News 18 Odia Digital
ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ନେଇ ପୂରା ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ସାମାନ୍ୟ ଆଶ୍ବସ୍ତି ଆଣିଛି ପାଣିପାଗ ବିଭାଗ (weather department)ର ଏହି ସୂଚନା । ତାହା ହେଲେ, ୨୧ ତାରିଖରୁ ପାଗରେ ହୋଇପାରେ ପରିବର୍ତ୍ତନ (change) । ଦିନର ତାପମାତ୍ରାରେ ୨ରୁ ୩ ଡିଗ୍ରୀ ଯାଏଁ ହ୍ରାସ ଘଟିପାରେ ।
ଗ୍ରୀଷ୍ମର ଦାଉ ଆହୁରି ଦୁଇ ଦିନ ରହିବ । ଗୁରୁବାର ପାଇଁ ୬ଟି ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, ବୌଦ୍ଧ, ସୋନପୁରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ସ୍ଥିତିରେ ଉପକୂଳ ଅଞ୍ଚଳରେ ବାୟୁମଣ୍ଡଳରେ ୪୦ରୁ ୫୦ ପ୍ରତିଶତ ଆର୍ଦ୍ରତା ରହୁଛି । ତେଣୁ ଯେତିକି ତାପମାତ୍ରା ରହୁଛି, ଆର୍ଦ୍ରତା ଯୋଗୁଁ ତାତି ଅଧିକ ଅନୁଭୂତ ହେଉଛି । ରାତି ତାପମାତ୍ରା ମଧ୍ୟ ସ୍ବାଭାବିକଠାରୁ ଅଧିକ ରେକର୍ଡ ହେଉଛି ।
ପାଣିପାଗ ବିଭାଗ କହିଛି, ବାୟୁମଣ୍ଡଳ ଉପରି ଭାଗରେ ରହୁଥିବା ଗୁରୁଚାପ ବଳୟ ପ୍ରଭାବ ଆସନ୍ତା ଦୁଇ ଦିନ ପରେ ହ୍ରାସ ପାଇବ । ଫଳରେ ୨୧ ତାରିଖ ପରେ ତାପମାତ୍ରା କମିବା ସମ୍ଭାବନା ରହିଛି । ୨୨ ଏବଂ ୨୩ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ଫଳରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇପାରେ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ ବିଶେଷଜ୍ଞ କହିଛନ୍ତି, ଆସନ୍ତା ୨୨ ତାରିଖରୁ ଯଦିଓ ତାପମାତ୍ରା କମିବ କିନ୍ତୁ ବିଶେଷ ବର୍ଷା ହେବନାହିଁ । ୨୪ ତାରିଖରୁ ବର୍ଷାର ପରିମାଣ ବଢ଼ିପାରେ । ଏପ୍ରିଲ ମାସରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୧ ଡିଗ୍ରୀ ଉପରେ ତାପମାତ୍ରା ରହିଥାଏ । ଏଥର ଅଧିକ ରହିପାରେ ବୋଲି ବିଶେଷଜ୍ଞ କହିଛନ୍ତି । ବିଗତ କିଛି ଦିନ ହେଲାଣି, ଝାରସୁଗୁଡ଼ା, ବାରିପଦାର ତାପମାତ୍ରା ୪୩ ଡିଗ୍ରୀ ଟପିଯାଉଛି । ଭୁବନେଶ୍ବରର ତାପମାତ୍ରା ମଧ୍ୟ ୪୦ ଡିଗ୍ରୀ ଉପରେ ରହୁଛି ।
ଏହି ଖବର ପଢ଼ନ୍ତୁ -
ନିଜ ରକ୍ତ ବିକି ଘର ସଉଦା ଆଣିଥିଲେ ବାପା: ଝିଅର ଫିସ୍ ଦେଖି ଉଡିଗଲା ହୋସ୍ !Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।