ଚତୁର୍ଥୀ ପୂର୍ବରୁ ଫେରାର ଘଟଣାରେ ମୁହଁ ଖୋଲିଲେ ପତ୍ନୀ; କହିଲେ 'ମୋ ସ୍ୱାମୀ ଓଲା'

ବାସର ରାତିରେ ପ୍ରେମିକ ସହ ନ୍ୟୁଡ଼ କଲରେ ପତ୍ନୀ ମାତିଥିଲା ବୋଲି ସ୍ୱାମୀ କହୁଛି । ଏପଟେ ପତ୍ନୀ କହୁଛି ମୋ ସ୍ୱାମୀ ଜଣେ ଓଲା। ରାଜଧାନୀରେ ନବଦମ୍ପତିଙ୍କ ହାଇ ଡ୍ରାମାରେ ହଟହଟା ହୋଇଛି ପୋଲିସ ।

ଚତୁର୍ଥୀ ପୂର୍ବରୁ ଫେରାର ଘଟଣାରେ ମୁହଁ ଖୋଲିଲେ ପତ୍ନୀ (ପ୍ରତୀକାତ୍ମକ ଛବି)

ଚତୁର୍ଥୀ ପୂର୍ବରୁ ଫେରାର ଘଟଣାରେ ମୁହଁ ଖୋଲିଲେ ପତ୍ନୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀ ନବ ଦମ୍ପତିଙ୍କ ହାଇ ଡ୍ରାମା । ବାସର ରାତିରେ ପ୍ରେମିକ ସହ ନ୍ୟୁଡ଼ କଲରେ ପତ୍ନୀ ମାତିଥିଲା ବୋଲି ସ୍ୱାମୀ କହୁଛି । ଏପଟେ  ପତ୍ନୀ କହୁଛି ମୋ ସ୍ୱାମୀ ଜଣେ ଓଲା। ନ୍ୟୁଡ଼ କଲ କଥା ମିଛ ଥିବା ବେଳେ ରାତିରେ ଯୌତୁକ ନିର୍ଯ୍ୟାତନା ଦେଇଥିବାରୁ ପଳାଇ ଆସିଛି । ସେପଟେ ଭରତପୁର ଥାନାରେ ଅଭିଯୋଗ ହୋଇଥିବା ବେଳେ ତଦନ୍ତ କରୁଛି ପୋଲିସ ।

ଭୁବନେଶ୍ୱର ଭରତପୁର ଅଞ୍ଚଳରେ ଚତୁର୍ଥୀ ପୂର୍ବରୁ ପତ୍ନୀ ଫେରାର ଘଟଣାରେ ନୂଆ ମୋଡ଼। ସୋମବାର ସ୍ୱାମୀଙ୍କ ବୟାନକୁ କାଉଣ୍ଟର କରିଛନ୍ତି ନବ ବିବାହିତା ।

"ମୋ ସ୍ୱାମୀ ଜଣେ ଓଲା । ତାଙ୍କ ମା ଙ୍କ କଥାରେ ସେ ଉଠବସ ହେଉଛନ୍ତି । ମୁଁ କୌଣସି ନ୍ୟୁଡ଼ କଲ କରିନି, ଯଦି ପ୍ରମାଣ ଅଛି ତେବେ ମୋ ସ୍ୱାମୀ ସାମ୍ନାକୁ ଆଣନ୍ତୁ । ସେଦିନ ରାତିରେ ସେ ମୋ ପାଖରେ ଥିଲେ, ରାତି ସାରା ମୋ ସହ କଥା ହେଉଥିଲେ । ମୋ ସ୍ୱାମୀ ମୋତେ ବ୍ଲେମ କରୁଛନ୍ତି , ସେ ଚାଲ ଖେଳୁଛନ୍ତି । ସେଦିନ ରାତିରେ ମୋତେ ଯୌତୁକ ମାଗି ନିର୍ଯ୍ୟାତନା ଦେଇଥିଲେ। ଖାଲି ସେତିକି ନୁହେଁ ରାତିରେ ମୋତେ ଟର୍ଚ୍ଚର କରିଛନ୍ତି । ପରଦିନ ଆମେ ମିସିକି ମନ୍ଦିର ଯାଇଥିଲୁ । ଲୋକଙ୍କ ଆଗରେ ମୋତେ ବେଜିତ କରିବାରୁ ମୁଁ ତାଙ୍କୁ ଦୁଇ ଚାପୁଡ଼ା ମାରିଛନ୍ତି," କହିଛନ୍ତି ନବବିବାହିତା ପତ୍ନୀ ।

ସୋମବାର ଅଭିଯୋଗକାରୀ ସ୍ୱାମୀ ବଳରାମ ସାହୁ କହିଥିଲେ, "ବିବାହ ପରେ ରାତିରେ ମୋ ସ୍ତ୍ରୀ ନ୍ୟୁଡ଼ କଲରେ ବ୍ୟସ୍ତ ଥିଲେ । ନିଜ ଭିଣୋଇ ସହ ସେ ଉଲଗ୍ନ ହୋଇ ଭିଡ଼ିଓ କଲରେ କଥା ହେଉଥିଲେ । ମୁଁ ପଚାରିବାରୁ ସେ ଏପରି ଭୁଲ ଆଉ ନକରିବାକୁ କହିଥିଲେ।  ତା ପରଦିନ ମନ୍ଦିର ଯିବା ବାହାନାରେ ଘରୁ ସୁନା ମୁଦି, ଚେନ ଓ ପ୍ରାୟ ଦେଢ଼ଲକ୍ଷ ଟଙ୍କା ନେଇ ଛୁ ମାରିଥିଲେ । ଗଲା ବେଳେ କିଛି ଲୋକ ମୋତେ ମାଡ଼ ମାରିବା ସହ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ।"

ଭରତପୁର ପ୍ଲଟ ନମ୍ବର ୧୧୨୩ରେ ରହୁଥିବା ପଦ୍ମ ଚରଣ ସାହୁ, ଗତ ୧୫ତାରିଖରେ ନବ ବିବାହିତା ବହୁ ଫେରାର ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ମନ୍ଦିର ଯିବା ବାହାନାରେ ପୁଅ ସହ ବାହାରକୁ ଯିବାପରେ ପରିବାର ଲୋକଙ୍କ ଜରିଆରେ ପୁଅକୁ ମାଡ଼ ମାରି ଘରୁ ସୁନା ଅଳଙ୍କାର ଓ ଟଙ୍କା ନେଇ ଛୁ ମାରିଥିବା ନେଇ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି "ଏ ସଂକ୍ରାନ୍ତୀୟ ଏକ ମାମଲା ଭରତପୁର ଥାନାରେ ରୁଜୁ ହୋଇଛି । ଉଭୟ ପକ୍ଷ ଲୋକଙ୍କୁ ପଚରାଉଚରା କରିବା ପରେ ପ୍ରକୃତ ସତ ସାମ୍ନାକୁ ଆସି ପାରିବ"।
Published by:Soumya Das
First published: