ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ରାଜଧାନୀରେ ବଡ଼ ଧରଣର ଚୋରି; ୬୦ ଲକ୍ଷ ଟଙ୍କାର ଗହଣା ଧରି ଚମ୍ପଟ ମାରିଲା ଚୋର

ରାଜଧାନୀରେ ବଡ଼ ଧରଣର ଚୋରି; ୬୦ ଲକ୍ଷ ଟଙ୍କାର ଗହଣା ଧରି ଚମ୍ପଟ ମାରିଲା ଚୋର

ରବିବାର ସକାଳୁ ରାଜଧାନୀରେ ବଡ଼ ଧରଣର ଚୋରି ହୋଇଛି । ଘରେ ପଶି ୬୦ ଲକ୍ଷ ଟଙ୍କାର ସୁନା ଗହଣା ନେଇ ଚମ୍ପଟ ମାରିଛି ଚୋର ।

ରାଜଧାନୀରେ ବଡ଼ ଧରଣର ଚୋରି; ୬୦ ଲକ୍ଷ ଟଙ୍କାର ଗହଣା ଧରି ଚମ୍ପଟ ମାରିଲା ଚୋର
ଘରେ ପଶି ୬୦ ଲକ୍ଷ ଟଙ୍କାର ସୁନା ଗହଣା ନେଇ ଚମ୍ପଟ ମାରିଛି ଚୋର (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 17, 2021, 10:42 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରବିବାର ସକାଳୁ ରାଜଧାନୀରେ ବଡ଼ ଧରଣର ଚୋରି ହୋଇଛି । ଘରେ ପଶି ୬୦ ଲକ୍ଷ ଟଙ୍କାର ସୁନା ଗହଣା ନେଇ ଚମ୍ପଟ ମାରିଛି ଚୋର । ଏଭଳି ଅଭିଯୋଗ ଆସିଛି ଲକ୍ଷ୍ମୀସାଗର ବୈରାଗୀ ନଗର ଥାନା ଅଞ୍ଚଳରୁ ।

ସୂଚନା ଅନୁସାରେ ଚୋରି ହୋଇଥିବା ଘରର ମାଲିକ କିଛି ଦିନ ହେବ ଘରେ ରହୁନଥିଲେ । ଗୁଜରାଟରେ ରହୁଥିବା ତାଙ୍କ ପତ୍ନୀଙ୍କ ପାଖକୁ ସେ ଯାଇଥିଲେ । ତାଙ୍କ ବଡ଼ ଭାଇ ତଳ ମହଲାରେ ରହୁଥିବା ବେଳେ ଉପର ମହଲାରୁ ଚୋରି ହୋଇଥିବା ଜଣାପଡ଼ିଛି । ବାଲକୋନି ପଟେ ଥିବା ଝରକା ଭାଙ୍ଗି ଚୋର ଘରେ ପଶିଥିବା ସନ୍ଦେହ କରାଯାଉଛି ।

ଜଣେ ପଡ଼ୋଶୀ ବିଳମ୍ବିତ ରାତିରେ ଅସ୍ୱାଭାବିକ ଶବ୍ଦ ଶୁଣି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ଯାଞ୍ଚ କରିବା ବେଳକୁ ଚୋର ଚୋରି କରିସାରି ଚମ୍ପଟ ମାରିଥିଲା । ଏହି ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତଳ ମହଲାରେ ଲୋକ ରହୁଥିବା ବେଳେ ଚୋର କିଭଳି ଏତେ ବଡ଼ ସାହାସ କରିପାରିଲା? ସେନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ । ଚୋର କିଛି ଦିନ ହେବ ସେହି ଅଞ୍ଚଳରେ ବୁଲି ସବିଶେଷ ତଥ୍ୟ ସଂଗ୍ରହ କରିବା ନେଇ ସନ୍ଦେହ କରାଯାଉଛି ।

ଘଟଣାରୁ ଯାହା ଅନୁମାନ କରିହେଉଛି ଯେ ଚୋର ପାରିପାର୍ଶ୍ୱିକ ପରିସ୍ଥିତି ବିଷୟରେ ପ୍ରଥମେ ତଥ୍ୟ ସଂଗ୍ରହ କରିଥିଲା, ପରେ ବିଳମ୍ବିତ ରାତି ସମୟରେ ଘରେ ପଶି ଚୋରି କରିବାକୁ ଯୋଜନା କରିଥିଲା  । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିଲେ ମଧ୍ୟ ଏବେ ସୁଦ୍ଧା ଚୋର ବାବଦରେ କୌଣସି ସୁରାକ ପାଇ ପାରୁନାହିଁ ।
Published by: Soumya Das
First published: October 17, 2021, 10:42 AM IST