ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ସ୍ତ୍ରୀ ଦେଇଥିଲା ସୁପାରୀ; ବନ୍ଧାହେଲା ମହିଳାଙ୍କ ଡ୍ରାଇଭର ପ୍ରେମିକ

ଦୃବୁର୍ତ୍ତମାନେ ଆକ୍ରମଣ କରୁଥିବା ବେଳେ ଖସି ଆସି ଥାନାରେ ଅଭିଯୋଗ କରିଥିଲେ ସ୍ୱାମୀ। ଆଉ ପରେ ଜଣା ପଡ଼ିଥିଲା ଏନେଇ ସ୍ତ୍ରୀ ସ୍ୱାମୀଙ୍କ ହତ୍ଯା ପାଇଁ ପୂର୍ବରୁ ସୁପାରୀ ଦେଇଥିଲା। ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ କରିବା ବେଳେ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ସ୍ତ୍ରୀ ଦେଇଥିଲା ସୁପାରୀ (ପ୍ରତୀକାତ୍ମକ ଛବି)

ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ସ୍ତ୍ରୀ ଦେଇଥିଲା ସୁପାରୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ସ୍ଵାମୀଙ୍କ ଦୀର୍ଘ ଜୀବନ ପାଇଁ ଜଣେ ସ୍ତ୍ରୀ କେତେ କଣ କରିଥାଏ। କିନ୍ତୁ ଜଣେ ମହିଳା ନିଜ ସ୍ୱାମୀକୁ ହତ୍ୟାକାରିବା ପାଇଁ ଦେଇଥିଲେ ସୁପାରୀ । ତାହା ପୁଣି ନିଜ ଡ୍ରାଇଭର ପ୍ରେମିକ ପାଇଁ। ବିଶ୍ୱାସ ନହେଲେ ବି କଥାଟି ସତ। ସୁପାରୀକିଲର ଜରିଆରେ ଆକ୍ରମଣ କରୁଥିବା ବେଳେ ଖସି ଆସି ଥାନାରେ ଅଭିଯୋଗ କରିଥିଲେ ସ୍ୱାମୀ। ଆଉ ତାପରେ ଜଣା ପଡିଥିଲା ପ୍ରକୃତ ସତ କଥା। ଏନେଇ ମାମଲା ରୁଜ୍ଜୁ କରି ତଦନ୍ତ କରିବା ବେଳେ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ରାଜଧାନୀର ମଞ୍ଚେଶ୍ୱର ଅଞ୍ଚଳରେ । ଅଭିଯୋଗକାରୀ ବ୍ୟକ୍ତି ଜଣଙ୍କ ରେଲୱେ ବିଭାଗରେ ସିନିୟର ଇଲେକ୍ଟ୍ରିକାଲ ଇଞ୍ଜିନିୟର ବିନାୟକ ବେହେରା । ସେ ମଞ୍ଚେଶ୍ୱର ଅଞ୍ଚଳରେ ରୁହନ୍ତି। ଗତ ମାର୍ଚ୍ଚ ମାସ ୧୬ତାରିଖରେ ଦୃବୁର୍ତ୍ତଙ୍କ ଦ୍ଵାରା ସେ ଆକ୍ରମଣର ଶିକାର ହୋଇଥିଲେ। ଏନେଇ ପୋଲିସ ପାଖରେ ଅଭିଯୋଗ କରିବା ପରେ ଜଣଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ ।

ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଅଶୋକ କୁମାର ସାହୁ । ସେ ବିନାୟକଙ୍କ ଡ୍ରାଇଭର ଭାବେ କାମ କରନ୍ତି ବୋଲି ଜଣା ପଡ଼ିଛି ।

ପୋଲିସର ସୂଚନା ଅନୁସାରେ, ଅଭିଯୋଗକାରୀ ମଞ୍ଚେଶ୍ବର ଠାରେ ଚାକିରୀ କରୁଥିବା ସମୟରେ ଅଶୋକ  ତାଙ୍କ ପାଖରେ ଡ୍ରାଇଭର ଭାବେ କାର୍ଯ୍ୟ ତୁଲାଉ ଥିଲେ । ଇତିମଧ୍ୟରେ ବିନାୟକଙ୍କ କାର୍ଯ୍ୟାସ୍ଥଳୀ ପୁରୀକୁ ବଦଳି ହୋଇଯାଇଥିଲା । ଏହି ସୁଯୋଗରେ  ଅଭିଯୁକ୍ତ ଅଶୋକ ବିନାୟକଙ୍କ ପତ୍ନୀଙ୍କୁ ଭଲ ପାଇବା ସହ ଅନୈତିକ ସମ୍ପର୍କ ରଖୁଥିଲେ। ଏହି ଅନୈତିକ ସମ୍ପର୍କ ବିଷୟରେ ବିନାୟକ ଜାଣିବା ପରେ ପାରିବାରିକ କଳହ ସୃଷ୍ଟି ହୋଇଥିଲା । ପରେ ବିନାୟକଙ୍କ ପତ୍ନୀଙ୍କ ନିର୍ଦ୍ଦେଶ ମୁତାବକ ଉଭୟ ମିଶି ଅଭିଯୋଗକାରୀଙ୍କୁ ରାସ୍ତାରୁ ହଟାଇ ଦେବାଲାଗି ଯୋଜନା କରିଥିଲେ । ଏହି ଯୋଜନାକୁ ସଫଳ କରିବା ନିମନ୍ତେ ସେମାନେ ଜିତେନ୍ଦ୍ର କୁମାର ପ୍ରଧାନ ନାମକ ବ୍ୟକ୍ତିଙ୍କୁ ସୁପାରି ଦେଇଥିଲେ।

"ବିନାୟକଙ୍କୁ ମାରିବା ପାଇଁ ବିନାୟକଙ୍କ ପତ୍ନୀ ସୁପାରୀ କିଲର ଜିତେନ୍ଦ୍ରଙ୍କୁ ଏକ ଲକ୍ଷ ଟଙ୍କା ଦେଇଥିଲେ । କାମ ସରିବା ପରେ ବଳକା ଟଙ୍କା ଦେବେ ବୋଲି କହିଥିଲେ । ଏଥିରେ ପ୍ରେମିକ ଅଶୋକ ବି ସାମିଲ ଥିଲେ । ଗତ ୧୬ ତାରିଖ ସନ୍ଧ୍ୟାରେ ବିନାୟକ ସାନ୍ଧ୍ୟ ଭ୍ରମଣରେ ଯାଉଥିବା ବେଳେ ସ୍ପୋର୍ଟସ କ୍ୟାମ୍ପ୍ଲେକ୍ସ ନିକଟରେ ଜିତେନ୍ଦ୍ର ପ୍ରଧାନ ଓ ଅଶୋକ ସାହୁ ସମେତ ଅନ୍ୟ ସହଯୋଗୀମାନଙ୍କ ସହ ମିଶି ତାଙ୍କୁ ଷ୍ଟିଲ ପାଇପ ଓ ପ୍ଲାଷ୍ଟିକ ପାଇପ ସହାୟତାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହାଦ୍ବାରାକି, ତାଙ୍କ ଶରୀରରେ ଗଭୀର ଆଘାତ ଲାଗିବ ସହ ରକ୍ତପାତ ହୋଇଥିଲା। ବହୁ କଷ୍ଟରେ ଘଟଣା ସ୍ଥଳରୁ ଦୌଡ଼ି ପଳାଇଯାଇ ସେ ନିଜକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ,"କହିଛନ୍ତି ମଞ୍ଚେଶ୍ୱର ଥାନା ଅଧିକାରୀ ସୁଧୀର ସାହୁ ।

ଏହି ଘଟଣା ପରେ ଅଭିଯୁକ୍ତ ମାନେ ପୁଲିସ ହାତରେ ଧରା ନପଡ଼ିବା ଲାଗି ନିଜ ରହିବା ଘର ବଦଳାଇ ଅନ୍ୟ ସ୍ଥାନକୁ ପଳାଇ ଯାଇଥିଲେ । ଏହି ଅଭିଯୋଗ ପରେ ମଞ୍ଚେଶ୍ବର ଥାନା ପୁଲିସ ମାମଲା ରୁଜୁ କରିବା ସହ ଏକ ବିଶ୍ବସ୍ତ ସୂତ୍ରକୁ ଆଧାର କରି ଚଢାଉ ଜରିଆରେ ଅଶୋକଙ୍କୁ ଗିରଫ କରିଥିଲେ । ପଚରା ଉଚରା ସମୟରେ ସେ ନିଜ ଦୋଷ ସ୍ବୀକାର କରିଥିଲେ ।

ଅଭିଯୁକ୍ତ ଅଶୋକ ନାମରେ ଏହି ଘଟଣାକୁ ନେଇ ଚନ୍ଦ୍ରଶେଖରପୁର ଥାନାରେ ଗତ ତା ୦୯.୦୪.୨୦୨୨ ରିଖରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି । ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ ଲାଗି ପ୍ରୟାସ ଜାରି ରହିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
Published by:Soumya Das
First published: