ମା' ଝିଅଙ୍କ ଉପରେ ଟ୍ରକ ଚଢ଼ାଇ ହତ୍ୟା; ବୟାନ ବଦଳାଇଲା ଟ୍ରକ ଡ୍ରାଇଭର

ବ୍ରେକ ଫେଲ ଯୋଗୁଁ ଗାଡ଼ି ମାଡ଼ି ଗଲା ବୋଲି କହିଛି ହତ୍ୟା ଅଭିଯୁକ୍ତ ଡ୍ରାଇଭର ଅମର ସ୍ବାଇଁ । ମା ଝିଅଙ୍କ ଉପରେ ଟ୍ରକ ଚଢ଼ାଇ ଦେଇଥିବା ନେଇ ପୋଲିସ ସମ୍ମୁଖରେ ନିଜର ବୟାନ ଦେଇଥିବା ଅମର କୋର୍ଟ ଚାଲାଣ ବେଳେ ଗଣମାଧ୍ୟମ ଦେଇଛି ଭିନ୍ନ ବୟାନ ଦେଇଛି ଡ୍ରାଇଭର ।

ମା' ଝିଅଙ୍କ ଉପରେ ଟ୍ରକ ଚଢ଼ାଇ ହତ୍ୟା (ପ୍ରତୀକାତ୍ମକ ଛବି)

ମା' ଝିଅଙ୍କ ଉପରେ ଟ୍ରକ ଚଢ଼ାଇ ହତ୍ୟା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଯାଜପୁର: ଯାଜପୁର ବରଡ଼ା ଛକରେ ଡ୍ରାଇଭର ଆକ୍ରୋଶ ମୂଳକ ଭାବେ ମା' ଝିଅଙ୍କ ଉପରେ ଟ୍ରକ ଚଢ଼ାଇ ହତ୍ୟା କରିବା ଘଟଣାରେ ହତ୍ୟା ଅଭିଯୁକ୍ତ ଡ୍ରାଇଭର ଅମର ସ୍ୱାଇଁକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୁକ୍ତ ପ୍ରତିଶୋଧ ପରାୟଣ ହୋଇ ଉଭୟଙ୍କ ଉପରେ ଟ୍ରକ ଚଢ଼ାଇ ଦେଇଥିବା ନେଇ ପୋଲିସ ସମ୍ମୁଖରେ ନିଜର ବୟାନ ଦେଇଥିବା ଅମର କୋର୍ଟ ଚାଲାଣ ବେଳେ ଗଣମାଧ୍ୟମ ଦେଇଛି ଭିନ୍ନ ବୟାନ । "ବ୍ରେକ ଫେଲ ହୋଇଗଲା ସେଥିପାଇଁ ଗାଡ଼ି ମାଡ଼ି ଗଲା" ବୋଲି କହିଛି ହତ୍ୟା ଅଭିଯୁକ୍ତ ଅମର ସ୍ବାଇଁ ।

କିନ୍ତୁ ଆରୁହା ଛକ ଅମର ସହିତ ଶ୍ରୀତିକା ଓ ତାଙ୍କ ଝିଅ ସୋନାଲିଙ୍କ ହାତହାତିର ସାକ୍ଷୀ ଥିବା ସ୍ଥାନୀୟ ଲୋକମାନେ କିନ୍ତୁ କିଛି ଭିନ୍ନ କଥା କହିଛନ୍ତି । ସ୍ଥାନୀୟ ଲୋକମାନଙ୍କ ହସ୍ତକ୍ଷେପ ପରେ ଝଗଡା ଥମି ଥିଲା ସତ କିନ୍ତୁ ରାଗରେ ଜର୍ଜରିତ ଥିବା ଅମର ଶ୍ରୀତିକା ଓ ସୋନାଲିଙ୍କୁ ଆଗରେ ଦେଖି ନେବ ବୋଲି ଚେତାବନୀ ଦେଇଥିବା ପ୍ରତକ୍ଷଦର୍ଶୀ ମାନେ କହିଛନ୍ତି ।

"ସେମାନଙ୍କ ଝଗଡ଼ାକୁ ସମାଧାନ କରିବାକୁ ଆମେ ଉଦ୍ୟମ କରିଥିଲୁ । ଆମେ କହିବା ପରେ ଝଗଡ଼ା ବନ୍ଦ ବି ହୋଇଥିଲା । କିନ୍ତୁ ଅମର ସେହି ମା' ଝିଅଙ୍କୁ ଆଗରେ ଦେଖି ନେବ ବୋଲି ଧମକ ଦେଇ ଟ୍ରକ ନେଇ ଚାଲିଗଲା । ତା ପରେ ସେମାନଙ୍କ ଉପରେ ସିଏ ଗାଡ଼ି ଚଢାଇ ଦେଇଥିବା ଆମେ ଜାଣିବାକୁ ପାଇଲୁ । ପ୍ରତିଶୋଧ ନେବାକୁ ଯାଇ ଅମର ସେମାନଙ୍କ ଉପରେ ଗାଡ଼ି ଚଢାଇ ଦେଇଛି । ଅମରର ଚରିତ୍ର ବି ଭଲ ନୁହେଁ । ସିଏ ଏହି ଗାଁରେ ରୁହେ ଓ ଏଠି ଗାଡ଼ି ଚଲାଇବାକୁ ନେଇ ଲୋକଙ୍କ ଠାରୁ ଅନେକ ଥର ମାଡ଼ ବି ଖାଇଛି । ତା ନାଁରେ ଥାନାରେ ଅଭିଯୋଗ ବି ହୋଇଛି," କହିଛନ୍ତି ଆରୁହା ଗାଁର ଜଣେ ବ୍ୟକ୍ତି ।

"ମୋ ଭଉଣୀର ସ୍ବଭାବ ବହୁତ ଶାନ୍ତ । ସେ କାହରିକୁ କଟୁ କଥା କହି ନଥାଏ । ରାସ୍ତାରେ ତ ଏତେ ଗାଡ଼ି ଯାଉଥିଲା। କିନ୍ତୁ ସେ କାହିଁକି ସେହି ଡ୍ରାଇଭରକୁ କିଛି କଥା କହୁଥିଲା? ଟ୍ରକ ଡ୍ରାଇଭର ତା ପ୍ରତି ସେମିତି କିଛି ଖରପ ବ୍ୟବହାର କରିଥିବ ବୋଲି ମୋ ଭାଉଣୀ ତାର ପ୍ରତିବାଦ କଲା । ମୁଁ ତ ଦାବି କରିବି ଯେ ସେ ଡ୍ରାଇଭରକୁ ଫାଶୀ ଦଣ୍ଡ ଦିଆଯାଉ । ଏହା ଫଳରେ ଆଉ କେହି ଏମିତି କାର୍ଯ୍ୟ କରିବେ ନାହିଁ," କହିଛନ୍ତି ମୋନାଲିସା ।

ଶ୍ରୀତିକାଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇନାହିଁ । ଏପରିକି ଶ୍ରୀତିକାଙ୍କ ବାପ ଘର ଲୋକେ ଏହାକୁ ଏକ ଦୁର୍ଘଟଣା ଜନିତ ମୃତ୍ୟୁ କହିବା ପୁରା ଘଟଣାକୁ ନେଇ ଦ୍ଵନ୍ଦ ସୃଷ୍ଟି କରିଛି।
Published by:Soumya Das
First published: