ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଡିସେମ୍ବର ୧ ଆରମ୍ଭ ହେବ ଶୀତକାଳୀନ ଅଧିବେଶନ; ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଗୃହକୁ ଅନୁମତି ନାହିଁ: ବିରୋଧୀ

ଡିସେମ୍ବର ୧ ଆରମ୍ଭ ହେବ ଶୀତକାଳୀନ ଅଧିବେଶନ; ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଗୃହକୁ ଅନୁମତି ନାହିଁ: ବିରୋଧୀ

ଡିସେମ୍ବର ୧ରୁ ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ। ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବିଧାନସଭାକୁ ପ୍ରବେଶ ନ କରାଇଦେବାକୁ ଚେତବନୀ ଦେଇଛନ୍ତି ବିରୋଧୀ।

ଡିସେମ୍ବର ୧ ଆରମ୍ଭ ହେବ ଶୀତକାଳୀନ ଅଧିବେଶନ; ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଗୃହକୁ ଅନୁମତି ନାହିଁ: ବିରୋଧୀ
ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିଧାନସଭାରେ ପ୍ରବେଶକୁ ବିରୋଧ କରିବେ ବିରୋଧୀ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 16, 2021, 5:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର : ଡିସେମ୍ବର ୧ରୁ ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ। ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଲମ୍ବା ଅଧିବେଶନ ଲାଗି ପ୍ରସ୍ତୁତ ହେଲେଣି ବିରୋଧୀ। ଦୀର୍ଘ ଦିନ ଧରି ମମିତା ପ୍ରସଙ୍ଗକୁ ନେଇ ବାହାରେ ତୁମ୍ବିତୋଫାନ ଚାଲିଥିବା ବେଳେ ଗୃହ ସରଗରମ ପାଇଁ ଅଣ୍ଟା ଭିଡ଼ିଲେଣି। ଏପରିକି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବିଧାନସଭାକୁ ପ୍ରବେଶ ନ କରାଇଦେବାକୁ ଚେତବନୀ ଦେଇଛନ୍ତି ବିରୋଧୀ।

ଏଥର ଶୀତକାଳୀନ ଅଧିବେଶନରେ ମମିତା ପ୍ରସଙ୍ଗକୁ ନେଇ କମ୍ପିବ ବିଧାନସଭା। ପ୍ରାୟ ମାସକ ଧରି ରାସ୍ତାରେ ହଲାପଟା କରିବା ପରେ ଗୃହରେ ଘେରିବାକୁ ସଜବାଜ ହେଲେଣି ବିରୋଧୀ। ଡିସେମ୍ବର ୧ ରୁ ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବା ବେଳେ ମମିତା ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ରକରି ସରକାରଙ୍କୁ ଜବାବ ମାଗିବେ ଉଭୟ ବିଜେପି ଓ କଂଗ୍ରେସ। ଏପରିକି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ କଡା ବିରୋଧ ସହ ବିଧାନସଭାରେ ପ୍ରବେଶ ନ କରେଇ ଦେବାକୁ ଚେତାବନୀ ଦେଇଛନ୍ତି।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି,"ଦିବ୍ୟଶଙ୍କର ମିଶ୍ର ବିଧାନସଭା ଆସିଲେ ପବିତ୍ର ଗୃହ ଅପବିତ୍ର ହେବ । ବାଚସ୍ପତିଙ୍କୁ ଆମେ ଅନୁରୋଧ କରିବୁ ଯାହାଙ୍କ ନାମରେ ହତ୍ୟା ଭଳି ସଙ୍ଗିନ ଅଭିଯୋଗ ରହିଛି ତାକୁ ବିଧାନସଭା ଭିତରକୁ ନ ପୁରାଯାଉ । ଯଦି ବାଚସ୍ପତି ତାଙ୍କୁ ବିଧାନସଭା ଆସିବାକୁ ଅନୁମତି ଦିଅନ୍ତି ତେବେ ଆମେ ପ୍ରବଳ ବିରୋଧ କରିବୁ । ସେ ସମୟରେ କଣ ହେବ ସରକାର ଓ ସମଗ୍ର ଓଡିଶା ଦେଖିବ । ଦିବ୍ୟଶଙ୍କର ମିଶ୍ର ଯଦି ମମିତା ମହେର ପ୍ରସଙ୍ଗରେ ବିବୃତି ରଖିବେ ବିଧାନସଭାର ମର୍ଯ୍ୟାଦା ହାନି ହେବ ଓ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି ହେବ। ତାଙ୍କ ପରିବାର ଲୋକ କ୍ୟାପେଟେନ ଦିବ୍ୟଶଙ୍କର ନାମରେ ଅଭିଯୋଗ ଆଣିଛନ୍ତି । ଯଦି ଏହା ସତେ ବି ଦିବ୍ୟଶଙ୍କର ମିଶ୍ର ବିଧାନସଭା ଆସିବେ ତେବେ ଆମେ ଜୋରଦାର ବିରୋଧ କରିବୁ। । ଆମେ କିପରି ରଣନୀତି କରିବୁ ତାହା ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହେବ"।

ବିଜେପି ବି ସମାନ ଚେତାବନୀ ଦେଇଛି। ବିଜେପି ବିଧାୟିକା କୁସୁମ ଟେଟେ କହିଛନ୍ତି," ବିଧାନସଭାରେ ମନ୍ତ୍ରୀଙ୍କୁ ବିରୋଧ କରାଯିବ। ମନ୍ତ୍ରୀକୁ କଡା ବିରୋଧ ସହ ଗୃହରେ ପୁରାଇ ଦିଆଯିବନି। କେବଳ ମମିତା ପ୍ରସଙ୍ଗ ନୁହେଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱାସ୍ଥ୍ୟ ସମସ୍ୟା ପରି ବିଭିନ୍ନ ପ୍ରସଙ୍ଗକୁ ଅସ୍ତ୍ର କରି ଦଳ ଘେରିବାକୁ ଯୋଜନା କରିଛି"।

ବିରୋଧୀଙ୍କୁ କାଉଣ୍ଟର କରିବାକୁ ଶାସକଦଳ ବି ପ୍ରସ୍ତୁତ ରହିଛି। ଅଭିଯୋଗ ପ୍ରମାଣିତ କରିବା ସହ ପ୍ରମାଣ କୋର୍ଟରେ ଦାଖଲ ପାଇଁ ଆହ୍ୱାନ କରିଛି ବିଜେଡି।  ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି, "ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ବିଧାନସଭାରେ ପଶାଇ ଦେବେ ନାହିଁ ଏମିତି ଅଧିକାର କାହାର ନାହିଁ । ଏହି ବ୍ୟବସ୍ଥାକୁ ଯେଉଁମାନେ ଉଲଘଂନ କରିବେ ସେହି ଅନୁସାରେ ସେମାନେ ସାମ୍ନା କରିବେ। ସେମାନେ ଯାହା ଆଭିଯୋଗ ଆଣୁଛନ୍ତି ତାକୁ ପ୍ରଥମେ ପ୍ରମାଣିତ କରନ୍ତୁ । ପ୍ରମାଣ ଯଦି ଅଛି କୋର୍ଟ ଅଫ ଲ ରେ ଦିଅନ୍ତୁ । ଏମିତି ବ୍ଲେମ କରିଦେଲେ ତାହା ସତ ହୋଇଯିବନି । ପବିତ୍ର କି ଅପବିତ୍ର ସନ୍ତୋଷ ସିଂ ସାଲୁଜା ଯାହା କହିଦେଲେ ତାହା ବେଦର ଗାର ନୁହେଁ । ଆମର ବିବେକ ବିଚାର ଅଛି ଆମେ ଦେଖିବୁ। ପ୍ରକୃତରେ ଯଦି ଘଟଣାରେ ସମ୍ପୃକ୍ତି ଥିବ ତାହା ତଦନ୍ତ ହୋଇ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବା କଥା ନେବେ । ଯେହେତୁ ଗୃହ ବିଭାଗ ତାଙ୍କର ସେ ନିଷ୍ପତ୍ତି ନେବେ । ବିରୋଧୀ ବିଧାନସଭାରେ ଯାହା ପ୍ରସଙ୍ଗ ଉଠେଇବେ ତାର ଜବାବ ଦେବାକୁ ସେଥିପାଇଁ ଆମେ ପ୍ରସ୍ତୁତ"।

ଡିସେମ୍ବର ୧ ରୁ ୩୧ ତାରିଖ ଯାଏ ଚାଲିବାକୁ ଥିବା ଶୀତକାଳୀନ ଅଧିବେଶନରେ ରହିଛି ୨୬ ଟି କାର୍ଯ୍ୟ ଦିବସ।ପ୍ରଥମ ଦିନରେ ଉପସ୍ଥାପନ ହେବ ଅତିରିକ୍ତ ବଜେଟ ।
Published by: Soumya Das
First published: November 16, 2021, 5:28 PM IST