ହର ଘର ତ୍ରିରଙ୍ଗାରେ ସାମିଲ ହେବେ ବସ୍ତି ବାସିନ୍ଦା; ବସ୍ତିରେ ଘରେ ଘରେ ଉଡ଼ିବ ତ୍ରିରଙ୍ଗା

ସହରରେ ନୁହେଁ ଏଥର ବସ୍ତିର ଘରେ ଘରେ ବି ଉଡ଼ିବ ତ୍ରିରଙ୍ଗା । ହର ଘର ତ୍ରିରଙ୍ଗାରେ ସାମିଲ ହେବେ ରାଜଧାନୀର ବସ୍ତି ବାସିନ୍ଦା ।

ବସ୍ତିରେ ଘରେ ଘରେ ଉଡ଼ିବ ତ୍ରିରଙ୍ଗା (ପ୍ରତୀକାତ୍ମକ ଛବି)

ବସ୍ତିରେ ଘରେ ଘରେ ଉଡ଼ିବ ତ୍ରିରଙ୍ଗା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ସହରରେ ନୁହେଁ ଏଥର ବସ୍ତିର ଘରେ ଘରେ ବି ଉଡ଼ିବ ତ୍ରିରଙ୍ଗା । ହର ଘର ତ୍ରିରଙ୍ଗାରେ ସାମିଲ ହେବେ ରାଜଧାନୀର ବସ୍ତି ବାସିନ୍ଦା । ବସ୍ତିରେ ତ୍ରିରଙ୍ଗା ଉଡିବା ନେଇ କମିଶନରେଟ ପୋଲିସର ପଦକ୍ଷେପ ନିଆଯାଇଛି।

ପାରାଦ୍ୱୀପ ସାର କାରଖାନା ପକ୍ଷରୁ କମିଶନରେଟ ପୋଲିସ ସହାୟତାରେ ବସ୍ତି ମିତ୍ରଙ୍କୁ ବଣ୍ଟା ଯାଇଛି ଖଦି କପଡ଼ାର ଜାତୀୟ ପତାକା । କମିଶନରେଟ ପୋଲିସର ମୁଖ୍ୟ କାର୍ଯ୍ୟାଳୟରେ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ କମିସନର ଉମା ଶଙ୍କର ଟ୍ରାଫିକ ଡିସିପି ଓ ଅନ୍ୟ ପୋଲିସ ଅଧିକାରୀଙ୍କ ସହ ପାରାଦ୍ୱୀପ ସାର କାରଖାନାର ଅଧିକାରୀଙ୍କ ସହ ରାଜଧାନୀର ପୋଲିସ ମିତ୍ରମାନଙ୍କୁ ଏକ ସଭାରେ ଏହି ଜାତୀୟ ପତାକା ବାଣ୍ଟିଥିଲେ ।

ଅପରପକ୍ଷରେ PPL ପକ୍ଷରୁ ଆଗକୁ ହର ଘର ତ୍ରିରଙ୍ଗାର ପାଳନ ପାଇଁ ପାଖା ପାଖି ୧୫୦୦ରୁ ଅଧିକ ପତାକା ବାଣ୍ଟିବା ପାଇଁ ନିଷ୍ପତ୍ତି ନିଆଯାଇଥିବା କଥା କୁହାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସ୍ୱାଧୀନତା ଦିବସକୁ ଏକ ବିଶେଷ ଢଙ୍ଗରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥର କେନ୍ଦ୍ର ସରକାର ଅଗଷ୍ଟ ୧୫ ରେ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି, ଯାହା ଅଧୀନରେ ଦେଶବାସୀଙ୍କୁ ସେମାନଙ୍କ ଘରେ ତ୍ରିରଙ୍ଗା  ଲଗାଇବାକୁ ଉତ୍ସାହିତ କରାଯିବ।
Published by:Soumya Das
First published: