ଟ୍ରେନ ଆସିଲା, ହେଲେ ପଡିଲାନି ଗେଟ; ନିଘୋଡ଼ ନିଦରେ ଶୋଇଥିଲେ ଫାଟକ ଜଗୁଆଳି

ନିଘୋଡ଼ ନିଦରେ ଶୋଇପଡିଲେ ଜଗୁଆଳି। ଡାକିଲେ ବି ଶୁଣିଲେନି। ଶେଷରେ ଟ୍ରେନ ଛିଡା କରି ନିଜେ ଫାଟକ ପକାଇଲେ ଡ୍ରାଇଭର।

ଟ୍ରେନ ଆସିଲା, ହେଲେ ପଡିଲାନି ଗେଟ

ଟ୍ରେନ ଆସିଲା, ହେଲେ ପଡିଲାନି ଗେଟ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ମୟୂରଭଞ୍ଜ: ଟ୍ରେନ ଆସିଲା। ହେଲେ ପଡ଼ିଲାନି ଗେଟ (Train Gate)। ମୟୂରଭଞ୍ଜ (Mayurbhanj) ବେତନଟୀ ଯୁଗୁପୁରା ରେଳ ଫାଟକରୁ ଆସିଛି ଏହି ଖବର। ଟ୍ରେନ୍‌ ଆସି ପହଞ୍ଚିବା ଉପରେ ଥିଲା, ହେଲେ ଗେଟ୍‌ ପକାଇଲେନି ଫାଟକ ଜଗୁଆଳି (Signalman)।

ନିଶା ଖାଇ ନିଘୋଡ଼ ନିଦରେ ଶୋଇଥିଲେ। ଏପଟେ ଲୋକଙ୍କୁ ରେଳଧାରଣା ପାର୍‌ ହେଉଥିବା ଦେଖି ତୁରନ୍ତ ଟ୍ରେନ୍ ଅଟକାଇଥିଲେ ଲୋକୋ ପାଇଲଟ।

ନିଜେ ଟ୍ରେନ୍‌ରୁ ଓହ୍ଲାଇ ସ୍ଥାନୀୟ ଲୋକଙ୍କ ସହଯୋଗରେ ଫାଟକ ପକାଇଥିଲେ। ଆଉ ତା’ ପରେ ଆଗକୁ ବଢ଼ିଥିଲା ଟ୍ରେନ୍‌। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍‌ ଯୁଗୁପୁରା ରେଳ ଫାଟକ ନିକଟରେ ଏଭଳି ଅଭାବନୀୟ ଦୃଶ୍ୟକୁ ନେଇ ଚାରିଆଡେ ଚର୍ଚ୍ଚା।

ସୂଚନା ଅନୁସାରେ ବାଙ୍ଗିରିପୋଷି-ରୁପ୍ସା ମେମୋ ଟ୍ରେନ୍ ଦିନ ୯ଟା ସମୟରେ ଯୁଗପୁରା ଷ୍ଟେସନରେ ପହଞ୍ଚିଥିଲା। ହେଲେ ଟ୍ରେନ୍ ଛାଡ଼ିବା ବେଳକୁ ଷ୍ଟେସନର ଅନତି ଦୂରରେ ଥିବା ଫାଟକ ଆଉ ପଡ଼ିନଥିଲା। କିଛି ଅମାନିଆ ଯାତ୍ରୀ ରେଳଲାଇନ୍ ପାର କରୁଥିଲେ। ଫାଟକ ଦାୟିତ୍ୱରେ ଥିବା ରତ୍ନାକର ମହାନ୍ତ ସମ୍ପୂର୍ଣ୍ଣ ନିଶାରେ ଶୋଇପଡ଼ିଥିଲେ। ତାଙ୍କୁ ଡାକିଥିଲେ ବି ସେ ଆସି ଫାଟକ ପକାଇନଥିଲେ । ରେଳ ଫାଟକ ଭଳି ଏକ ଗୁରୁ ଦାୟିତ୍ୱରେ ଥାଇ ଜଗୁଆଳି କିଭଳି ନିଶାରେ ରହୁଛନ୍ତି ତାକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି।

ସେପଟେ ସସପେଣ୍ଡ ହୋଇଛନ୍ତି ଗେଟ ଜଗୁଆଳି ରତ୍ନାକର ମହାନ୍ତ।
Published by:Lipina Das
First published: