ବାତ୍ୟା ମୁକାବିଲା ପାଇଁ ଆସିଲା ଷ୍ଟଡି ରିପୋର୍ଟ; ରାଜ୍ୟ ସରକାରଙ୍କୁ ଦିଆଗଲା ଏହି ପରାମର୍ଶ

୧୯୯୯ରୁ ୨୦୨୧ ମଧ୍ୟରେ ଓଡ଼ିଶା ଦେଇ ୬ଟି ବାତ୍ୟା ଯାଇଛି। ଗ୍ଲୋବାଲ ୱର୍ମିଂ ଯୋଗୁଁ ଏ ସଂଖ୍ୟା ଆଗକୁ ବଢ଼ିବ। ତେଣୁ ଏହାର ସଫଳ ମୁକାବିଲା ପାଇଁ ଏକ ଷ୍ଟଡି ରିପୋର୍ଟ ପ୍ରକାଶ ପାଇଛି।

ବାତ୍ୟା ମୁକାବିଲା ପାଇଁ ଆସିଲା ଷ୍ଟଡି ରିପୋର୍ଟ

ବାତ୍ୟା ମୁକାବିଲା ପାଇଁ ଆସିଲା ଷ୍ଟଡି ରିପୋର୍ଟ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ବାତ୍ୟା ପୀଡିତ ରାଜ୍ୟ ଓଡ଼ିଶା। ୧୯୯୯ ପରଠୁ ବାତ୍ୟା ସଂଖ୍ୟା ବଢୁଛି। ୧୯୯୯ରୁ ୨୦୨୧ ମଧ୍ୟରେ ଓଡ଼ିଶା ଦେଇ ୬ଟି ବାତ୍ୟା ଯାଇଛି। ଗ୍ଲୋବାଲ ୱର୍ମିଂ ଯୋଗୁଁ ଏ ସଂଖ୍ୟା ଆଗକୁ ବଢ଼ିବ। ତେଣୁ ଏହାର ସଫଳ ମୁକାବିଲା ପାଇଁ ଏକ ଷ୍ଟଡି ରିପୋର୍ଟ ପ୍ରକାଶ ପାଇଛି।

ଭୁବନେଶ୍ୱର ନାଇଜର ଓ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପ୍ରଫେସର ଓଡ଼ିଶାରେ ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ ଓ ମୁକାବିଲା ନେଇ ସ୍ଥାନୀୟ ପ୍ରଶାସନର ଭୂମିକା ଉପରେ ରିପୋର୍ଟଟି ପର୍ଯ୍ୟବେଶିତ। ପ୍ରାକୃତିକ ବିପର୍ଯ୍ୟୟର ରାଜଧାନୀ କୁହାଯାଉଥିବା ଓଡ଼ିଶା କିଭଳି ଆଗକୁ ଆହୁରି ସଫଳ ମୁକାବିଲା କରିପାରିବ ସେନେଇ ଷ୍ଟଡି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

୧୭୩୭ ମସିହାରୁ ୨୦୨୧ ମଧ୍ୟରେ ବଙ୍ଗୋପସାଗରରେ ୧୯ଟି ବଡ଼ ବାତ୍ୟା ଆସିଛି। ସେଥିରୁ ଓଡ଼ିଶା ଦେଇକି ୧୦ଟି ବାତ୍ୟା ଯାଇଛି। ଏହାକୁ ଦେଖିଲେ ଲାଗୁଛି ଓଡ଼ିଶା ଯେମିତି ଡିଜାଷ୍ଟର କ୍ୟାପିଟାଲ ପାଲଟିଛି। ୧୯୯୯ ପରଠୁ ବାତ୍ୟାର ଫ୍ରିକ୍ବେଏନ୍ସି ବଢ଼ିଛି। ୧୯୯୯ ପରଠୁ ଓଡ଼ିଶା ଦେଇକି ୬ଟି ବାତ୍ୟା ଯାଇଛି। ଏହାକୁ ଦେଖିଲେ ଡିଜାଷ୍ଟର ଆଗକୁ ବଢ଼ିବ।

ଡିଜାଷ୍ଟର ମୁକାବିଲା ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସ୍ଥାନୀୟ ସରକାରଙ୍କ ଭୂମିକା ଏକ ରିସର୍ଚ୍ଚ ଷ୍ଟଡିରେ ଏଭଳି ତଥ୍ୟ ରହିଛି। ଇଣ୍ଟରନ୍ୟାସନାଲ ହ୍ୟାଣ୍ଡ ବୁକ୍ ଅଫ୍ ଡିଜାଷ୍ଟରେ ଏହ ପବ୍ଲିକେଶନ ହୋଇଛି।

ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଏଜୁକେଶନ ଆଣ୍ଡ ରିସର୍ଚ୍ଚ ଓ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏହି ରିସର୍ଚ୍ଚ ଷ୍ଟଡି ପ୍ରସ୍ତୁତ ହୋଇଛି। ନାଇଜର ସ୍କୁଲ ଅଫ ଇକୋନୋମିକ, ହ୍ୟୁମାନିଟିଜ ଆଣ୍ଡ ସୋସିଆଲ ସାଇନ୍ସର ଆସୋସିଏଟ ପ୍ରଫେସର ଡ଼ଃ. ଅମରେନ୍ଦ୍ର ଦାସ, ରିସର୍ଚ୍ଚ ସ୍କୋଲାର ସସ୍ମିତା ବେହେରା ଓ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଅର୍ଥନୀତି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ଼ଃ ବିଭୁ ନନ୍ଦୀନି ଦାସ ମିଳିତ ଭାବେ ରିପୋର୍ଟଟିକୁ ପ୍ରକାଶ କରିଛନ୍ତି।

ଷ୍ଟଡି ରିପୋର୍ଟ କହୁଛି ଆଇ.ପି.ସି.ସି (ଇଣ୍ଟରଗଭର୍ଣମେଣ୍ଟାଲ ପ୍ୟାନେଲ ଅନ କ୍ଲାଇମେଣ୍ଟ ଚେଞ୍ଜ) ଅନୁସାରେ ବାତ୍ୟା ବଢୁଛି। ଓଡ଼ିଶାରେ ଦେଖାଯିବ ବିପର୍ଯ୍ୟୟ ଲଗାତାର ଭାବେ ବଢୁଛି। ଏମିତିକି ପ୍ରତ୍ୟେକ ବର୍ଷ ଅକ୍ଟୋବର ନଭେମ୍ବରରେ ବାତ୍ୟା ଆଶଙ୍କା ରହୁଛି। ଆଇ ପିସିସି କହିବା ଅନୁସାରେ ବିଶ୍ବରେ ତାପମାତ୍ରା ବଢୁଥିବାରୁ ଜଳବାୟୁ ପରିବର୍ତ୍ତନ ହେଉଛି। ତେଣୁ ବାତ୍ୟା ବଢୁଛି। ସମୁଦ୍ରରେ ତାପମାତ୍ରା ବଢୁଥିବାରୁ ବାତ୍ୟା ହେଉଛି ଆଗକୁ ବଢ଼ିବ।

ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ସ୍ଥାନୀୟ ପ୍ରଶାସନକୁ ଅଧିକ ଦାୟତ୍ବ ଦେବା ପାଇଁ ଗବେଷଣା ରିପୋର୍ଟରେ କୁହାଯାଇଛି। ଗ୍ରାମାଞ୍ଚଳରେ ପଞ୍ଚାୟତମାନଙ୍କୁ ଓ ସହରାଞ୍ଚଳରେ ପୌର ସଂସ୍ଥାମାନଙ୍କୁ ଅଧିକ କ୍ଷମତା ଦିଆଯାଉ।

ଆର୍ଥିକ କ୍ଷମତା,(Function,functnari,and fund)ଦିଆଯାଉ। ପ୍ରଥମେ କ୍ଷମତା ହସ୍ତାନ୍ତର, ଲୋକ ବଳ ଓ ଆର୍ଥିକ ସହାୟତା ଦିଆଯାଉ। ପଞ୍ଚାୟତ ସ୍ତରରେ କଣ୍ଟିଜେନ୍ସି ଫଣ୍ଡ ରଖାଯାଉ। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମୀକ୍ଷା ବୈଠକରେ ପଞ୍ଚାୟତକୁ ସାମିଲ କରାଯାଉ। ଏସଡିଆର ଓ ଭଳି ପଞ୍ଚାୟତ ସ୍ତରରେ ଡିଜାଷ୍ଟର ରେସଫନ୍ସ ଫଣ୍ଡ ତିଆରି ହେଉ। ପୌରାଞ୍ଚଳରେ ବି ସେଭଳି ବ୍ୟବସ୍ଥା ରଖାଯାଉ। କେତେ ଟଙ୍କା ଦିଆଯିବ ରାଜ୍ୟ ସରକାର ଯଦିଓ ନିର୍ଦ୍ଧାରଣ କରିବେ କିନ୍ତୁ ୧୦ ଲକ୍ଷ ଟଙ୍କା ଦିଆଯିବା ଦରକାର। ସ୍ବତନ୍ତ୍ର ଭାବେ ଗୋଟିଏ ଡିଜାଷ୍ଟର ରେସପନ୍ସ ବିଭାଗ କରାଯାଉ। ରାଜସ୍ବ ବିଭାଗ ସହିତ ଥିବାରୁ ଅଧିକ କାମର ଚାପ ରହୁଛି।

ପୁରୀ ଜିଲ୍ଲାରେ ଅନେକ ଲୋକଙ୍କୁ ଫନି ସହୟତା ମିଳିପାରି ନାହିଁ। ଏହାର କାରଣ ହେଉଛି କ୍ଷତିପୂରଣ ହିସାବ ଠିକରେ ହୋଇପାରୁ ନାହିଁ। ଅଫିସର ଅନେକ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି। ଜମିଜମା ପଟ୍ଟା କାମରେ ବହୁତ ବ୍ୟସ୍ତ। ସ୍ବତନ୍ତ୍ର ଭାବେ ଡିଜାଷ୍ଟର ରେସପନ୍ସ ବିଭାଗ ହେଲେ ଠିକରେ କାମ ହେବ। ଡିଜାଷ୍ଟର ଫ୍ରିକ୍ବେନ୍ସି ବଢୁଛି।

ବଜ୍ରପାତ, ଅଂଶୁଘାତ, ବନ୍ୟା, ବାତ୍ୟାରେ ଲୋକ ମରୁଛନ୍ତି। ଅଗ୍ନିଶମ ବିଭାଗ, ଓଡ୍ରାଫକୁ ଡିଜାଷ୍ଟର ରେସପନ୍ସକୁ ଅଣାଯାଉ। ଆହୁରି ସୁଦୃଢ଼ କରାଯାଉ। ଡିଜାଷ୍ଟର ମ୍ୟାନେଜମେଣ୍ଟ, ପ୍ଲାନି, ତାଲିମ ନେଇ ଯୋଜନା ହେଉ। କ୍ଷତିପୂରଣ ଠାରୁ ସହାୟତା ମିଳିବା ଯାଏ ସବୁକୁ ବିଭାଗ ବୁଝିବ ବୋଲି ରିପୋର୍ଟରେ ପରାମର୍ଶ ଦିଆଯାଉ। ଡିଜାଷ୍ଟର ମୁକାବିଲା ନେଇ ଆନ୍ତର୍ଜାତିକ ସ୍ତରରେ ଓଡ଼ିଶାର ସୁନାମ ରହିଛି। ଏଥିପାଇଁ ଅଧିକ ଗବେଷଣାର ଆବଶ୍ୟକତା ରହିଛି। ସେଣ୍ଟର ଅଫ୍ ଏକ୍ସେଲେନ୍ସ କରାଯାଉ। ଗବେଷଣା ପାଇଁ କୈାଣସି ବିଶ୍ବବିଦ୍ୟାଳୟକୁ ସାମିଲ କରାଯାଉ କିମ୍ବା କେନ୍ଦ୍ରୀୟ ପ୍ରତିଷ୍ଠାନରେ ଏକ ଚେୟାର ପ୍ରତିଷ୍ଠା କରାଯାଉ। ଡିଜାଷ୍ଟର ମ୍ୟାନେଜମେଣ୍ଟକୁ ସୁଦୃଢ଼ କରିବା ନେଇ ଅଧିକ ଗବେଷଣା ହେବା ଦରକାର। ବେଷ୍ଟ ପ୍ରାକ୍ଟିସେସକୁ ଆପଣାଇବା ଦରକାର ବୋଲି ରିପୋର୍ଟରେ କୁହାଯାଇଛି।
Published by:Lipina Das
First published: