ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ମମିତା କେସ ନେଇ ସରକାରକୁ ଘେରୁଛି ବିରୋଧୀ; ମା'ମାନଙ୍କୁ ବ୍ୟାଙ୍କ ପ୍ରତିନିଧି ଭାବେ ନିଯୁକ୍ତି ଦେବ BJD

ମମିତା କେସ ନେଇ ସରକାରକୁ ଘେରୁଛି ବିରୋଧୀ; ମା'ମାନଙ୍କୁ ବ୍ୟାଙ୍କ ପ୍ରତିନିଧି ଭାବେ ନିଯୁକ୍ତି ଦେବ BJD

ମମିତା ମେହେର ହତ୍ୟାକାଣ୍ଡକୁ ବିରୋଧୀ ମୁଖ୍ୟ ଅସ୍ତ୍ର କରିଥିବା ବେଳେ ବିଜେଡି ମଧ୍ୟ ତାକୁ ସମ୍ମୁଖୀନ ହେବାକୁ ରଣନୀତି ପ୍ରସ୍ତୁତ କରିଛି। ଗ୍ୟାସର ଅହେତୁକ ଦରବୃଦ୍ଧିକୁ ମୁଖ୍ୟ ଅସ୍ତ୍ର କରି ବିଜେପିକୁ କାଉଣ୍ଟର ଆଟାକ କରିବାକୁ ଶାସକ ଦଳ ଯୋଜନା କରିଥିବା ଜଣାପଡ଼ିଛି।

ମମିତା କେସ ନେଇ ସରକାରକୁ ଘେରୁଛି ବିରୋଧୀ; ମା'ମାନଙ୍କୁ ବ୍ୟାଙ୍କ ପ୍ରତିନିଧି ଭାବେ ନିଯୁକ୍ତି ଦେବ BJD
ମହିଳାଙ୍କୁ ନେଇ ରାଜନୀତି କରୁଛନ୍ତି ଦୁଇ ଦଳ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 19, 2021, 5:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News 18 Odia Digital

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡକୁ ବିରୋଧୀ ମୁଖ୍ୟ ଅସ୍ତ୍ର କରିଥିବା ବେଳେ ବିଜେଡି ମଧ୍ୟ ତାକୁ ସମ୍ମୁଖୀନ ହେବାକୁ ରଣନୀତି ପ୍ରସ୍ତୁତ କରିଛି। ଗ୍ୟାସର ଅହେତୁକ ଦରବୃଦ୍ଧିକୁ ମୁଖ୍ୟ ଅସ୍ତ୍ର କରି ବିଜେପିକୁ କାଉଣ୍ଟର ଆଟାକ କରିବାକୁ ଶାସକ ଦଳ ଯୋଜନା କରିଥିବା ଜଣାପଡ଼ିଛି। ଏପରିକି ଖାଲି ସେତିକି ନୁହେଁ ଶାସକ ଦଳର ମୁଖ୍ୟ ଶକ୍ତି କୁହାଯାଉଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ସବୁ ବିଭାଗ ଦ୍ଵାରା କାମ ଦେବା ସହ ମା" ମାନଙ୍କୁ ବ୍ୟାଙ୍କ ପ୍ରତିନିଧି ଭାବେ ନିଯୁକ୍ତି ଦେବା ଯୋଜନା କରିବା ମମିତା ପ୍ରସଙ୍ଗକୁ ଝଟକା ଦେବ ବୋଲି ଚର୍ଚ୍ଚା ହେଉଛି। ବିରୋଧୀଙ୍କ କହିବା କଥା ମମିତା ମେହେର ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଯେତେ ଚେଷ୍ଟା କଲେ ବି ତାହା ଲୁଚିବନି ବରଂ ମହିଳା ଗୋଷ୍ଠୀ ଏଥର କଡା ଜବାବ ଦେବେ।

ବିରୋଧୀଙ୍କ ମମିତା ମେହେର ପ୍ରସଙ୍ଗକୁ ପ୍ରତିହତ କରିବାକୁ ବିଜେଡିର ଗ୍ୟାସ ଆନ୍ଦୋଳନ ଷ୍ଟ୍ରଟେଜି କରିଛି। ରାଜ୍ୟରେ ନାରୀ ନିର୍ଯ୍ୟାତନା ହତ୍ୟା ଓ ଦୁଷ୍କର୍ମ ପ୍ରସଙ୍ଗ ସହ ଏଥିରେ ମନ୍ତ୍ରୀ ନେତାଙ୍କ ସମ୍ପୃକ୍ତି ଅଭିଯୋଗ କରି ବିରୋଧୀ ଶାସକ ବିଜେଡି କୁ ଲଗାତର ଆକ୍ରମଣ କରି ଆସୁଛନ୍ତି। ଏପରିକି ମମିତା ମେହେର ପ୍ରସଙ୍ଗରେ ତାତି ଥମିବାର ନାଁ ଧରୁନି।

ଏଭଳି ସ୍ଥିତିରେ ବିଜେଡି ମହିଳାଙ୍କ ଭାତ ହାଣ୍ଡି ପ୍ରସଙ୍ଗକୁ ବିରୋଧୀଙ୍କ ବିରୋଧରେ ଅସ୍ତ୍ର କରିଛି। ଗ୍ୟାସ ଦର ଆକାଶଛୁଆଁ ହେବା ବିରୋଧରେ ଆନ୍ଦୋଳନକୁ ଜୋରଦାର କରିବାକୁ ଘୋଷଣା କରିଛି ଦଳ। ଖାଲି ସେତିକି ନୁହେଁ ଆନ୍ଦୋଳନ ସହ ବିଜେଡିର ମୁଖ୍ୟ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀକୁ ଅଧିକ ରୋଜଗାର ବ୍ୟାଙ୍କ ସହ ଯୋଡିବାର ପ୍ରୟାସ ବି କରିଛି। ଯାହାକୁ ନେଇ ବିରୋଧୀ ବିଜେଡି ଉପରେ ବର୍ଷିଛନ୍ତି। ମହିଳାଙ୍କ ପାଖରେ ଗ୍ରହଣୀୟତା ହରାଇବା ଡରରେ ବିଜେଡି ଏଭଳି ଲୋଭ ଦେଖାଉଥିବା ବିରୋଧୀ ଅଭିଯୋଗ କରିଛନ୍ତି। କିନ୍ତୁ ଏହି ଚାଲ କାମ ଦେବନି ବରଂ ଲୋକେ ଏହାର ଜସ୍ବବ ଦେବେ ବୋଲି ବିରୋଧି କଂଗ୍ରେସ ଓ ବିଜେପି କହିଛନ୍ତି।

କଂଗ୍ରେସ ନେତା ଅନନ୍ତ ସେଠି କହିଛନ୍ତି," ବିଜେଡି ନିଜେ ଭୟଭୀତ ଓ ମୁଖ୍ୟମନ୍ତ୍ରୀ ବି ଭୟଭୀତ। ସବୁବେଳେ ମହିଳାଙ୍କୁ ପ୍ରଲୋଭିତ କରି ପ୍ରତାରଣା କରିଛି ବିଜେଡ଼ି। ଲୋକମାନେ ଜାଗ୍ରତ ହେଲେଣି।ସେମାନେ ବୁଝି ଗଲେଣି ମୁଖ୍ୟମନ୍ତ୍ରୀ ମହିଳାଙ୍କ ପାଇଁ ଯାହା କହୁଛନ୍ତି ମିଛ କହୁଛନ୍ତି।"

ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି," ବିଜେଡିକୁ ଲାଗୁଛି ଏସଏସଜି ଗ୍ରୁପକୁ ପଇସା ଦେଲେ ମହିଳା ଭୋଟ ଦେଇଦେବେ। ମମିତା ମେହେର ହତ୍ୟା ପ୍ରସଙ୍ଗକୁ ଶେଷ ପର୍ଯ୍ୟନ୍ତ ନେବାକୁ ଦଳ ସଂକଳ୍ପ କରିଛି। ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ଏ ଲଢ଼େଇ ଚାଲିବ ସରକାରର ମୂଖା ଖୋଲିବ।

ସେପଟେ ବିଜେଡି ଏହାକୁ ନେଇ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଛି।ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, "ବିଜେଡି ମହିଳାଙ୍କ ବିକାଶ ପାଇଁ ସବୁବେଳେ କାର୍ଯ୍ୟ କରିଆସୁଛି। ତେଣୁ ଦଳ ଆଦୌ ଭୟଭୀତ ନାହିଁ ବରଂ ବିରୋଧୀ ଭୟଭୀତ ହୋଇଛନ୍ତି ବୋଲି ଦଳ କହିଛି। ଆସନ୍ତା ନିର୍ବାଚନରେ ପୂର୍ବଭଳି ଓଡ଼ିଶାବାସୀ ବିଜେଡିକୁ ସ୍ପଷ୍ଟ ବହୁମତ ଦେବେ" ।
Published by: Soumya Das
First published: November 19, 2021, 5:57 PM IST