News18 Odia Digital
ବ୍ରହ୍ମପୁର: ଆମ୍ବ ବଜାରରେ ଏବେ ଭଳିକି ଭଳି ଆମ୍ବର ପସରା । ଚଳିତ ବର୍ଷ ଦର ଭଲ ରହିଥିବା ଯୋଗୁଁ ଗ୍ରାହକ ମଧ୍ୟ ବେଶ ଖୁସିର ସହିତ ଆମ୍ବ କିଣି ନେଉଛନ୍ତି । ବ୍ରହ୍ମପୁର ଆମ୍ବ ବଜାରକୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ବ୍ୟତୀତ ଆନ୍ଧ୍ରପ୍ରଦେଶ, କେରଳ ଓ ତାମିଲନାଡ଼ୁରୁ ଆମ୍ବ ଆସୁଛି । ବିଭିନ୍ନ ସ୍ଥାନରୁ ଆମ୍ବ ଆସିବା ପରେ ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଭଳି ବହୁ ରାଜ୍ୟକୁ ଯାଉଛି ଆମ୍ବ। ତେବେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ପରିମାଣରେ ବଜାରକୁ ଆମ୍ବ ଆସିଥିବା ଯୋଗୁଁ ଦର ମଧ୍ୟ ଶସ୍ତା ରହିଛି ଯାହାଫଳରେ ବ୍ୟବସାୟ ମଧ୍ୟ ଭଲ ହେଉଥିବା କହିଛନ୍ତି ବ୍ୟବସାୟୀ।
ବ୍ରହ୍ମପୁର ଆମ୍ବ ବଜାରରେ ଆମ୍ବର ପସରା । ବିଭିନ୍ନ ରକମର ଆମ୍ବ କିଣିବା ନିମନ୍ତେ ସକାଳରୁ ରାତି ପର୍ଯ୍ୟନ୍ତ ଲାଗୁଛି ଗ୍ରାହକଙ୍କ ଭିଡ଼ । ବିଶେଷ କରି ଆସନ୍ତା ଶୁକ୍ରବାର ସାବିତ୍ରୀ ଅମବାସ୍ୟା ରହିଥିବା ଯୋଗୁଁ ଆମ୍ବ କିଣିବା ନିମନ୍ତେ ଗ୍ରାହକ ମାନେ ଆମ୍ବ କିଣିବା ନିମନ୍ତେ ଆମ୍ବ ବଜାରକୁ ଆସୁଛନ୍ତି । ସାବିତ୍ରୀ ଅମବାସ୍ୟାରେ ନିଜ ସମ୍ପର୍କୀୟ ଓ ଝିଅମାନଙ୍କୁ ଆମ୍ବ ଦେବାର ଏକ ପରମ୍ପରା ରହିଥିବା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବ୍ରହ୍ମପୁର ଆମ୍ବ ବଜାରକୁ ଆସୁଛନ୍ତି ଲୋକେ । ଚଳିତ ବର୍ଷ ପୂର୍ବ ଅପେକ୍ଷା ଆମ୍ବର ଦର ଶସ୍ତା ରହିଥିବା ଯୋଗୁଁ ଗ୍ରାହକ ମାନେ ବେଶ ଖୁସୀର ସହିତ ଆମ୍ବ କିଣୁଥିବା ଦେଖିବାକୁ ମିଳିଛି । ଆମ୍ବ ବଜାରରେ ଚଳିତ ଥର ଦର କମ ରହିଥିବା ବେଳେ ଭଳିକି ଭଳି ଆମ୍ବ ମଧ୍ୟ ଆସିଛି ।
ସୁବର୍ଣ୍ଣରେଖା, ବାଇଗଣପଲ୍ଲୀ, ଆଖୁରସ, କଲିମ୍ବି ସହିତ ଜିଲ୍ଲାର ବିଭିନ୍ନ ଗାଁରୁ ଆସିଥିବା ଠୁରି ଆମ୍ବ ତଥା ଦେଶୀ ଆମ୍ବ ସହିତ ବିଭିନ୍ନ ରକମର ଆମ୍ବ ବଜାରରେ ବିକ୍ରି ହେଉଛି । ଚଳିତ ବର୍ଷ ଦର କମ ରହିଥିବା ଯୋଗୁଁ କେଜି କେଜି ଆମ୍ବ କିଣି ନେଉଛନ୍ତି ଗ୍ରାହକ ମାନେ । ଗୋଟିଏ ପଟେ ଦର ଶସ୍ତା ହୋଇଥିବା ବେଳେ ଅନ୍ୟପଟେ ଅଧିକ ମାତ୍ରାରେ ବଜାରକୁ ଆମ୍ବ ଆସିଥିବା ଯୋଗୁଁ ଗ୍ରାହକ ମାନେ ମଧ୍ୟ ବେଶ ଆଗ୍ରହର ସହ ଆମ୍ବ କିଣୁଥିବା ଦେଖିବାକୁ ମିଳିଛି ।
ଗାଙ୍ଗୁଲିଙ୍କୁ ମିଳିଲା 'Z' ସୁରକ୍ଷା! ଏବେ ସାଙ୍ଗରେ ରହିବେ ୮ ରୁ ୧୦ ଜଣ ପୋଲିସ‘‘ବ୍ରହ୍ମପୁର ଆମ୍ବ ବଜାର ହେଉଛି ଦକ୍ଷିଣ ଓଡ଼ିଶାର ସବୁଠାରୁ ବଡ଼ ଆମ୍ବ ବଜାର। ଆଉ ଏହି ଆମ୍ବ ବଜାରକୁ ଆନ୍ଧ୍ରପ୍ରଦେଶ, କେରଳ ଓ ତାମିଲନାଡ଼ୁ ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରୁ ଆମ୍ବ ଆସିଥାଏ । ବିଭିନ୍ନ ସ୍ଥାନରୁ ଆମ୍ବ ଆସିବା ପରେ ଓଡ଼ିଶାର ସମସ୍ତ ଜିଲ୍ଲା ସମେତ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ସମେତ ବହୁ ରାଜ୍ୟକୁ ମଧ୍ୟ ଆମ୍ବ ରପ୍ତାନୀ ହୋଇଥାଏ । ପ୍ରତିଦିନ ଆମ୍ବ ବଜାରକୁ ପ୍ରାୟ ୧୦୦ ରୁ ୧୨୦ ଆମ୍ବ ଗାଡ଼ି ଆସିଥାଏ । ଆଉ ଏତେ ପରିମାଣରେ ଆମ୍ବ ଆସିବା ପରେ ବିଭିନ୍ନ ସ୍ଥାନକୁ ଆମ୍ବ ପଠାଯିବା ସହିତ ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀ ମାନେ ମଧ୍ୟ ଆସି ଏଠାରୁ ଆମ୍ବ କିଣି ନେଇଥାନ୍ତି । ତେବେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ପରିମାଣରେ ଆମ୍ବ ଆସିଛି ବଜାରକୁ । ଏହାଛଡ଼ା ଦର ମଧ୍ୟ କମ ରହିଥିବା କହିଛନ୍ତି ବ୍ୟବସାୟୀ ବିଶ୍ବନାଥ ଦଳେଇ ।
ଚଳିତ ବର୍ଷ ଅଧିକ ମାତ୍ରାରେ ଆମ୍ବ ଆସିଥିବା ଯୋଗୁଁ ବର୍ତ୍ତମାନ ଦର କମ ରହିଛି । ତେବେ ସାବିତ୍ରୀ ଅମବାସ୍ୟା ପରେ ଦର ଆହୁରି କମ ହେବାର ସମ୍ଭାବନା ରହିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।