ବ୍ରହ୍ମପୁର ସହରରେ ବେଧଡ଼କ ଚାଲିଛି ପଲିଥିନ ବ୍ୟବହାର; ସଚେତନ କରିବ BMC

ବ୍ରହ୍ମପୁର ସହରରେ ବେଧଡ଼କ ବ୍ୟବହାର ହେଉଛି ପଲିଥିନ । ବିଏମସି ପକ୍ଷରୁ ଚଢ଼ାଉ କରାଯିବା ସହିତ ବ୍ୟାପକ ସଚେତନତା କାଯ୍ୟକ୍ରମ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।

ବ୍ରହ୍ମପୁର ସହରରେ ବେଧଡ଼କ ଚାଲିଛି ପଲିଥିନ ବ୍ୟବହାର (ପ୍ରତୀକାତ୍ମକ ଛବି)

ବ୍ରହ୍ମପୁର ସହରରେ ବେଧଡ଼କ ଚାଲିଛି ପଲିଥିନ ବ୍ୟବହାର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଏକକ ବ୍ୟବହାର ପ୍ଳାଷ୍ଟିକ ତଥା ପଲିଥିନ୍‌ର ବ୍ୟବହାର ବିପୁଳ ପରିମାଣରେ ଚାଲୁରହିଛି । ସାରା ଦେଶରେ ଚଳିତ ମାସ ୧ ତାରିଖରୁ ପଲିଥିନକୁ ବ୍ୟବହାର ବନ୍ଦ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସଚେତନତା ଅଭାବ ଯୋଗୁଁ ପୋଲିଥିନର ବ୍ୟବହାର ଉପରେ ରୋକ ଲଗାଯାଇପାରୁନାହିଁ । ସଚେତନ ପାଇଁ  ଟିମ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି କହିଛନ୍ତି ବିଏମସି କମିଶନର ।

'ପଲିଥିନ ସମ୍ପୂର୍ଣ୍ଣ ରୂପେ ବ୍ୟାନ  ହୋଇଥିବା ବେଳେ ଏହାକୁ ସମସ୍ତେ ପାଳନ କରିବା ବାଧ୍ୟତାମୂଳକ । ଯେଉଁମାନେ ନିୟମକୁ ଅବମାନନା କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଏନଫୋସମେଣ୍ଟ ଟିମଙ୍କୁ ନିର୍ଦ୍ଦେଶ ଦିଆଯାଇଛି,‘‘ କହିଛନ୍ତି ବିଏମସି କମିଶନର ଜେ.ସୋନାଲ ।

‘‘ସହରର ବିଭିନ୍ନ ପନିପରିବା ବଜାର ଠାରୁ ଆରମ୍ଭ କରି ଫଳ ଦୋକାନ ସବୁଠି ବ୍ୟବହାର ହେଉଛି ପଲିଥିନ୍‌ । ଲୋକେ ଦୋକାନକୁ ଯାଇ କୌଣସି ସାମଗ୍ରୀ କିଣିଲେ ମଧ୍ୟ ପଲିଥିନ ଦୋକାନୀକୁ ମାଗୁଛନ୍ତି । ପଲିଥିନ ବ୍ୟବହାର ନ କରିବା ନେଇ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନା ସୃଷ୍ଟି କରାଯିବା ଉଚିତ,"କହିଛନ୍ତି ବ୍ରହ୍ମପୁର ବାସିନ୍ଦା ଆଭା ପାଣିଗ୍ରାହୀ ।

‘‘ସହରରେ କିଛି ଦୋକାନୀ ମାନେ ମଧ୍ୟ ବେଶ ସଚେତନ ହୋଇ ରହିଛିନ୍ତି । ଅନେକ ଲୋକେ ବର୍ତ୍ତମାନ ମଧ୍ୟ ଦୋକାନରୁ କିଛି ସାମଗ୍ରୀ କିଣିବା ପରେ ପଲିଥିନ ମାଗୁଥିବା ବେଳେ ସେମାନଙ୍କୁ କାଗଜ ଠୁଙ୍ଗାରେ ସାମଗ୍ରୀ ଦେଇଥାନ୍ତି। ଯେଉଁଠାରେ ଏହି ପୋଲିଥିନ ପ୍ରସ୍ତୁତ ହେଉଛି ସେଠାରେ ବନ୍ଦ କରାଯାଉ,‘‘କହିଛନ୍ତି ଦୋକାନୀ ପଙ୍କଜ କୁମାର ମୁନ୍ଦ୍ରା ।

‘‘ପଲିଥିନର ମାତ୍ରାଧିକ ବ୍ୟବହାର ଯୋଗୁଁ ଲୋକେ ହିଁ ଅନେକ ସମସ୍ୟାର ସମ୍ମଖୀନ ହେଉଛନ୍ତି । ତେଣୁ ଏହାକୁ କେବଳ ଲୋକେ ହିଁ ରୋକିପାରିବେ,‘‘କହିଛନ୍ତି ପରିବେଶବିତ୍ ସୁବାଷ ମହାରଣା ।
Published by:Soumya Das
First published: