News18 Odia Digital
ନୂଆପଡ଼ା : କାବୁ ହେଲା ବାଘ । ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ବାଛୁରୀ ଓ ଗାଈ ମାରି ଖାଇବା ସହ ଆତଙ୍କ ଖେଳାଇଥିବା କଲରାପତରିଆ ବାଘକୁ କାବୁ କରିଛି ନୂଆପଡ଼ା ବନ ବିଭାଗ । ନୂଆପଡ଼ା ଜିଲ୍ଲା ସିଲାରିବାହାଲ ଗାଁର ଏକ କୁସୁମ ଗଛ ତଳେ ଅସୁସ୍ଥ ଅବସ୍ଥାରେ ବସିଥିବା ବାଘକୁ ଜାଲ ପକାଇ ଧରାଯାଇଛି ।
କଲରାପତରିଆ ବାଘକୁ ଅଂଶୁଘାତ ହୋଇଥିବା କୁହାଯାଉଛି । ଆଜି ସକାଳେ କଲରାପତରିଆ ବାଘଟି ସିଲାରିବାହାଲ ଗାଁର ଏକ କୁସୁମ ଗଛ ତଳେ ବସିଥିବା ଦେଖିବାକୁ ମିଳିଥିଲା । ବାଘକୁ ଦେଖି ପ୍ରଥମେ ଲୋକେ ଭୟଭୀତ ହୋଇୟାଇଥିଲେ । ହେଲେ ବାଘ ବସି ରହିଥିବା ଦେଖି ଲୋକେ ବାଘର ଦୃଶ୍ୟକୁ କ୍ୟାମେରାରେ କଏଦ କରିଛନ୍ତି ।
ପଢନ୍ତୁ ଏହି ଖବର :
Varuthini Ekadashi 2023: ଆଜି କରନ୍ତୁନି ଏହି ଭୁଲ; ଜୀବନ ସାରା ଭୋଗିବେ କଷ୍ଟପରେ ବାଘ ଦେଖିବା ପାଇଁ ଲୋକଙ୍କ ଭିତରେ ଉତ୍ସୁକତା ଦେଖିବାକୁ ମିଳିଥିଲା । ନିକଟକୁ ନ ଯାଇ ଦୂରରୁ ବାଘ ଦେଖୁଥିଲେ ଲୋକେ । କିଏ ଗଛ ଚଢ଼ି ତ ଆଉ କେହି ଦୂରରେ ରହି ବାଘ ଦେଖୁଥିଲେ । ଖବର ପାଇ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ଗାଁରେ ପହଞ୍ଚି ବାଘକୁ କାବୁ କରିଛନ୍ତି । ଏହି ବାଘ ଗତକାଲି ଧରମବନ୍ଦାରେ ଏକ ବାଛୁରୀ ଏବଂ ପାବରାତାଲାରେ ଗୋଟିଏ ଗାଈ ମାରି ଖାଇଥିଲା । ଏପର୍ୟ୍ୟନ୍ତ ଏହି କଲରାପତରିଆ ବାଘ ୨୭ଟି ବାଛୁରୀ ଏବଂ ଜଣେ ମହିଳାଙ୍କୁ ମାରିଥିବା କୁହାଯାଉଛି ।
ପଢନ୍ତୁ ଏହି ଖବର :
Karnataka election updates : କର୍ଣ୍ଣାଟକ ରାଜନୀତିରେ ଘଡି଼କେ ଘୋଡ଼ା ଛୁଟୁଛି; କିଏ ମାରିବ ବାଜି ?ନୂଆପଡ଼ା ଜିଲ୍ଲାରେ କିଛି ଦିନ ହେବ ବାଘ ଆତଙ୍କ ଦେଖାଯାଇଛି। ଗତକାଲି ସଦର ରେଞ୍ଜ ଅଧୀନ ଧରମବନ୍ଧା ସେକସନର କଲମିଦାଦର ଗାଁ ପାଖ ଚୁଲାଭାଟ ପିଆରଏଫ ନିକଟରେ ପୁଣି ଗୋଟିଏ ବାଛୁରୀକୁ ମାରି ବାଘ ଖାଇ ଥିବା ଅଭିଯୋଗ ହୋଇଥିଲା। କଲମିଦାଦର ଗାଁର ବାଛୁରୀ ଗତକାଲି ସକାଳ ପ୍ରାୟ ୬ଟାରୁ ୭ଟା ମଧ୍ୟରେ ଗାଁ ନିକଟ ଚୁଲାଭାଟ ଜଙ୍ଗଳ ପାଖକୁ ଚରିବାକୁ ଯାଇଥିଲା। ସେହି ସମୟରେ କଳରାପତରିଆ ବାଘ ମାରି ଖାଇ ଥିବା ଜଣାପଡିଥିଲା। ସୂଚନା ପାଇ ବନ ବିଭାଗର ଏକ ଟିମ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ମଧ୍ୟ କରିଥିଲେ।
https://www.youtube.com/watch?v=xCKHkAUyai4
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।