ବାତ୍ୟାକୁ ଦୃଷ୍ଟିରେ ରଖି ସଜାଗ ହେଲେ ସରକାର; ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ରହିଛି ଲକ୍ଷ୍ୟ

ସମୁଦ୍ରରେ ଜାହାଜ ଓ ମାଛ ଧରା ବୋଟ ଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇବାକୁ କୁହାଯାଇଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ମାନବ ସମ୍ବଳ ଓ ଆବଶ୍ୟକ ଯନ୍ତ୍ରପାତି ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥର ୭ଲକ୍ଷ ୫୦ ହଜାର ଲୋକଙ୍କ ସ୍ଥାନାନ୍ତରିତ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏସଆରସି

ଏସଆରସି

  • Share this:
News18 Odia Digital

ଭୁବନେଶ୍ୱର: ସ୍ୱତନ୍ତ୍ର ରିଲିଫ କମିଶନର ବାତ୍ୟା ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଇଣ୍ଡିଆନ ନ୍ୟାଭି, କୋଷ୍ଟ ଗାର୍ଡ଼ କମାଣ୍ଡରଙ୍କୁ ସମୁଦ୍ର ମଝିକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜିବୀମାନଙ୍କୁ  ନିରାପଦ ଭାବେ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମୁଦ୍ରରେ ଜାହାଜ ଓ ମାଛ ଧରା ବୋଟ ଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇବାକୁ କୁହାଯାଇଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ମାନବ ସମ୍ବଳ ଓ ଆବଶ୍ୟକ ଯନ୍ତ୍ରପାତି ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥର ୭ଲକ୍ଷ ୫୦ ହଜାର ଲୋକଙ୍କ ସ୍ଥାନାନ୍ତରିତ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନେ କୃଷକମାନଙ୍କୁ ନିୟମିତ ଭାବେ ସମ୍ଭାବ୍ୟ ବାତ୍ୟା ସମ୍ପର୍କିତ ସତର୍କ ସୂଚନା ଜାରି ରଖିବେ । ଯାହାଫଳରେ କି କୃଷକମାନେ, ପନିପରିବା/ ଉଦ୍ୟାନ କୃଷି, ଧାନ ଓ ଅମଳ ହୋଇଥିବା ଫସଲ ଓ ମଣ୍ଡିରେ ଗଛିତଥିବା ଧାନ ସବୁକୁ ସୁରକ୍ଷିତ ରଖପାରିବେ । ଜିଲ୍ଲାସ୍ତରରେ କୃଷି ଭିତ୍ତିକ ନିର୍ଦ୍ଦେଶାବଳୀ ଓ ଏହାର ସୁରକ୍ଷା ଦିଗରେ ନିୟମିତ ଭାବେ କୃଷି ବିଭାଗର କ୍ଷେତ୍ରୀୟ କର୍ମଚାରୀମାନେ କୃଷକମାନଙ୍କୁ ସଚେତନ କରିବା ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବେ । ଭିନ୍ନକ୍ଷମ, ବାଳିକା ଓ ବୃଦ୍ଧାଶ୍ରମରେ ରହୁଥିବା ବ୍ୟକ୍ତିମାନଙ୍କର ଏକ ତାଲିକା ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯିବ। ଯଦି ସେଭଳି କୌଣସି ସମସ୍ୟା ଉପୁଯେ ଆବଶ୍ୟକ ସ୍ଥଳେ ସେମାନଙ୍କୁ ନିରାପଦ ଭାବେ ସ୍ଥାନାନ୍ତରିତ କରାଯିବା ସହ ସେମାନଙ୍କ ପାଇଁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟ ସ୍ଥଳିରେ ରଖାଯିବା ସହ ଖାଦ୍ୟପେୟ ଓ ପାନୀୟ ଜଳ ସୁବନ୍ଦୋବସ୍ତ କରାଯିବ ବୋଲି ଏସଆରସି କହିଛନ୍ତି।

ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ୧୮ ଟି ଜିଲ୍ଲା ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର, ନୟାଗଡ, କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ମାଲକାନାଗିରି, କୋରାପୁଟ, ରାୟଗଡା ଓ କନ୍ଧମାଳର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର। ସେ କହିଛନ୍ତି ଯେ କ୍ଷତିଗ୍ରସ୍ତ ଘର ଗୁଡ଼ିକୁ ଜିଓ ଟ୍ୟାଗ୍ କରିବା ସହ ଚାଷର କ୍ଷୟକ୍ଷତି ସମ୍ପର୍କିତ ସମସ୍ତ ଫଟୋ ଓ ତଥ୍ୟା କେସ୍‌ ରେକର୍ଡ଼ ଗୁଡିକୁ ନଥି ଭୁକ୍ତ କରିବା ଉଚିତ୍, ସହାୟତା ପାଇବାକୁ ଥିବା ହିତାଧିକାରୀ ମାନଙ୍କର କ୍ଷତିଗ୍ରସ୍ତ ଘର ଗୁଡିକର ଫଟୋ ଗ୍ରାଫିକ ପ୍ରମାଣ ବାଧ୍ୟତାମୂଳକ ବୋଲି ଦର୍ଶାଇଛନ୍ତି ।
Published by:Soumya Das
First published: