ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କରୋନା ଟିକା ଯୋଗୁଁ ହେଲା ଗର୍ଭପାତ; ଅଭିଯୋଗ ଆଣିଲେ ପରିବାର ଲୋକ

କରୋନା ଟିକା ଯୋଗୁଁ ହେଲା ଗର୍ଭପାତ; ଅଭିଯୋଗ ଆଣିଲେ ପରିବାର ଲୋକ

କରୋନା ଭ୍ଯାକ୍ସିନ ନେବା ପରେ ମହିଳାଙ୍କ ଗର୍ଭପାତ ହୋଇଥିବାର ଅଭିଯୋଗ କରିଛନ୍ତି ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆପଡ଼ାରେ ।

କରୋନା ଟିକା ଯୋଗୁଁ ହେଲା ଗର୍ଭପାତ; ଅଭିଯୋଗ ଆଣିଲେ ପରିବାର ଲୋକ
ଡାକ୍ତରୀ ଟିମ ଗାଁ ପରିଦର୍ଶନ କରୁଛନ୍ତି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 16, 2021, 6:26 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆପଡା: କରୋନା ଭ୍ୟାକ୍ସିନ ନେବା ପରେ ଜନ୍ମ ହେବାକୁ ଥିବା ଛୁଆର ମୃତ୍ୟୁ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳୁଛି ନୂଆପଡ଼ା ଜିଲ୍ଲା ବ୍ଲକ ରାଣୀ ମୁଣ୍ଡା ଗାଁରେ।

ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ରାଣିମୁଣ୍ଡା ଗାଁ ବନିତା ହଂସ ଦୁର୍ଯ୍ୟାଧନ ବାଗଙ୍କୁ  ବିବାହ କରିଥିଲେ। ଚଳିତ ମାସ ୯ ତାରିଖରେ ତାର ଛୁଆ ଜନ୍ମ ହେବାର ଥିଲା। କିନ୍ତୁ କୌଣସି କାରଣବଶତଃ ବନିତା ହଂସଙ୍କ ଛୁଆ ଗତ ଚାରି ତାରିଖରେ ମୃତ ଭାବରେ ଜନ୍ମ ଗ୍ରହଣ କରିଥିଲା। ଏହି ଘଟଣାଙ୍କୁ ବନିତା ଓ ତାଙ୍କ ସ୍ବାମୀ କରୋନା ଟିକା ନେବା କାରଣରୁ ହୋଇଥାଇପାରେ ବୋଲି ଅଭିଯୋଗ କରିଛନ୍ତି।

ଭ୍ୟାକ୍ସିନ ନେବା ପୂର୍ବରୁ ବନିତା ଗର୍ଭବତୀ ଥିଲେ ଓ ସୁସ୍ଥ ମଧ୍ୟ ଥିଲେ।କିନ୍ତୁ ଭ୍ୟାକ୍ସିନ ନେବା ଦି ଠାରୁ ସେ ଅସୁସ୍ଥ ହୋଇଥିବାର ଦୁହେଁ ସ୍ବାମୀ ସ୍ତ୍ରୀ ଅଭିଯୋଗ କରିଛନ୍ତି।

ଖଡିଆଳ ବ୍ଲକ ରାଣିମୁଣ୍ଡା ପଞ୍ଚାୟତରେ କୌଣସି କାରଣବଶତଃ ୯ ଜଣ ଗର୍ଭବତୀ ମହିଲାଙ୍କ ଗର୍ଭପାତ ହୋଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।  ଅକ୍ଟାବର ୨୭ ରୁ ନଭେମ୍ବର ୪ ତାରିଖ ମଧ୍ୟ ରେ ତିନି ଜଣ ଗର୍ଭବତୀ ମହିଳାଙ୍କ  ଗର୍ଭପାତ ହୋଇଛି। ରାଣିମୁଣ୍ଡା ଗାଁ ରୁ ବନିତା ହଂସଙ୍କ ଭଳି ସେହି ଗାଁରୁ ଅନ୍ୟ ଦୁଇ ଜଣ ଗର୍ଭବତୀ ମହିଲା ନମିତା ହେର୍ଣ୍ନା  ଓ ବନିତା ନାଗଙ୍କ ଗର୍ଭପାତ ହୋଇଛି। ଗର୍ଭପାତର କାରଣ କରୋନା ଭ୍ୟାକ୍ସିନ ହୋଇଥାଇ ପାରେ ବୋଲି ସମସ୍ତ ସନ୍ଦେହ ପ୍ରକାଶ କରୁଛନ୍ତି।

ଏହି ଖବର ପାଇବା ପରେ ଖଡିଆଳ ବ୍ଲକର ଭ୍ରାମ୍ୟମାଣ ଡାକ୍ତରୀ ଦଳ ତଥା ଆଶା ,ଏଏନଏମ ଓ ଏଲଏଚବି ସହ ଏମଏଚୟୁ ଡାକ୍ତର ଅନ୍ନଦା ଶଙ୍କର ଦାସ ରାଣିମୁଣ୍ଡା ଗାଁକୁ ଯାଇ ତିନି ଜଣ ମହିଳାଙ୍କୁ ସବିଶେଷ ପଚାରି ବୁଝିଛନ୍ତି। ସେହିଭଳି ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଡାକ୍ତର ଭୁବନେଶ୍ବର ମିଶ୍ର ମଧ୍ୟ ରାଣିମୁଣ୍ଡା ଗାଁ କୁ ଯାଇ ତଦନ୍ତ କରିସାରିଛନ୍ତି।

ଏବେ ସୁଦ୍ଧା ରାଣିମୁଣ୍ଡା ଗାଁରେ ଗର୍ଭପାତ ସମ୍ବନ୍ଧରେ କୌଣସି ସଠିକ ଜଣାପଡୁ ନାହିଁ ଅନ୍ୟପକ୍ଷେ ଭ୍ରାମ୍ୟମାଣ ଡାକ୍ତରୀ ଦଳ ସହ ସ୍ତ୍ରୀ ପ୍ରସୁତି ବିଭାଗର ଡାକ୍ତର ମଧ୍ୟ ରାଣିମୁଣ୍ଡା ଗାଁକୁ ପରିଦର୍ଶନରେ ଆସୁଛନ୍ତି। ହେଲେ ମହିଳାମାନଙ୍କ ଚିକିତ୍ସା ଠିକ ଭାବରେ ହେଉ ନାହିଁ କିମ୍ବା ସେମାନଙ୍କୁ ଔଷଧ ପତ୍ର ଯୋଗାଉନଥିବାରୁ ରାଣିମୁଣ୍ଡା ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।
Published by: Soumya Das
First published: November 16, 2021, 6:26 PM IST