ଗଛ ନେଉଛି ସାଲାଇନ୍ ! ଆଶ୍ଚର୍ଯ୍ୟ ଲାଗୁଛି ନା ? ଜାଣନ୍ତୁ କଣ ରହିଛି ରହସ୍ୟ !

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ମଣିଷ ନୁହେଁ ବରଂ ବୃଷକୁ ବି ଦିଆଯାଉଛି ସାଲାଇନ୍ । ତେବେ କାହିଁକି ଗଛକୁ ଦରକାର ପଡିଲା ସାଲାଇନ୍ ଆସନ୍ତୁ ଜାଣିବା ।

ଗଛ ନେଉଛି ସାଲାଇନ୍ ! ଆଶ୍ଚର୍ଯ୍ୟ ଲାଗୁଛି ନା ? ଜାଣନ୍ତୁ କଣ ରହିଛି ରହସ୍ୟ !

ଗଛ ନେଉଛି ସାଲାଇନ୍ ! ଆଶ୍ଚର୍ଯ୍ୟ ଲାଗୁଛି ନା ? ଜାଣନ୍ତୁ କଣ ରହିଛି ରହସ୍ୟ !

  • News18 Odia
  • Last Updated :
  • Brahmapur (Berhampur), India
  • Share this:
News 18 Odia Digital

ବ୍ରହ୍ମପୁର: ସାଲାଇନ୍ ସାଧାରଣତଃ ମଣିଷ ଏବଂ ପଶୁ, ପକ୍ଷୀଙ୍କ ଅସୁସ୍ଥତା କ୍ଷେତ୍ରରେ ବ୍ୟବହାର କରାଯାଏ ବୋଲି ଆପଣ ଜାଣିଛନ୍ତି । ବିଶେଷ କରି ଦେହରେ ଜଳୀୟଅଂଶର ଅଭାବ ପାଇଁ ହିଁ ସାଲାଇନ୍ ଲଗାଇବାକୁ ଡାକ୍ତର (doctor) ପରାମର୍ଶ ଦେଇଥାନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ମଣିଷ ନୁହେଁ ବରଂ ବୃଷକୁ ବି ଦିଆଯାଉଛି ସାଲାଇନ୍ । ତେବେ କାହିଁକି ଏପରି ପଦକ୍ଷପ ନିଆଯାଇଛି ଆସନ୍ତୁ ସେ ବିଷୟରେ ଜାଣିବା ।

ସବୁଜ ବାହିନୀ ପକ୍ଷରୁ ନିଆଯାଇଛି ନିଆରା ପଦକ୍ଷେପ । ଜଳ ସଂରକ୍ଷଣ ସହ ଗଛକୁ ଦୀର୍ଘାୟୁ କରିବା ପାଇଁ ଗଛରେ ଲଗାଯାଇଛି ସାଲାଇନ (Saline) । ବ୍ୟବହୃତ ହୋଇଥିବା ସାଲାଇନକୁ ସଂଗ୍ରହ କରିବା ପରେ ତାହାକୁ ସଫାସୁତୁରା କରି ସେଥିରେ ପାଣି (water) ଭର୍ତ୍ତି କରି ଗଛରେ ଲଗାଯାଇଛି । ସହର ଉପକଣ୍ଠ ସୁକୁଣ୍ଡା ହଜରେ ପୂର୍ବରୁ ସବୁଜ ବାହିନୀ ପକ୍ଷରୁ ଏଭଳି ନିଆରା ପ୍ରୟାସ କରାଯାଇଛି ।

ଗଛ ଅସୁସ୍ଥ ନାହିଁ ବରଂ ଗଛକୁ ଦୀର୍ଘାୟୁ କରିବା ସହ ଜଳକୁ ସଂରକ୍ଷଣ କରିବା ପାଇଁ ଏଭଳି ଏକ ନିଆରା ପଦକ୍ଷେପ ନେଇଛି ବ୍ରହ୍ମପୁରର ସବୁଜ ବାହିନୀ । ସବୁଜ ବାହିନୀ ପକ୍ଷରୁ ଗତି କିଛି ବର୍ଷ ପୂର୍ବରୁ ସହର ଉପକଣ୍ଠ ସୁକୁଣ୍ଡା ହଜରେ ପ୍ରାୟ ୩ଶହରୁ ଅଧିକ ଗଛ ଲାଗିଛି । ଏହି ସମସ୍ତ ଗଛ ଗୁଡ଼ିକୁ ନିୟମିତ ମାନେ ସବୁଜ ବାହିନୀର କର୍ମକର୍ତ୍ତାମାନେ ପାଣି ଦେବା ସହ ଏହାର ଯତ୍ନ ନେଇଥାନ୍ତି । ତେବେ ଏଭଳି କରିବା ଦ୍ବାରା ଅନେକାଂଶରେ ପାଣି ନଷ୍ଟ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ତେଣୁ ଏହି ପାଣିକୁ ବଞ୍ଚାଇବା ପାଇଁ ସାଲାଇନର ବ୍ୟବସ୍ଥା ଆରମ୍ଭ କରାଯାଇଛି । ସାଲାଇନ ଯୋଗେ ଗଛକୁ ପାଣି ଦିଆଯିବା ଦ୍ବାରା ଆବଶ୍ୟକ ପରିମାଣର ଜଳ ଗଛ ପାଇବା ସହ ଦୀର୍ଘ ସମୟ ଧରି ପାଣି ପାଇପାରିବ ଗଛ ତଳେ ରହିଥିବା ମାଟି । ଏହାଦ୍ବାରା ଗଛ ବଞ୍ଚିବା ସହ ଜଳ ମଧ୍ୟ ସଂରକ୍ଷଣ ହୋଇପାରିବ ।

ପ୍ରଥମେ ସହରର ବିଭିନ୍ନ ସ୍ଥାନରୁ ସାଲାଇନ ଗୁଡ଼ିକ ସଂଗ୍ରହ କରାଯାଇଥାଏ । ବିଶେଷ କରି ବ୍ରହ୍ମପୁର ଏମକେସିଜି ମେଡିକାଲର (mkcg medical) ରକ୍ତ ଭଣ୍ଡାରରୁ ଅନେକ ସାଲାଇନ ଆଣି, ସେସବୁକୁ ସଫା କରାଯାଇଥିଲା । ଏହାସହିତ ଅନ୍ୟ କିଛି ସ୍ଥାନରୁ ମଧ୍ୟ ବଡ଼ ବଡ଼ ଜାର୍‌ ରହିଥିବା ସାଲାଇନ ଏବଂ ଖାଇବା ତେଲ ଡବାକୁ ସଂଗ୍ରହ କରାଯାଇଥିଲା । ଏହି ସମସ୍ତ ଡ଼ବା ଓ ସାଲାଇନ ବୋତଲରେ ଆଇଭି ସେଟ୍‌ ଲଗାଯାଇଛି । ଯାହାଫଳରେ ସାଲାଇନ ବୋତଲରୁ ପାଣି ପାଇପ ଯୋଗେ ବାହାରିବା ପରେ କେଉଁ ଗଛକୁ କେତେ ସମୟ ପର୍ଯ୍ୟନ୍ତ ଓ କେତେ ସ୍ପିଡ୍‌ରେ ପାଣି ଦିଆଯିବ ତାହାକୁ ନିୟନ୍ତ୍ରଣ କରିବା ପରେ ଗଛରେ ଖଞ୍ଜା ଯାଇଥାଏ । ଗଛରେ ଖଞ୍ଜାଯିବା ପରେ ସାଲାଇନ ବୋତଲରେ ପାଣିକୁ ପକାଯାଏ । ଧିରେ ଧିରେ ହୋଇ ସାଲାଇନ ବୋତଲରୁ ବାହାରିଥିବା ପାଣି ପାଇପ ଯୋଗେ ଗଛର ମୂଳରେ ପଡ଼ିଥାଏ । ସୁକୁଣ୍ଡା ହଜରେ ଲାଗିଥିବା ପ୍ରାୟ ୩ଶହରୁ ଅଧିକ ଗଛ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୦ରୁ ଅଧିକ ଗଛରେ ଏହି ସାଲାଇନ ଲଗାଯାଇଛି । ଆଗାମୀ ଦିନରେ ହଜରେ ରହିଥିବା ସମସ୍ତ ଗଛକୁ ସାଲାଇନ ଲଗାଯିବ ।

ସବୁଜ ବାହିନୀ ପକ୍ଷରୁ ନିଆଯାଇଥିବା ଏଭଳି ପଦକ୍ଷେପ, ଜଳ ସଂରକ୍ଷଣ ସହ ଗଛକୁ ଦୀର୍ଘାୟୁ କରିବା ପାଇଁ ଉଦ୍ୟମକୁ ସବୁଜ ବାହିନୀକୁ ପରିବେଶବିତ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ସାଧୁବାଦ ଜଣାଇଛନ୍ତି ।

ଏହି ଖବର ପଢ଼ନ୍ତୁ -  ମହିଳାଙ୍କୁ ନୂଆ ପରିଚୟ ଦେଲା ମିଶନ ଶକ୍ତି କାଫେ: ସୁସ୍ଵାଦ୍ୟ ଖାଦ୍ୟ ପାଇଁ ଲୋକଙ୍କ ଭିଡ଼
Published by:Soubhagya Mishra
First published: