ମିଠା ମକା ପାଇଁ ପ୍ରସିଦ୍ଧ ଲାଭ କରିଛି ବରଗଡ଼ର ଚେପଟିବାହାଲ ଗାଁ

ମିଠାମକା ଗାଁ ହେଉଛି ଚେପଟିବାହାଲ । ମିଠା ମକା ଚାଷ କରି ଲକ୍ଷପତି ହୋଇଛନ୍ତି ଚାଷୀ । ବର୍ଷକୁ ୩ଶହରୁ ଉର୍ଦ୍ଧ୍ବ ଏକର ଜମିରେ ମିଠା ମକା ଚାଷ କରି ୧୦୦ରୁ ଅଧିକ ଚାଷୀ ସ୍ୱାବଲମ୍ବୀ ହୋଇଛନ୍ତି।

ମିଠା ମକା ପାଇଁ ଚେପଟିବାହାଲ ଗାଁ ପ୍ରସିଦ୍ଧି ଲାଭ କରିଛି (ପ୍ରତୀକାତ୍ମକ ଛବି)

ମିଠା ମକା ପାଇଁ ଚେପଟିବାହାଲ ଗାଁ ପ୍ରସିଦ୍ଧି ଲାଭ କରିଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବରଗଡ଼: ମିଠାମକା ଗାଁ ହେଉଛି ଚେପଟିବାହାଲ । ମିଠା ମକା ଚାଷ କରି  ଲକ୍ଷପତି ହୋଇଛନ୍ତି ଚାଷୀ । ବର୍ଷକୁ ୩ଶହରୁ ଉର୍ଦ୍ଧ୍ବ ଏକର ଜମିରେ ମିଠା ମକା ଚାଷ କରି ୧୦୦ରୁ ଅଧିକ ଚାଷୀ ସ୍ୱାବଲମ୍ବୀ ହୋଇଛନ୍ତି। ରାଜ୍ୟ ସରକାରଙ୍କ କୃଷି ବିଭାଗ ଆତ୍ମା ପ୍ରଦର୍ଶନ କ୍ଷେତ୍ର କାର୍ଯ୍ୟକ୍ରମରେ ଚେପଟିବାହାଲ ଗାଁର ଚାଷୀଙ୍କୁ ମାଗଣାରେ ବିହନ, ସାର, ଔଷଧ ଆଦି ଯୋଗାଇ ଦେଲା ପରେ ଚାଷୀଙ୍କ ଭାଗ୍ୟ ବଦଳିଯାଇଛି ।

ସୁଇଟ କର୍ନ ଗାଁ ଭାବେ ସମଗ୍ର ରାଜ୍ୟ ଭାବେ ବେଶ ପରିଚିତ ହେଉଛି ବରଗଡ଼ ଜିଲ୍ଳା ସୋହେଲା ବ୍ଳକ ଚେପଟିବାହାଲ ଗାଁ । ୨୦୧୪ ମସିହାରେ ପ୍ରଥମେ କୃଷି ବିଭାଗ ତଥା ଆତ୍ମା ପ୍ରଦର୍ଶନ କ୍ଷେତ୍ର କାର୍ଯ୍ୟକ୍ରମରେ ଚେପଟିବାହାଲ ଗାଁର ଚାଷୀ ଲୋକନାଥ ସାହୁଙ୍କୁ ମିଠା ମକା ଚାଷ କରିବା ପାଇଁ ପ୍ରୋତ୍ସାହନ ଦିଆଯାଇଥିଲା । ଧାନ ଚାଷ ବଦଳରେ ଟାଙ୍ଗରା ଭୂଇଁରେ ଲୋକନାଥ ମିଠା ମକା ଚାଷ କରିବା ପରେ ବଦଳି ଯାଇଥିଲା ତାଙ୍କର ଭାଗ୍ୟ । ନିଜର ୫ ଏକର ଜମିରେ ମିଠା ମକା ଚାଷ କରି ହୋଇଥିଲେ ଲକ୍ଷପତି ଚାଷୀ । ଆଉ ଏହି ମିଠା ମକା ବିକ୍ରି କରି ନିଜର ପୁଅଝିଅଙ୍କୁ କରିଛନ୍ତି ଉଚ୍ଚ ଶିକ୍ଷିତ । ମିଠା ମକା ଚାଷ କାମରେ ଲୋକନାଥ ନିଜେ ସ୍ବାବଳମ୍ବୀ ହେବା ସହ ଗାଁର ୫ଜଣ ବେକାର ଯୁବକଙ୍କୁ କରିଛନ୍ତି ରୋଜଗାରକ୍ଷମ । ଧାନ ଚାଷ କରି କ୍ଷତିଗ୍ରସ୍ତ ହେଉଥିବା ଚାଷୀ ଏବେ ମିଠା ମକା ଚାଷ କରି ବର୍ଷକୁ ୩ଗୁଣା ଆର୍ଥିକ ଲାଭ ପାଉଛନ୍ତି ।

ମିଠାମକା ଗାଁ ଲୋକନାଥ ସାହୁଙ୍କ ସଫଳତା ଦେଖିବା ପରେ ଚେପଟିବାହାଲ ଗାଁର ୫୦ଜଣ ଚାଷୀ ନିଜର ୧୦୦ଏକର ଜମିରେ ବର୍ଷକୁ ୩ ଥର ମିଠା ମକା ଚାଷ କରୁଛନ୍ତି । ଚେପଟିବାହାଲ ଗାଁର ମିଠା ମକା ବରଗଡ଼ ଜିଲ୍ଲା ସହିତ ଭୁବନେଶ୍ବର, କଟକ, ସମ୍ବଲପୁର, ରାଉରକେଲା ସହ ପଡ଼ୋଶୀ ଛତିଶଗଡ଼ ରାଜ୍ୟର ରାୟପୁର ଅଞ୍ଚଳକୁ ବିକ୍ରି ପାଇଁ ପଠାଉଛନ୍ତି । ଲୋକନାଥଙ୍କ ପରି ଗାଁର ଅନ୍ୟ ଚାଷୀମାନେ ମଧ୍ୟ ଲକ୍ଷପତି ଚାଷୀ ହୋଇପାରିଛନ୍ତି ।

"ରାଜ୍ୟରେ ସୁଇଟ କର୍ନ ଗାଁ ଚେପଟିବାହାଲ ପ୍ରସିଦ୍ଧ ଲାଭ କରିଥିବା ବେଳେ ଚାଷୀଙ୍କୁ ଆଗକୁ ଆହୁରି ପ୍ରୋତ୍ସାହନ ଦିଆଯିବ ଓ ଚାଷୀ କିଭଳି ଅଧିକରୁ ଅଧିକ ମାର୍କେଟିଂ କରିପାରିବେ ସେନେଇ ବିହିତ ପଦକ୍ଷେପ ନିଆଯିବ । ଚେପଟିବାହାଲ ଚାଷୀଙ୍କ ମିଠା ମକା ଚାଷ ସଫଳତାର ପ୍ରଭାବ ଅନ୍ୟ ଗାଁ ଉପରେ ପଡୁଛି," କହିଛନ୍ତି ସୋହେଲା ବ୍ଳକ କୃଷି ଅଧିକାରୀ ଅମିୟ କୁମାର ସାହୁ କହିଛନ୍ତି ।

"ଧାନ ଚାଷ କରି କ୍ଷତିଗ୍ରସ୍ତ ହେଉଥିଲି । କୃଷି ବିଭାଗର ସହାୟତା ମିଳିବା ପରେ ନିଜର ୫ଏକର ଜମିରେ ମିଠା ମକା ଚାଷ କରି ଏବେ ବର୍ଷକୁ ୫/୬ଲକ୍ଷ ଟଙ୍କା ରୋଜଗାର କରୁଛି। ନିଜେ ସ୍ବାବଳମ୍ବୀ ହେବା ସହ ଗାଁର ଅନ୍ୟ ୫ଜଣ ଯୁବକଙ୍କୁ ରୋଜଗାର କରିପାରିଛି,କହିଛନ୍ତି ଚାଷୀ ଲୋକନାଥ ସାହୁ।

"ଆମ ଗାଁର ଚାଷୀ ଲୋକନାଥଙ୍କ ମିଠାମକା ଚାଷ ଦେଖି ଅନୁପ୍ରାଣିତ ହୋଇ ମୁଁ ନିଜେ ୩ ଏକର ମକା ଚାଷ କରିଛି । କେଜି ପ୍ରତି ୨୦/୩୦ଟଙ୍କାରେ ବିକ୍ରି ହେଉଛି । ବଜାର ବ୍ୟବସ୍ଥା କରାଗଲେ ଚାଷୀମାନେ ଉପକୃତ ହେବେ । ମିଠା ମକା ଚାଷ ପାଇଁ ଆମ ଚେପଟିବାହାଲ ଗାଁ ସାରା ରାଜ୍ୟରେ ବେଶ ପରିଚିତ ହୋଇପାରିଛି,"  କହିଛନ୍ତି ଚାଷୀ ଜୀବର୍ଦ୍ଧନ ମେହେର।
Published by:Soumya Das
First published:
)}