ବିଧାନସଭାରେ ବିଧାୟକ ମରୁଡି; ଅର୍ଥମନ୍ତ୍ରୀଙ୍କ ବିନା ଉପସ୍ଥିତରେ ଅତିରିକ୍ତ ବଜେଟ ଆଗତ

ଉପନିର୍ବାଚନ ପାଇଁ ପଦ୍ମପୁରରେ ଜମିଛି ନେତାଙ୍କ ଗହଳି। କିଛି ସଦସ୍ୟ ଅନୁପସ୍ଥିତ ଥିବା ବେଳେ ଶାସକଦଳର ଅଧିକାଂଶ ବିଧାୟକଙ୍କ ସ୍ଥାନ ଖାଲି ପଡିଥିଲା। ୨୦୨୨-୨୩ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପନ ହୋଇଥିଲେ ବି ଅନୁପସ୍ଥିତ ଥିଲେ ଖୋଦ ଅର୍ଥମନ୍ତ୍ରୀ।

ବିଧାନସଭାରେ ବିଧାୟକ ମରୁଡି

ବିଧାନସଭାରେ ବିଧାୟକ ମରୁଡି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଆରମ୍ଭ ହୋଇଛି ବିଧାନସଭା ଶୀତ ଅଧିବେଶନ। ପ୍ରଥମ ଦିନରେ ଖାଁ ଖାଁ ବିଧାନସଭା। ଖାଲି ପଡିଥିଲା ଅଧିକାଂଶ ସିଟ। ବାରି ହୋଇପଡ଼ୁଥିଲା ସବୁ ଦଳର ସଦସ୍ୟଙ୍କ ଅନୁପସ୍ଥିିତି। କଂଗ୍ରେସ ଓ ବିଜେପିର କିଛି ସଦସ୍ୟ ଅନୁପସ୍ଥିତ ଥିବା ବେଳେ ଶାସକଦଳର ଅଧିକାଂଶ ବିଧାୟକଙ୍କ ସ୍ଥାନ ଖାଲି ପଡିଥିଲା। ଅଧାରୁ ଅଧିକ ମନ୍ତ୍ରୀ ବି ଗୃହରେ ଉପସ୍ଥିତ ନଥିଲେ। ୨୦୨୨-୨୩ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପନ ହୋଇଥିଲେ ବି ଅନୁପସ୍ଥିତ ଥିଲେ ଖୋଦ ଅର୍ଥମନ୍ତ୍ରୀ। ଉପନିର୍ବାଚନ ପାଇଁ ପଦ୍ମପୁରରେ ଜମିଛି ନେତାଙ୍କ ଗହଳି। ଦଳୀୟ ପାର୍ଥୀଙ୍କ ଲାଗି ପ୍ରଚାରରେ ବ୍ୟସ୍ତ ନେତା ଓ ମନ୍ତ୍ରୀ। ତେବେ ଗୃହରେ ଶାସକ ଦଳର ସଦସ୍ୟଙ୍କ ଅନୁପସ୍ଥିତିକୁ ନେଇ ବର୍ଷିଛି ବିଜେପି।

ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି,"ଗୃହରେ ଅତିରିକ୍ତ ବଜେଟ ଆସିବାକୁ ଥିବା ବେଳେ ଖୋଦ୍ ଅର୍ଥମନ୍ତ୍ରୀ ନ ରହିବା ଏହା ଗୃହ ପାଇଁ ଅସମ୍ମାନ। ଅର୍ଥମନ୍ତ୍ରୀଙ୍କ ବିନା ଅନୁପସ୍ଥିତରେ ଗୃହରେ ଆଉ କିଏ ବଜେଟ ଉପସ୍ଥାପନ କରିବେ ତାହା ଗଣତନ୍ତ୍ରକୁ ହତ୍ୟା । ଏହା ଖାଲି ଗୃହର ନୁହେଁ ରାଜ୍ୟ ପାଇଁ ଦୁର୍ଭାଗ୍ୟ । ବିଧାନସଭାକୁ ପଛରେ ପକାଇ ସେମାନେ ଉପନିର୍ବାଚନରେ ମାତିବା ବିଜେଡି ପାଇଁ ମହଙ୍ଗା ପଡ଼ିବ।ରାଜ୍ୟବାସୀ ସଠିକ୍ ସମୟରେ ଜବାବ ଦେବେ"। ଧାମନଗର ହାରିବା ପରେ ବିଜେଡିକୁ ପରାଜୟ ଭୟ ଘାରିଛି ବୋଲି କହି ଟାର୍ଗେଟ କରିଛନ୍ତି।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବି ଟାର୍ଗେଟ କରି କହିଛନ୍ତି ଯେ ଗଣତନ୍ତ୍ରକୁ ହତ୍ୟା କରିଛି ବିଜେଡି। ନିଜ ଦଳର ବିଧାୟକଙ୍କୁ ଫେରାଇ ଆଣିବାକୁ ବିଜେଡି ମୁଖିଆ ପ୍ରୟାସ କରନ୍ତୁ।

ଜବାବରେ ବିଜେଡି ବିଧାୟକ ରାଜକିଶୋର ଦାସ କହିଛନ୍ତି,"ସମସ୍ତ ବିଧାୟକଙ୍କୁ ଗୃହରେ ଉପସ୍ଥିତ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବିଧାୟକ ଉପସ୍ଥିତ ରହିବା ସହ ବିଭିନ୍ନ ପ୍ରସଙ୍ଗରେ ଅଂଶଗ୍ରହଣ କରିବାକୁ ବିଧାୟକ ଦଳ ବୈଠକରେ ପରାମର୍ଶ ଦେଇଛନ୍ତି ନବୀନ"।

ଗୃହ କାର୍ଯ୍ୟ ଆରମ୍ଭରୁ ବିଧି ମୁତାବକ ବାଚସ୍ପତିଙ୍କୁ ଦିଆଯାଇଥିଲା ଗାର୍ଡ ଅଫ୍ ଅନର। ଗୃହ କାର୍ଯ୍ୟ ଆରମ୍ଭ କ୍ଷଣି   ଦିବଙ୍ଗତ ସଦସ୍ୟଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ। । ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହା, ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ, ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାୟକ ଓ ଅନ୍ୟ ତିନି ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ। ଶୋକ ପ୍ରସ୍ତାବ କୁ ସମର୍ଥନ ଜଣାଇଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସିପିଆଇଏମ ସଦସ୍ୟ ଲକ୍ଷ୍ମଣ ମୁଣ୍ଡା। ଦିବଙ୍ଗତ ସଦସ୍ୟଙ୍କୁ ସମ୍ମାନ ଜଣାଇ ୫ ଟା ପର୍ଯ୍ୟନ୍ତ ଗୃହ ମୁଲତବୀ କରିଥିଲେ ବାଚସ୍ପତି।
Published by:Soumya Das
First published: