ଚାଷୀଙ୍କ ସବସିଡ଼ ଟଙ୍କା ଆତ୍ମସାତ କରୁଥିଲେ ଦୁଇ ଭାଇ; ଗିରଫ କଲା କ୍ରାଇମବ୍ରାଞ୍ଚ

କୃଷି ଉପକରଣ ସବସିଡ଼ ବାବଦରେ ୬ କୋଟି ୮୧ ଲକ୍ଷ ଠକେଇ ମାମଲାରେ ୨ ଭାଇ ଗିରଫ ହୋଇଛନ୍ତି। ଉଭୟଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଇଓଡବ୍ଲ୍ୟ ।

ଚାଷୀଙ୍କ ସବସିଡ଼ ଟଙ୍କା ଆତ୍ମସାତ କରୁଥିଲେ ଦୁଇ ଭାଇ (ପ୍ରତୀକାତ୍ମକ ଛବି)

ଚାଷୀଙ୍କ ସବସିଡ଼ ଟଙ୍କା ଆତ୍ମସାତ କରୁଥିଲେ ଦୁଇ ଭାଇ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: କୃଷି ଉପକରଣ ସବସିଡ଼ ବାବଦରେ ୬ କୋଟି ୮୧ ଲକ୍ଷ ଠକେଇ ମାମଲାରେ ୨ ଭାଇ ଗିରଫ ହୋଇଛନ୍ତି। ଉଭୟଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା-ଇଓଡବ୍ଲ୍ୟ  । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରିଛି ତଦନ୍ତକାରୀ ସଂସ୍ଥା ।

ଜଗତସିଂହପୁର ତାରଡ଼ପଡ଼ାରେ ଶୀତଳ ଆଗ୍ରୋ ଇନପୁଟସ ପ୍ରାଇଭେଟ୍ ଲିମିଟେଡ଼ ନାମକ କମ୍ପାନୀ ଖୋଲି ସବସିଡ଼ି ଟଙ୍କା ଆତ୍ମସାତ କରିଥିଲେ ଦୁଇ ଭାଇ । ଗିରଫ ଦୁଇ ଅଭିଯୁକ୍ତ ଭାଇ ହେଲେ ମାନସ ରଞ୍ଜନ ଦାଶ ଓ ତାପସ ରଞ୍ଜନ ଦାଶ ।

ତଦନ୍ତ ବେଳେ ଜଣା ପଡ଼ିଛି, ଦୁଇ ଭାଇ କରିଥିବା କମ୍ପାନୀ ନା ପ୍ରସ୍ତୁତ ହେଉଥିଲା କୃଷି ଉପକରଣ ମେସିନ, ନା ବିକ୍ରି ହେଉଥିଲା । ସରକାରୀ ଅର୍ଥକୁ ଆତ୍ମସାତ କରିବା ପାଇଁ ଦୁଇ ଭାଇ ଏହି ସଂସ୍ଥା ଖୋଲିଥିଲେ । ଶେଷରେ ଅଭିଯୋଗ ପାଇବା ପରେ ଦୁଇ ଭାଇକୁ ବାନ୍ଧିଛି ଇଓଡବ୍ଲ୍ୟ । ଦୁଇଭାଇ ସରକାରୀ ଅର୍ଥକୁ କରୁଥିଲେ ଆତ୍ମସାତ । ଜଣେ ଠକୁଥିଲା, ଆଉ ଜଣେ ସାଥ ଦେଉଥିଲା।

କ୍ରାଇମବ୍ରାଞ୍ଚ ଏଡ଼ିଜି ସଞ୍ଜୀବ ପଣ୍ଡା କହିଛନ୍ତି,"ଶୀତଲ ଆଗ୍ରୋ ଇନପୁଟସ ପ୍ରାଇଭେଟ୍ ଲିମିଟେଡ୍ ନାମକ କମ୍ପାନୀ ଖୋଲି ସବସିଡି ଟଙ୍କା ଠକେଇ କରିଥିବା ୨ ଭାଇ । ଏହି ଦୁଇ ଭାଇ କରିଥିବା କମ୍ପାନୀରେ ପ୍ରସ୍ତୁତ ହେଉଥିବା କୃଷି ଉପକରଣ ମେସିନ ବିକ୍ରି ହେଉନଥିଲା। ସରକାରୀ ଅର୍ଥକୁ ଆତ୍ମସାତ କରିବା ପାଇଁ ଦୁଇ ଭାଇ ଏହି ଅଫିସ ଖୋଲିଥିଲେ । ତଦନ୍ତ ବେଳେ ଜଣା ପଡ଼ିଛି, ରାଜ୍ୟର ୧୯ଟି ଜିଲ୍ଲାରେ ଚାଷୀଙ୍କୁ ୫୦୪ ଟି ଟ୍ରାନ୍ସପ୍ଲାଣ୍ଟର ଯୋଗାଇଥିବା କହି କୃଷି ଉପକରଣର ସବସିଡ଼ି ଟଙ୍କା ଏମାନେ ଠକିଥିବା ଅଭିଯୋଗ ରହିଛି । ମିଛ ବିଲ୍ ଓ ଦସ୍ତାବିଜରେ କୃଷି ଉପକରଣ ବିକ୍ରି କରାଯାଇଥିବା ଦର୍ଶାଇ ସରକାରୀ ସବସିଡି ଟଙ୍କା ହଡ଼ପ କରୁଥିଲେ ଦୁଇଭାଇ"।

ଏହି ଦୁଇ ଭାଇ ଛଡ଼ା ୮ ଜଣ ଡିଲର ମଧ୍ୟ ଏହି  ଠକେଇ ଘଟଣାରେ ସାମିଲ ଅଛନ୍ତି । ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ଖୋର୍ଦ୍ଧା, କଳାହାଣ୍ଡି, ସମ୍ବଲପୁର ଆଦି ଜିଲ୍ଲାରେ ଜାଲ କାଗଜପତ୍ର ଓ ରସିଦ ଦେଇ ଏମାନେ ଠକେଇ କରୁଥିଲେ । ଗିରଫପରେ ଉଭୟଙ୍କୁ ରିମାଣ୍ଡ ରେ ଆଣି ଠକେଇ ସମ୍ପର୍କିତ ତଦନ୍ତ କରାଯିବ ।
Published by:Soumya Das
First published: