ସୁବଳୟା ସମିତିସଭ୍ୟାଙ୍କୁ ଗାଁରୁ ବାସନ୍ଦ; ଅଭିଯୋଗକୁ ମିଥ୍ୟା କହୁଛନ୍ତି ଗ୍ରାମବାସୀ

ଗଞ୍ଜାମ ଜିଲ୍ଲା ସୁବଳୟା ପଞ୍ଚାୟତର ସମିତି ସଭ୍ୟା ମାମି ଦାସ ଓ ତାଙ୍କ ପରିବାରକୁ ଗାଁରୁ ବାସନ୍ଦ ଅଭିଯୋଗ । ସେପଟେ ବାସନ୍ଦ ଅଭିଯୋଗକୁ ମିଥ୍ୟା ବୋଲି ସଫେଇ ଦେଇଛନ୍ତି ଗ୍ରାମବାସୀ।

ସୁବଳୟା ସମିତିସଭ୍ୟାଙ୍କୁ ଗାଁରୁ ବାସିନ୍ଦ (ପ୍ରତୀକାତ୍ମକ ଛବି)

ସୁବଳୟା ସମିତିସଭ୍ୟାଙ୍କୁ ଗାଁରୁ ବାସିନ୍ଦ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସୁବଳୟା ପଞ୍ଚାୟତର ସମିତି ସଭ୍ୟା ମାମି ଦାସ ଓ ତାଙ୍କ ପରିବାରକୁ ଗାଁରୁ ବାସନ୍ଦ ଅଭିଯୋଗ । ଗାଁରୁ ବାସନ୍ଦ ସହ ୪ ଲକ୍ଷ ୫୦ ହଜାର ଟଙ୍କା ଜୋରିମାନା ପକାଇଥିବା ଅଭିଯୋଗ କରିଛନ୍ତିି ମାମି ଦାସ । ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ବାସନ୍ଦ କରାଯାଇଥିବା ଅଭିଯୋଗ କରିଛନ୍ତି ମାମି। ସେପଟେ ବାସନ୍ଦ ଅଭିଯୋଗକୁ ମିଥ୍ୟା ବୋଲି ସଫେଇ ଦେଇଛନ୍ତି ଗ୍ରାମବାସୀ।

ସୁବଳୟା ପଞ୍ଚାୟତରେ ଗତ ପଞ୍ଚାୟତ ନିର୍ବାଚନରେ ନିଦ୍ବନ୍ଦରେ ସମିତିସଭ୍ୟା ଭାବେ ମାମି ଦାସ ନିର୍ବାଚିତ ହୋଇଥିଲେ । ନିର୍ବାଚିତ ହେବା ପରେ ଆରମ୍ଭ ହୋଇଥିଲା ମାମାଙ୍କ ଉପରେ ଅଭିଯୋଗ ପରେ ଅଭିଯୋଗ । ବର୍ତ୍ତମାନ ମାମି ଓ ତାଙ୍କ ପରିବାର ଏବେ ଏକ ମାସ ହେଲା ଗାଁରୁ ବାସନ୍ଦ ହୋଇ ରହିଥିବା ସେ ଅଭିଯୋଗ କରିଛନ୍ତି । କେବଳ ବାସନ୍ଦ ହୋଇଛନ୍ତି ତାହା ନୁହେଁ ବରଂ ତାଙ୍କୁ ୪ଲକ୍ଷ ୫୦ ହଜାର ଟଙ୍କା ଜୋରିମାନା ମଧ୍ୟ ଦେବାକୁ କୁହାଯାଇଛି ।

‘‘ବାସନ୍ଦ ଓ ଜୋରିମାନାକୁ ନେଇ ମାମି ରମ୍ଭା ଥାନାଠାରୁ ଆରମ୍ଭ କରି ଗଞ୍ଜାମ ଏସପିଙ୍କୁ ଜଣାଇଛନ୍ତି । ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ସେ ବିଜେଡ଼ିକୁ ଭୋଟ ଦେଇନଥିବା ଯୋଗୁଁ ତାଙ୍କୁ ଏଭଳି ବାସନ୍ଦ ଓ ଜୋରିମାନା କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଥାନା ଠାରୁ ଆରମ୍ଭ କରି ଗଞ୍ଜାମ ଏସପିଙ୍କୁ ବାରମ୍ବାର ଜଣାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ କୈାଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ମାମି ଦାସ । ଏହାଛଡା ଖୁବ ଶୀଘ୍ର ଯଦି ନ୍ୟାୟ ନମିଳେ ତେବେ ଆତ୍ମହତ୍ୟା କରିବି,"କହିଛନ୍ତି ସୁବାଳୟା ସମିତି ସଭ୍ୟା ମାମା ଦାସ ।

‘‘ମାମିଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗ୍ରାମବାସୀ । ମାମି ଦାସଙ୍କୁ ଗାଁ ରୁ ବାସନ୍ଦ କରାଯାଇନାହିଁ । ମାମି ଦାସଙ୍କ ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ମାମି ନିଜର ପାରିବାରିକ କାର୍ଯ୍ୟରେ ସେ ବର୍ତ୍ତମାନ ଗାଁ ରେ ଅଛନ୍ତି । ଏହାଛଡ଼ା ସେ ଅନ୍ୟ ଗ୍ରାମବାସୀଙ୍କ ଭଳି ସମସ୍ତ ପ୍ରକାରର ସୁବିଧା ପାଉଛନ୍ତି । ଗାଁର କୋଠ ଘରର ଖାତାରେ ରହିଥିବା ଟଙ୍କା ଗାଁ କମିଟିକୁ ଫେରାଇବା ନିମନ୍ତେ କୁ଼ଆଯାଇଛି। ସେହି ଟଙ୍କାକୁ ମାମି ଜୋରିମାନା ବୋଲି ବିବେଚନା କରୁଛନ୍ତି,‘‘ କହିଛନ୍ତି ସ୍ଥାନୀୟ ଗ୍ରାମବାସୀ  ।

‘‘ଘଟଣା ସମ୍ପର୍କରେ ଅଭିଯୋଗ ହେବା ପରେ ଏହାର ତଦନ୍ତ ଆରମ୍ଭ ହୋଇଛି। ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶରେ ଏକ ଟିମ ଗାଁ କୁ ଯାଇ ଘଟଣାର ସତ୍ୟାସତ୍ୟ ନେଇ ତଦନ୍ତ କରାଯାଉଛି । କିଭଳି ଘଟଣାର ସମାଧାନ ହେବ ସେ ନେଇ ପ୍ରୟାସ ଜାରି ରହିଛି,‘‘ କହିଛନ୍ତି ଗଞ୍ଜାମ ଏସପି ବ୍ରିଜେଶ ରାୟ
Published by:Soumya Das
First published: