ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ କଲେ ପ୍ରଶଂସା କଲେ କେନ୍ଦ୍ର ମନ୍ତ୍ରୀ (ପ୍ରତୀକାତ୍ମକ ଛବି)
News18 Odia Digital
ପୁରୀ: ଦେଶରେ କିଭଳି ତୃଣମୂଳସ୍ତରରେ ଚାଲିଛି ସ୍ୱାସ୍ଥ୍ୟସେବା । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମନସୁଖ୍ ମାଣ୍ଡଭ୍ୟ ଦେଶର ପ୍ରତିଟି କୋଣରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟସେବାର ସମୀକ୍ଷା କରିଛନ୍ତି । ଭର୍ଚୁଆଲରେ ରୋଗୀଙ୍କ ସହ କଥା ହେବା ସହ ଟେଲିମେଡିସିନ ଯୋଗୁଁ କିଭଳି ଚିକିତ୍ସା ବ୍ୟବସ୍ଥାରେ ସୁଧାର ଆସିଛି ସେ ନେଇ ଆଲୋଚନା କରିଛନ୍ତି ।
୨୦୧୯ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆୟୁଷ୍ମାନ ଯୋଜନା ଆରମ୍ଭ ହୋଇଥିବା ବେଳେ ୨୦୨୧ରେ କେନ୍ଦ୍ର ଇ-ସଂଜୀବିନୀ ଯୋଜନା ବା ଟେଲି ମେଡ଼ିସିନ ସେବା ଆରମ୍ଭ କରାଯାଇଥିଲା। ଆଉ କେନ୍ଦ୍ର ସରକାରଙ୍କ ଏହି ଯୋଜନାର ଚତୁର୍ଥ ବର୍ଷ ଅବସରରେ ଦେଶର ୮ଟି ରାଜ୍ୟରେ ଏହି ସେବା ଯୋଜନାରେ ସଫଳତା ହାସଲ କରିଥିବା ବେଳେ ଓଡ଼ିଶାର ପୁରୀ ଜିଲ୍ଲାର ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ନାଗପୁର, ନୟାହାଟ, ଛଇତନା , ବଡ଼ତରା ଆରୋଗ୍ୟ ସେବା କେନ୍ଦ୍ର ସଫଳତା ହାସଲ କରିଛି। ତେଣୁ ଭର୍ଚୁଆଲ ବୈଠକରେ ରୋଗୀଙ୍କ ସହ ଏହି ସେବା ସମ୍ପର୍କରେ ଆଲୋଚନା କରିଥିବା ବେଳେ ଆୟୁଷ୍ମାନର ଟେଲିମେଡିସିନ ସେବା କିଭଳି ଲୋକେ ପାଉଛନ୍ତି ସେ ନେଇ ରୋଗୀଙ୍କ ସହ କଥା ହୋଇଥିଲେ , କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମନସୁଖ୍ ମାଣ୍ଡଭ୍ୟ।
"କେନ୍ଦ୍ର ସରକାରଙ୍କ ଆୟୁଷ୍ମାନର ଟେଲିମେଡିସିନ ସେବା ଯୋଜନା କିପରି ସାଧାରଣ ଗରିବ ଲୋକଙ୍କ ନିକଟରେ ପହଞ୍ଚିପାରିବ ଓ ସାଧାରଣ ଲୋକେ ଏହାର ସୁଫଳ ପାଇବେ ସେ ସମ୍ପର୍କରେ ଆମମାନଙ୍କ ଦାୟିତ୍ୱ ରହିବା ଦରକାର । ଆଉ ଆମର କାର୍ଯ୍ୟଦକ୍ଷତା ଯୋଗୁଁ ଆଜି ରୋଗୀଟିଏ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବି ସମସ୍ତ ଚିକିତ୍ସା ସୁବିଧା ପାଇପାରୁଥିବାରୁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଛନ୍ତି," କହିଛନ୍ତି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. ଜସ୍ମନ ଆଫ୍ରୋଜ।
ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୪ ମିନିଟ ଧରି ରୋଗୀଙ୍କ ସହ ଭର୍ଚୁଆଲରେ କଥା ହେଲେ କେନ୍ଦ୍ରମନ୍ତ୍ରୀ । ସାଧାରଣ ଲୋକେ କିଭଳି ସେବା ପାଉଛନ୍ତି । ଆଉ ଏହି ଯୋଜନାରେ କିଭଳି ରୋଗୀଟିଏ ଔଷଧ ପାଇପାରୁଛି ଓ ବିନା ଅର୍ଥରେ ଚିକିତ୍ସା ସୁବିଧା କିଭଳି ପାଉଛି ସେ ନେଇ ବୁଝିବା ସହ ଟେଲି ମେଡିସନ କେତେମାତ୍ରାରେ ସୁବିଧା ଆଣିଦେଇଛି। ଆଉ ଏହି ଟେଲିମେଡିସିନରେ ସୁସ୍ଥ ହୋଇଥିବା ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ରୋଗୀ ଆଦଶ୍ୟା ପ୍ରଧାନ ମନ୍ତ୍ରୀଙ୍କୁ ବୁଝାଇଥିଲେ।
Published by:Soumya Das
First published: