ଜାତୀୟ ପତାକା ଓ ଗଛକୁ ପୂଜା କରି ରାକ୍ଷୀ ବାନ୍ଧିଲେ ଶିଶୁମନ୍ଦିର ଛାତ୍ରଛାତ୍ରୀ

ମାଟିକୁ ମାଆ ଓ ବୃକ୍ଷକୁ ଭଉଣୀ ସମ୍ୱୋଧନ କରିଛନ୍ତି ଛାତ୍ରଛାତ୍ରୀ । ତେଣୁ ଆଜି ରକ୍ଷାବନ୍ଧନ ପର୍ବରେ ପୁରୀର ସାହିଭାଇ ଅନୁଷ୍ଠାନ ପକ୍ଷରୁ ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ବୃକ୍ଷଲତା ଯଥା ବଉଳ , ତୁଳସୀ , ନିମ୍ବ ଓ ବେଲ ଗଛକୁ ପୂଜାର୍ଚ୍ଚନା କରିବା ସହ ରାକ୍ଷୀ ବାନ୍ଧି ସୁରକ୍ଷା ମନାସୀ ଥିଲେ ।

ବୃକ୍ଷ ଓ ଜାତୀୟ ପତାକାକୁ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ ।

ବୃକ୍ଷ ଓ ଜାତୀୟ ପତାକାକୁ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ ।

  • Share this:
News 18 Odia Digital

ପୁରୀ; କେବଳ ଭାଇ ଭଉଣୀର ସ୍ନେହ ନୁହେଁ ପ୍ରକୃତିର ସୁରକ୍ଷା ହେଉଛି ଆମର ପ୍ରଥମ କର୍ତ୍ତବ୍ୟ । ରକ୍ଷା ବନ୍ଧନ ଉତ୍ସବ କେବଳ ଘରେ ନୁହେଁ ବିଦ୍ୟାଳୟରେ ମଧ୍ୟ ପାଳନ କରାଯାଉଛି । ପୁରୀର ମଧୁବନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ କୁନି କୁନି ପିଲାମାନଙ୍କୁ ଗୁରୁମାମାନେ ରାକ୍ଷୀ ବାନ୍ଧିଥିବା ବେଳେ ପିଲାମାନେ ଗୁରୁଜୀ ,ଗୁରୁମା ଓ ଅଭିଭାବକ ଏବଂ ନିଜ ସହପାଠୀ ମାନଙ୍କୁ ରାକ୍ଷୀ ବାନ୍ଧିଥିଲେ । ଏଥିସହ ଛାତ୍ରଛାତ୍ରୀମାନେ ବୃକ୍ଷ ଏବଂ ଜାତୀୟ ପତାକାରେ ଚନ୍ଦନ ଲଗାଇ ରାକ୍ଷୀ ବାନ୍ଧିଛନ୍ତି ।



ମାଟିକୁ ମାଆ ଓ ବୃକ୍ଷକୁ ଭଉଣୀ ସମ୍ୱୋଧନ କରିଛନ୍ତି ଛାତ୍ରଛାତ୍ରୀ । ତେଣୁ ଆଜି ରକ୍ଷାବନ୍ଧନ ପର୍ବରେ ପୁରୀର ସାହିଭାଇ ଅନୁଷ୍ଠାନ ପକ୍ଷରୁ ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ବୃକ୍ଷଲତା ଯଥା ବଉଳ , ତୁଳସୀ , ନିମ୍ବ ଓ ବେଲ ଗଛକୁ ପୂଜାର୍ଚ୍ଚନା କରିବା ସହ ରାକ୍ଷୀ ବାନ୍ଧି ସୁରକ୍ଷା ମନାସୀ ଥିଲେ । ଦୀର୍ଘ ୧୨ ବର୍ଷ ଧରି ପ୍ରତି ବର୍ଷ ଏହିଭଳି ନିଆରା ଢଙ୍ଗରେ ବୃକ୍ଷ ପୂଜା କରି ଆସୁଛି ସାହିଭାଇ ଅନୁଷ୍ଠାନ ।

କେବଳ ଭାଇ ଭଉଣୀ ନୁହଁନ୍ତି ସମସ୍ତଙ୍କୁ ସ୍ନେହ ଆଦର କରୁଥିବା ଲୋକଙ୍କୁ ରାକ୍ଷୀ ବାନ୍ଧି ଉତ୍ତମ ସମ୍ପର୍କ ଯୋଡ଼ିବାର ପ୍ରୟାସ କରାଯାଉଥିବାରୁ ଏହାକୁ ସାଧାରଣରେ ପ୍ରଶଂସା କରାଯାଉଛି । ବିଦ୍ୟାଳୟ ପିଲାଙ୍କ ପରିବାର ହୋଇଥିବାରୁ ଏହି ଠାରୁ ବାର୍ତା ସୃଷ୍ଟି ହେବା ଦରକାର ବୋଲି କହିଛନ୍ତି ଗୁରୁମା ଓ ଛାତ୍ରୀ ।
Published by:Soubhagya Mishra
First published: