ମକା ଫସଲ ନଷ୍ଟ କରିବା ସହ ଘରେ ନିଆଁ ଲଗାଇଲେ ଗ୍ରାମବାସୀ; ଚିନ୍ତାରେ ଚାଷୀ

ଜଙ୍ଗଲ ଜମି ଅଧିକାରକୁ ନେଇ ବିବାଦ । ଶହ ଶହ ଏକରରେ ଚାଷ ହୋଇଥିବା ମକାକୁ ନଷ୍ଟ କରିଦେଲେ ଉତ୍ୟକ୍ତ ଲୋକେ । ଘଟଣାଟି ଉମରକୋଟ ବ୍ଲକ ବୁର୍ଜା ପଂଚାୟତର ।

ମକା ଫସଲ ନଷ୍ଟ କରିବା ସହ ଘରେ ନିଆ ଲଗାଇଲେ ଗ୍ରାମବାସୀ; ଚିନ୍ତାରେ ଚାଷୀ

ମକା ଫସଲ ନଷ୍ଟ କରିବା ସହ ଘରେ ନିଆ ଲଗାଇଲେ ଗ୍ରାମବାସୀ; ଚିନ୍ତାରେ ଚାଷୀ

  • Share this:
News 18 Odia Digital

ନବରଙ୍ଗପୁର; ଜଙ୍ଗଲ ଜମି ଅଧିକାରକୁ ନେଇ ବିବାଦ । ଶହ ଶହ ଏକରରେ ଚାଷ ହୋଇଥିବା ମକାକୁ ନଷ୍ଟ କରିଦେଲେ ଉତ୍ୟକ୍ତ ଲୋକେ । ଘଟଣାଟି ଉମରକୋଟ ବ୍ଲକ ବୁର୍ଜା ପଂଚାୟତର । ସ୍ଥାନିୟ କପସାଭଟା, ସାରିୟାଭଟା ଓ ଲକଟିପଖନା ଗ୍ରାମରେ  ଘର ପୋଡ଼ିବା ସହିତ ଶହ ଶହ ଏକର ମକା ଚାଷ ନଷ୍ଟ କରିଦେଲେ ନିକଟସ୍ଥ ସିରିଲିଗୁଡ଼ା, କୁସୁମଗୁଡ଼ା, କସରାଭଟା ଭଳି ଆଠ ଖଣ୍ଡ ଗ୍ରାମର ଲୋକେ ।

ସୂଚନା ଅନୁସାରେ, କପସାଭଟା, ସାରିୟାଭଟା ଓ ଲକଟିପଖନା ଗ୍ରାମର ପ୍ରାୟ ଶହେ କନ୍ଧ ଜନଜାତି ପରିବାର ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ୱ ହେବ ଜଙ୍ଗଲ ଜମିରେ ବସବାସ କରିବା ସହ ଚାଷ କରି ଜୀବିକା ନିର୍ବାହ କରି ଆସୁଛନ୍ତି । ତେବେ ୨୦୦୫ ମସିହାରୁ କୁସୁମଗୁଡା ବନ ସୁରକ୍ଷା ସମିତି ଏହି ତିନି ଗ୍ରାମର ବସତି ଏଠାରୁ ହଟାଇବା ଦାବି କରିବା ସହ ପ୍ରତି ବର୍ଷ ଫସଲ ନଷ୍ଟ କରି ଦେଉଛନ୍ତି । ଏଥି ପାଇଁ ଅନେକ ଥର ଏହି ତିନି ଗ୍ରାମବାସୀ ପ୍ରସାଶନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ପ୍ରତି ବର୍ଷ ବର୍ଷା ରୁତୁରେ ଏହି ତିନି ଗ୍ରାମର ଶହ ଶହ ଏକର ଜମିର ମକା ଫସଲ ନଷ୍ଟ କରି ଦେଉଥିଲେ ମଧ୍ୟ କୌଣସି ସୁତ୍ରରୁ ଏହାର ସମାଧାନ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଯାହାର ପରିଣାମ ସ୍ଵରୁପ ଆଜି ବନ ସୁରକ୍ଷା ସମିତି ଅନ୍ତର୍ଗତ ୮ ଖଣ୍ଡ ଗ୍ରାମର ହଜାରରୁ ଉର୍ଦ୍ଧ୍ୱ ମହିଳା ଏବଂ ପୁରୁଷ ଏହି ଗ୍ରାମବାସୀଙ୍କର ଫସଲ ଗୁଡିକୁ କାଟି ନଷ୍ଟ କରି ଦେଇଥିବା ବେଳେ, ଜମିରେ ଗାଇ ଗୋରୁ ଛାଡି ଦେଇଛନ୍ତି ।

ଏଥିସହ କପସାଭଟ୍ଟା ଗ୍ରାମର କିଛି ଘରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି ବନ ସୁରକ୍ଷା ସମିତିର ଲୋକେ । ଏପରିକି ପୋଲିସ ଏବଂ ଅନ୍ୟ ପ୍ରସାଶନିକ ଅଧିକାରୀଙ୍କୁ ଅଟକାଇବା ପାଇଁ ରାସ୍ତାରେ ଗଛ ପକାଇ ରାସ୍ତା ଅବରୋଧ କରିଛି ବନ ସୁରକ୍ଷା ସମିତି । ତେବେ ପୋଲିସ ପ୍ରଶାସନ ଗଛ ହଟାଇ କପସାଭଟା, ସାରିୟାଭଟା ଓ ଲକଟିପଖନା ଗ୍ରାମରେ ପହଁଚିଥିବା ବେଳେ ସମସ୍ତ ମକା ଫସଲକୁ ନଷ୍ଟ  କରି ସାରିଥିଲେ ଗ୍ରାମବାସୀ । ତେବେ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ଏକକାଳୀନ ଏହିପରି ସଂଘବଦ୍ଧ ଆକ୍ରମଣ ଫଳରେ ଉକ୍ତ ତିନି ଗ୍ରାମର ଲୋକେ ଭୟଭୀତ ହୋଇ ପଡିଛନ୍ତି । ଚାଷ ନଷ୍ଟ  ହୋଇଥିବା ଚାଷୀଙ୍କ କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ ଓ ଜମି । ଋଣ କରି ଫସଲ କରିଥିବା ଚାଷୀ କିଭଳି ପରିବାର ପ୍ରତିପୋଷଣ କରିବା ସହ ରୁଣ ସୁଝିବେ ସେ ନେଇ ଚିନ୍ତାରେ ପଡିଛନ୍ତି ।
Published by:Soubhagya Mishra
First published: