ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ମମିତା ମେହର ମାମଲାରେ ରାଜ୍ୟ ସରକାରଙ୍କ ନୈତିକତା କୁଆଡେ ଗଲା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମମିତା ମେହର ମାମଲାରେ ରାଜ୍ୟ ସରକାରଙ୍କ ନୈତିକତା କୁଆଡେ ଗଲା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମମିତା ମେହେର ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାର ମୁଖ୍ୟମନ୍ତ୍ରୀ ଏମିତି କିଛି ନୈତିକତାର ପରମ୍ପରା ତିଆରି କରିଛନ୍ତି ।

ମମିତା ମେହର ମାମଲାରେ ରାଜ୍ୟ ସରକାରଙ୍କ ନୈତିକତା କୁଆଡେ ଗଲା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ମମିତା ମେହେର କେସକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 19, 2021, 7:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମମିତା ମେହେର ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲାଲ ବହାଦୁର ଶାସ୍ତ୍ରୀ ରେଳ ଦୁର୍ଘଟଣା ପାଇଁ ନୈତିକତାର ଚାପରେ ଇସ୍ତଫା ଦେଇଥିଲେ । ଲାଲକୃଷ୍ଣ ଆଢଭାନିଙ୍କ ନାଁ ହାଉଳା କେସ ଡାଏରୀରେ ଉଲ୍ଲେଖ ହୋଇଥିଲା । ଆମେ ସେହି ପରମ୍ପରାର ଲୋକ । ଲାଲକୃଷ୍ଣ ଆଢଭାନି ଲୋକସଭାରୁ ଇସ୍ତଫା ଦେଇଥିଲେ । ଆଢଭାନି କହିଥିଲେ, ମୁଁ ସେ ପର୍ଯ୍ୟନ୍ତ ନିର୍ବାଚନ ଲଢିବି ନାହିଁ, ଯେ ପର୍ଯ୍ୟନ୍ତ ମୋ ନାଁ କେସ ଡାଏରୀରୁ ତଦନ୍ତ ପରେ ମୁକ୍ତ ନହୋଇଛି । ଭାରତୀୟ ରାଜନୀତିରେ ନୈତିକତାର ମୂଲ୍ୟବୋଧର ଅନେକ ଉଦାହରଣ ଅଛି । ଓଡିଶାର ମୁଖ୍ୟମନ୍ତ୍ରୀ ଏମିତି କିଛି ନୈତିକତାର ପରମ୍ପରା ତିଆରି କରିଛନ୍ତି । ଜଣେ ଦଳିତ ବର୍ଗ ତଥା ବିଜେଡ଼ି ଦଳର ମହିଳା, ଯିଏ କି ମନ୍ତ୍ରୀ ଥିଲେ । ସେ ଛତୁଆ କାଣ୍ଡରେ ସାମିଲ ଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ହିଁ ଅଭିଯୁକ୍ତ କରିଥିଲେ । ପୂର୍ବରୁ ନୈତିକତାର ଆଧାରରେ ଅନେକ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବାକୁ କହିଛନ୍ତି । ରାଜ୍ୟ ବିଜେପି କାର୍ଯ୍ଯାଳୟରେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ ଏଭଳି ବର୍ଷିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ ଆହୁରି କହିଛନ୍ତି ଘଟଣାର ୯୦ଦିନ ହୋଇନାହିଁ, ଚାର୍ଜସିଟ ଫାଇଲ କରିବାର ସମୟ ସରିନାହିଁ । ମୁଖ୍ୟମନ୍ତ୍ରୀଙ୍କୁ କେଉଁ କଥା ଡରାଉଛି ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ କହିବାନୁଯାୟୀ, ଏତଲାଟିଏ ଦେବା ପାଇଁ ପୀଡ଼ିତାଙ୍କ ବାପା, ମା’ ଥାନା ଥାନା ବୁଲିଲେ। ପୀଡ଼ିତାଙ୍କ ବାପା, ମାଙ୍କର ୧୬୪ ବୟାନ ରେକର୍ଡ କରାଯାଇନି। ଏଭଳି ସ୍ଥିତିରେ ସେମାନଙ୍କ ଉପରେ ଚାପ ପକାଇ କେସ୍ କରାଯାଇଛି। ସେମାନଙ୍କୁ ଆଣି ପ୍ରାୟୋଜିତ ମାମଲା କରାଯାଇଛି । ସେମାନଙ୍କ ଉପରେ ଚାପ ପକାଇ ତ୍ୱରିତ ଶୁଣାଣି ପାଇଁ କେସ୍ ହୋଇଛି। ମାମଲାର ଚାର୍ଜସିଟ୍ ହୋଇ ନ ଥିବା ବେଳେ ତ୍ୱରିତ ଶୁଣାଣି ପାଇଁ ଅପିଲ କରିବା ଅତ୍ୟନ୍ତ ହାସ୍ୟାସ୍ପଦ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଯିଏ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବିଧାନସଭାରେ ଉତ୍ତର ଦିଅନ୍ତି । ଅଭିଯୋଗ ତାଙ୍କ ନାଁରେ ଆସିଲା । ବୋଧହୁଏ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବିଜ୍ଞ ଓକିଲ ମାନେ ପରାମର୍ଶଦାତା ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଦପ୍ତରକୁ ବଛା ବଛା ପୋଲିସ ଅଧିକାରୀ ମାନେ ଚଳାଉଛନ୍ତି । ସେହିମାନେ ଗୁଇନ୍ଦା ବିଭାଗର ଦାୟୀତ୍ୱରେ ବି ଅଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ବି ଚଳାଉଛନ୍ତି । ସେମାନେ ନିଶ୍ଚିତ ଭାବରେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିବେ । ପାରିପାର୍ଶ୍ୱକ ପ୍ରମାଣ ନ୍ୟାୟିକ ବ୍ୟବସ୍ଥାରେ ଏକ ମୁଖ୍ୟ ବିଷୟ । ମୁଁ ବାହାରେ ରହି ବିଭିନ୍ନ ଗଣମାଧ୍ୟମରେ ଘଟଣାର ଖବର ଦେଖିଛି । ଦୀର୍ଘ ୨୦-୨୨ବର୍ଷର ଶାସନରେ ଯେଉଁ ମନ୍ତ୍ରୀ ମାନେ ଦୁର୍ନୀତି ଓ ନୈତିକତାର ଦ୍ୱାହି ଦେଇ ଇସ୍ତଫା ଦେଇଛନ୍ତି । ତାହେଲେ ସେମାନେ କଣ କାଠଗଡାରେ ଦୋଷୀ ହୋଇସାରିଛନ୍ତି । ସେମାନଙ୍କର ନୈତିକତା କଣ ଅଲଗା ଆଉ ମୁଖ୍ୟମନ୍ତ୍ରୀଙ୍କ ଅତିପ୍ରିୟ ଲୋକର ନୈତିକତା ଅଲଗା ବୋଲି ପ୍ରଶ୍ନ କରିଛନ୍ତି । ଏହା ଆଜି ଓଡିଶାବାସୀଙ୍କ ମନରେ ବଡ଼ ପ୍ରଶ୍ନ ହୋଇଛି ।

ଶୁକ୍ରବାର ସନ୍ଧ୍ୟା ସାଢ଼େ ପାଞ୍ଚଟା ସୁଦ୍ଧା ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରେସ ରିଲିଜ କିମ୍ବା ବାଇଟ ମିଳିନଥିଲା।
Published by: Soumya Das
First published: November 19, 2021, 6:52 PM IST