MSME ସ୍ଥିତି ସୁଧାରିବା ପାଇଁ କେନ୍ଦ୍ର ଓ ରାଜ୍ୟକୁ ଚିଠି ଲେଖିଲା UCCI

ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବା ଏମଏସଏମଇ କ୍ଷେତ୍ରରେ ଆର୍ଥିକ ସହଯୋଗ ପାଇଁ ଉଭୟ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଅପିଲ କରିଛି ୟୁସିସିଆଇ ବା ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ।

MSME ସ୍ଥିତି ସୁଧାରିବା ପାଇଁ କେନ୍ଦ୍ର ଓ ରାଜ୍ୟକୁ ଚିଠି ଲେଖିଲା UCCI (ପ୍ରତୀକାତ୍ମକ ଛବି)

MSME ସ୍ଥିତି ସୁଧାରିବା ପାଇଁ କେନ୍ଦ୍ର ଓ ରାଜ୍ୟକୁ ଚିଠି ଲେଖିଲା UCCI (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ପୁଣି ଥରେ ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବା ଏମଏସଏମଇ କ୍ଷେତ୍ରରେ ଆର୍ଥିକ ସହଯୋଗ ପାଇଁ ଉଭୟ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଅପିଲ କରିଛି ୟୁସିସିଆଇ ବା ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ। ବିଶେଷ କରି ଅନୁ, କ୍ଷୁଦ୍ର  ଓ ମଧ୍ୟମ ଧରଣର ଶିଳ୍ପ ତିଷ୍ଠି ରହିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ହସ୍ତକ୍ଷେପ କରିବାକୁ ୟୁସିସିଆଇ ନିବେଦନ କରିଛି।

ନ୍ୟୁଜ ୧୮ ଓଡ଼ିଆକୁ ସୂଚନା ଦେଇ ୟୁସିସିଆଇ ସଭାପତି ବ୍ରହ୍ମା ମିଶ୍ର କହିଛନ୍ତି,"ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମାଧ୍ୟମ ଧରଣର ଶିଳ୍ପର ଅବସ୍ଥା ଖରାପ ହେବାରେ ଲାଗିଛି। ଲମ୍ବା ସମୟ ପର୍ଯ୍ୟନ୍ତ ଏଭଳି ସ୍ଥିତି ଯଦି ଜାରି ରହେ ତେବେ ରାଜ୍ୟରେ ଏମଏସଏମଇ ଶିଳ୍ପରେ ନିଯୁକ୍ତି ସୁଯୋଗ ସମ୍ଭାବନା ଅଧିକ ସଂକୁଚିତ ହେବ । ପୂର୍ବରୁ ଏନେଇ ୟୁସିସିଆଇ ଚିଠି ଲେଖିଥିଲା। କିନ୍ତୁ ତାକୁ ଗୁରୁତ୍ୱ ଦିଆଗଲା ନାହିଁ। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିବାକୁ ୟୁସିସିଆଇ ଦାବି ଦୋହରାଇଛି । ସେଥିରେ ଉଲ୍ଲେଖ କରାଯାଇଛି ଯେ, କୋଭିଡ଼ କାରଣରୁ ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟରେ ଗଭୀର ଭାବେ ପ୍ରଭାବିତ ହୋଇଛି  ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବା ଏମଏସଏମଇ"।

ୟୁସିସିଆଇ କହିଛି,"ରାଜ୍ୟରେ ଏମଏସଏମଇ ଶିଳ୍ପ ରୁଗ୍‌ଣ ପ୍ରାୟ। ଉଭୟ ଜାତୀୟ ଓ ଆଞ୍ଚଳିକ ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନ କ୍ଷେତ୍ରରେ ବନ୍ଧକ ସର୍ତ୍ତ ରଖୁଥିବାରୁ ପ୍ରାୟ ୭୦ ପ୍ରତିଶତ ଶିଳ୍ପ ଏବେ ବନ୍ଦ ହେବାକୁ ବସିଲାଣି । କୋଭିଡ଼ ସ୍ଥିତି ଧୀରେ ଧୀରେ ସ୍ୱଭାବିକ ହେବା ପରେ ମଧ୍ୟ ବ୍ୟାଙ୍କ ଋଣ ମିଳୁ ନ ଥିବାରୁ ମୁଣ୍ଡରେ ହାତ ଦେଇ ବସିଛନ୍ତି ଅନେକ କ୍ଷୁଦ୍ର ଶିଳ୍ପୋଦ୍ୟୋଗୀ । ତେଣୁ ତୁରନ୍ତ ଏହି କ୍ଷେତ୍ରରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ହସ୍ତକ୍ଷେପ କରିବାକୁ ଚିଠି ଲେଖି ଦାବି ଦୋହରାଇଛି ୟୁସିସିଆଇ ।

ୟୁସିସିଆଇ ଯୁକ୍ତି ସପକ୍ଷରେ ସହମତି  ରଖିଛନ୍ତି ଅର୍ଥନୀତିଜ୍ଞ। ଅର୍ଥନୀତିଜ୍ଞ ବିଭୁ ପଦାରବିନ୍ଦ ତ୍ରିପାଠୀଙ୍କ ମତରେ, ଏଦିଗରେ ସ୍ପଷ୍ଟ ନୀତି ଆପଣାଯିବା ଉଚିତ୍। ସମୟର ବଡ଼ ଆବଶ୍ୟକତା ହେଲା ସବୁ ଶିଳ୍ପୋଦ୍ୟୋଗୀଙ୍କୁ ଋଣ ପ୍ରଦାନ ବ୍ୟବସ୍ଥା । ତେବେ ଏମଏସଏମଇ କୁ ଅଗ୍ରାଧିକାର ଭିତ୍ତିରେ ଏକ କର୍ପସ ଫଣ୍ଡ ବ୍ୟବସ୍ଥା କରାଯିବା ଦରକାର। ଏହାଦ୍ବାରା ରାଜ୍ୟରେ ଶିଳ୍ପ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ମିଳିବ। ଯଦି ତୁରନ୍ତ ଏ ଦିଗରେ ନୀତିଗତ ନିଷ୍ପତ୍ତି କାର୍ଯ୍ୟକାରୀ ନହୁଏ ତେବେ ଆଗକୁ ବେକାରୀ ସମସ୍ୟା ଜଟିଳ ହେବା ନିଶ୍ଚିତ।
Published by:Soumya Das
First published: