ବସ୍ ଚଳାଚଳ ବନ୍ଦ କରିବାକୁ ଘରୋଇ ବସ୍ ମାଲିକ ସଂଘର ଧମକ !

ଡ୍ରାଇଭରମାନେ ଆନ୍ଦୋଳନ କରୁଥିବା ବେଳେ ଆଉ ଗୋଟିଏ ପଟେ ବସ୍ ଚଳାଚଳ ବନ୍ଦ କରିବାକୁ ଧମକ ଦେଇଛି ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ ।

ବସ୍ ଚଳାଚଳ ବନ୍ଦ କରିବାକୁ ଘରୋଇ ବସ୍ ମାଲିକ ସଂଘର ଧମକ !

ବସ୍ ଚଳାଚଳ ବନ୍ଦ କରିବାକୁ ଘରୋଇ ବସ୍ ମାଲିକ ସଂଘର ଧମକ !

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ଜଟିଳ ରୂପ ଧାରଣ କରୁଛି ଡ୍ରାଇଭରମାନଙ୍କ (driver) ଆନ୍ଦୋଳନ । ଗୋଟିଏ ପଟେ ଡ୍ରାଇଭରମାନେ ଆନ୍ଦୋଳନ କରୁଥିବା ବେଳେ ଆଉ ଗୋଟିଏ ପଟେ ବସ୍ (bus) ଚଳାଚଳ ବନ୍ଦ କରିବାକୁ ଧମକ ଦେଇଛି ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ । କଟକରେ (cuttack) ସଂଘର ଜରୁରୀ ବୈଠକ ବସି ନିଷ୍ପତ୍ତି ନିଆଯାଇଛି, ଆସନ୍ତାକାଲି ଘଣ୍ଟାଏ ପାଇଁ ପ୍ରତୀକାତ୍ମକ ଆନ୍ଦୋଳନ କରାଯିବ । ସକାଳ ୧୦ରୁ ୧୧ଟା ପର୍ଯ୍ୟନ୍ତ ରାଜରାସ୍ତାରେ (national highway) ବସ୍ ରଖି ଆନ୍ଦୋଳନ କରାଯିବ । କାରଣ ଆନ୍ଦୋଳନ ବେଳେ ବସ୍ ଚାଳକମାନଙ୍କୁ ଡ୍ରାଇଭରମାନେ ଦୁର୍ବ୍ୟବହାର କରୁଛନ୍ତି । କିଛି ସ୍ଥାନରେ ବସ୍ ଚାଳକଙ୍କୁ ମାଡ଼ ମଧ୍ୟ ମରାଯାଉଛି । ତେଣୁ ବସ୍ ଚାଳକଙ୍କୁ ସୁରକ୍ଷା ଦିଆଯିବା ସହ ଉଭୟ ଜାତୀୟ ଓ ରାଜ୍ୟପଥକୁ ଡ୍ରାଇଭରଙ୍କ କବଳରୁ ମୁକ୍ତ କରାଯାଉ । ଆଜି ସଂଧ୍ୟା ସୁଦ୍ଧା ଏ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନ ନେଲେ, ଆସନ୍ତାକାଲିଠାରୁ ବସ୍ ଚଳାଚଳ ବନ୍ଦ କରିଦିଆଯିବ ବୋଲି ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ।

ଅନ୍ୟପଟେ, ଭୁବନେଶ୍ବର ଉପକଣ୍ଠ ତମାଣ୍ଡୋରେ ଦୁଇ ଗୋଷ୍ଠୀ ଡ୍ରାଇଭରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ରାଜ୍ୟ ବାହାରର ଟ୍ରକ୍ ଡ୍ରାଇଭରଙ୍କ ସହ ସ୍ଥାନୀୟ ଡ୍ରାଇଭରଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ହୋଇଥିଲା । ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ସ୍ବାଭାବିକ ହୋଇଛି ।

ସୂଚନାଯୋଗ୍ୟ, ଦ୍ବିତୀୟ ଦିନରେ ରାଜ୍ୟ ଡ୍ରାଇଭର ମହାସଂଘର ଧର୍ମଘଟ । ପ୍ରଥମ ଦିନରେ ରାଜ୍ୟବ୍ୟାପୀ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିଛନ୍ତି ଡ୍ରାଇଭର । ଉପକୂଳରୁ ଉତ୍ତର, ପଶ୍ଚିମରୁ ଦକ୍ଷିଣ, ସବୁଠି ଡ୍ରାଇଭରମାନେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କେଉଁଠି ବ୍ୟାନର ପୋଷ୍ଟର ଧରି ନାରାବାଜି କରିଥିଲେ ତ କେଉଁଠି ରାସ୍ତା ଉପରେ ବସି ରହିଥିଲେ । ଆଉ କେଉଁଠି ରାସ୍ତାରେ ଅଟକାଇଥିଲେ ଯାନବାହାନ । ବିଭିନ୍ନ ଦାବି ଭିତରୁ ଚାଳକମାନଙ୍କ ପ୍ରମୁଖ ଦାବି ହେଲା ସେମାନଙ୍କ ସାମାଜିକ ସୁରକ୍ଷା ନିଶ୍ଚିତ କରାଯାଉ, ଭତ୍ତା ଓ ପେନ୍‌ସନ ସୁବିଧା ଦିଆଯାଉ, ପଂଜୀକରଣ କରି ବୀମାଭୁକ୍ତ କରାଯାଉ ।

ଏହି ଖବର ପଢ଼ନ୍ତୁ - http://ଚଣ୍ଡୀ ଛକରେ ଅଗ୍ନିକାଣ୍ଡ; କାରଣ ଅସ୍ପଷ୍ଟ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ରଖିଛନ୍ତି, ସେ କହିଛନ୍ତି ଏ ଆନ୍ଦୋଳନ ଆଜିର ନୁହେଁ ପାଖାପାଖି ବର୍ଷକ ପୂର୍ବରୁ ଆରମ୍ଭ ହୋଇଥିଲା । ସେତେବେଳେ ଡ୍ରାଇଭର ମହାସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇ ଏହି ଆନ୍ଦୋଳନ ସ୍ଥଗିତ ରହିଲା ବୋଲି  ଗଣମାଧ୍ୟମରୁ ଜାଣିବାକୁ ପାଇଥିଲି । କିଛି ଦିନ ପୂର୍ବରୁ ସମାନ ଦାବିକୁ ଦୋହରାଇ ଡ୍ରାଇଭର ବନ୍ଧୁ ମାନେ ଦଣ୍ଡବତ ଯାତ୍ରା  କରିଥିଲେ  ।
Published by:Soubhagya Mishra
First published: