚଳରେ ଜଳସଙ୍କଟ । ଆଜି ମାଠିଆ ଶୋଭାଯାତ୍ରାରେ ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ନିକଟରେ ପହଞ୍ଚିଥିଲେ ପରଖି ପଞ୍ଚାୟତର ଶତାଧିକ ମହିଳା। ସ୍ଥାନୀୟ ଅଞ୍ଚଳରେ ଦିନକୁ ଦିନ ଉତ୍କଟ ହେଇଛି ଜଳ ସମସ୍ୟା । ଲୁଣା ଅଞ୍ଚଳ ହୋଇଥିବାରୁ ଅଧିକ ନଳକୂପ ଅଚଳ ହୋଇ ପଡ଼ିଥିବା ବେଳେ ଗତ ୩ ବର୍ଷ ହେବ ଜଳକଷ୍ଟର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକେ । ସ୍ଥାନୀୟ ନନ୍ଦ ଚକ , ବଉଳ ବେଣୀ ଓ ଲୁଣା ପାହି ଅଞ୍ଚଳ ପାଇଁ କେବଳ ଗୋଟିଏ ନଳକୂପ ରହିଥିବା ବେଳେ ଅଧିକ ସମୟ ଖରାପ ଓ ଲୁଣି ଜଳ ବାହାରିଥିବା ବେଳେ ଲୋକେ ବାଧ୍ୟ ହୋଇ ମଧୁର ଜଳ ପାଇଁ ୨ କିଲୋମିଟର ରାସ୍ତା ଯିବାକୁ ପଡୁଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା କାଞ୍ଚନ ଗିରୀ।

ଆଜି ଜିଲ୍ଲାପାଳଙ୍କ ଅନୁପସ୍ଥିତି ଯୋଗୁଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ସ୍ଥାନୀୟ ଲୋକେ ।ଲୋକଙ୍କର ଅଭିଯୋଗ ଜଳ ସଙ୍କଟ ଏଇ ଚଳିତ ଥରର ନୁହେଁ ପ୍ରତିବର୍ଷ ସମାନ ଅବସ୍ଥା ଲୋକଙ୍କୁ ଭୋଗିବାକୁ ପଡ଼ୁଛି । ବର୍ଷା ଦିନ ପରେ ଯେଉଁ ଖରା ହେଉଛି ସେବବଠୁ ଲୁଣିଆ ପାଣି ମିଳୁଛି ଯାହା ପିଇବା ସମ୍ଭବ ନୁହେଁ।

ଏନେଇ ଅତିରିକ୍ତ ଜିଲ୍ଲାପାଳ ଲୋକଙ୍କ ଅଭିଯୋଗ ଶୁଣିବା ସହିତ ଅତିରିକ୍ତ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ଶୀଘ୍ର ସମସ୍ୟାର ସମାଧାନ ସହିତ ଯେତେ ପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇନି ପାନୀୟ ଜଳ ଟ୍ୟାଙ୍କର ମାଧ୍ୟମରେ ଯୋଗାଇବା ନେଇ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର।
Published by:Soumya Das
First published: