ଚାଲୋ ଦେଖେ ଅପନା ଦେଶ: ଅନ୍ତର୍ଦେଶୀୟ ପର୍ଯ୍ୟଟନ ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱ

ଓଡ଼ିଶାରେ ପର୍ଯ୍ୟଟନର ବ୍ୟାପକ ସୁଯୋଗ ରହିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥିପ୍ରତି ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯିବ। ଅର୍ଗସ ଟେଲିଭିଜନ ପକ୍ଷରୁ ଆୟୋଜିତ କନକ୍ଲେଭ 'ଚଲୋ ଦେଖେ ଆପନା ଦେଶ' କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶା ଗସ୍ତ ଅବସରରେ ଏହା କହିଛନ୍ତି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜି କିଷାନ ରେଡ୍ଡୀ।

ଅର୍ଗସ ପକ୍ଷରୁ ଆୟୋଜିତ ହେଉଥିଲା ଦୁଇଦିନିଆ ଟୁରିଯିମ କନକ୍ଲେଭ 'ଚଲୋ ଦେଖେ ଆପନା ଦେଶ' କାର୍ଯ୍ୟକ୍ରମ (ପ୍ରତୀକାତ୍ମକ ଛବି)

ଅର୍ଗସ ପକ୍ଷରୁ ଆୟୋଜିତ ହେଉଥିଲା ଦୁଇଦିନିଆ ଟୁରିଯିମ କନକ୍ଲେଭ 'ଚଲୋ ଦେଖେ ଆପନା ଦେଶ' କାର୍ଯ୍ୟକ୍ରମ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଓଡ଼ିଶାରେ ପର୍ଯ୍ୟଟନର  ବ୍ୟାପକ ସୁଯୋଗ ରହିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥିପ୍ରତି ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯିବ। ଅର୍ଗସ ଟେଲିଭିଜନ ପକ୍ଷରୁ ଆୟୋଜିତ ଦୁଇଦିନିଆ ଟୁରିଯିମ କନକ୍ଲେଭ 'ଚଲୋ ଦେଖେ ଆପନା ଦେଶ' କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶା ଗସ୍ତ ଅବସରରେ ଏହା କହିଛନ୍ତି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜି କିଷାନ ରେଡ୍ଡୀ। କେନ୍ଦ୍ରମନ୍ତ୍ରୀ ଶ୍ରୀ ରେଡ୍ଡୀ କହିଛନ୍ତି, କୋଭିଡ କାରଣରୁ ସାରା ଦେଶରେ ପର୍ଯ୍ୟଟନ ସଂକୁଚିତ ହୋଇ ଯାଇଥିଲା। ପ୍ରାୟ ଦୁଇବର୍ଷ ବ୍ୟବଧାନରେ ପୁଣିଥରେ ଏହି କ୍ଷେତ୍ରରେ ସୁଯୋଗ ଆସିଛି।

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି," ଏଥିପାଇଁ ସାରା ଦେଶରେ କନକ୍ଲେଭର ଆୟୋଜନ ଉପରେ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାରେ ଅର୍ଗସ ଟେଲିଭିଜନ ପକ୍ଷରୁ ଆୟୋଜିତ ଏଭଳି କାର୍ଯ୍ୟକ୍ରମର ଗୁରୁତ୍ୱ ରହିଛି । କାରଣ କୋଭିଡ଼ରେ ଏହି ପର୍ଯ୍ୟଟନ ସୁଯୋଗ ଗଭୀର ଭାବରେ ପ୍ରଭାବିତ ହୋଇଥିଲା। ଏହାର ପ୍ରଭାବ ଜୀବନ ଓ ଜୀବିକା ଉପରେ ପଡ଼ିଥିଲା। ଲକ୍ଷ ଲକ୍ଷ ଲୋକ ଜୀବିକା ହରାଇ ଅନିଶ୍ଚିତତାରେ ରହିଥିଲେ। କିନ୍ତୁ ସ୍ଥିତି ଏବେ ସୁଧୁରିବାରେ ଲାଗିଛି। କୋଭିଡ଼ର ପ୍ରଭାବ କମିବା କାରଣରୁ ଏହି କ୍ଷେତ୍ରରେ ଜୀବିକା ସମ୍ଭାବନା ବଢ଼ିଛି। ଏଭଳି ସମୟରେ ଏଭଳି ଛୋଟ ଛୋଟ କନକ୍ଲେଭର ଆୟୋଜନର ଗୁରୁତ୍ୱ ବଢୁଛି। ଏହା ଦ୍ୱାରା ଲୋକଙ୍କର ମନୋବଳ ଵୃଦ୍ଧି ପାଇବ"।

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଦେଶର ମୋଟ  ଆୟର ପ୍ରାୟ ୧୫ ପ୍ରତିଶତ ଆୟ କେବଳ ଏହି ପର୍ଯ୍ୟଟନ କ୍ଷେତ୍ରରୁ ଉପଲବ୍ଧ ହୋଇଥାଏ। କିନ୍ତୁ ଏ ପର୍ଯ୍ୟନ୍ତ ଏହି କ୍ଷେତ୍ରକୁ ସେତେ ଗୁରୁତ୍ୱ ଦିଆଯାଇ ନାହିଁ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଖୁବ ଶୀଘ୍ର ସ୍ୱତନ୍ତ୍ର ପର୍ଯ୍ୟଟନ ନୀତି ଆଣିବାକୁ  ଯାଉଛନ୍ତି। ଏହାଦ୍ୱାରା ଦେଶର ପର୍ଯ୍ୟଟନ କ୍ଷେତ୍ର ରେ ପ୍ରଚୁର ନିଯୁକ୍ତି ସୁଯୋଗ ସାମ୍ନାକୁ ଆସିବ। ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ସୁଯୋଗ ବଢ଼ିବ। ଦେଶର ବିଭିନ୍ନ ବଡ ବଡ ପର୍ଯ୍ୟଟନ କ୍ଷେତ୍ର ସହିତ ଛୋଟ ଛୋଟ କ୍ଷେତ୍ରକୁ ଯୋଡ଼ାଯିବାର ଲକ୍ଷ୍ୟ ରଖାଯାଇଛି। ଏହାଦ୍ବାରା ସାମଗ୍ରୀକ ଭାବରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହୋଇପାରିବ।

"ଚଲୋ ଦେଖେ ଆପନା ଦେଶ"  କାର୍ଯ୍ୟକ୍ରମ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି," ଭାରତ ସରକାରଙ୍କ ପକ୍ଷରୁ ଏହା ଏକ ଅଭିନବ ପ୍ରୟାସ। ନିଜ ନିଜ ରାଜ୍ୟର ପର୍ଯ୍ୟଟନକୁ ବିକଶିତ କରିବା ପାଇଁ କ୍ଷେତ୍ର ପ୍ରସ୍ତୁତି କରିବାରେ ଏଥିରେ ସୁଯୋଗ ସୃଷ୍ଟି ହୋଇଛି। ବିଶେଷ କରି ଏବେ ଫୋକସ ରହିଛି ଅନ୍ତର୍ଦେଶୀୟ ପର୍ଯ୍ୟଟନ ଉପରେ। କାରଣ ଏବେ ବି କୋଭିଡ ପ୍ରଭାବ କାରଣରୁ ଆନ୍ତର୍ଜାତିୟ ବିମାନ ଚଳାଚଳ ସ୍ବାଭାବିକ ହୋଇନାହିଁ। ତେଣୁ ଅନ୍ତର୍ଦେଶୀୟ ପର୍ଯ୍ୟଟନ ଉପରେ ରହିଛି ଭରସା। ଏ ଦିଗରେ ପର୍ଯ୍ୟଟନ ଶିଳ୍ପ ସହ ଜଡିତ ବ୍ୟକ୍ତି ବିଶେଷ ମିଳିତ ଉଦ୍ୟମ କରିବାଜୁ ସେ ଗୁରୁତ୍ୱ ଦେଇଛନ୍ତି"।
Published by:Soumya Das
First published: