ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଯୁକ୍ତ ୨ ପରୀକ୍ଷା ଫଳରେ ତ୍ରୁଟି; ପ୍ରଥମେ ପାସ ମାର୍କସିଟ ତା’ପରେ ଫେଲ; ଶୁଣୁନି ସିଏଚଏସସି

ଯୁକ୍ତ ୨ ପରୀକ୍ଷା ଫଳରେ ତ୍ରୁଟି; ପ୍ରଥମେ ପାସ ମାର୍କସିଟ ତା’ପରେ ଫେଲ; ଶୁଣୁନି ସିଏଚଏସସି

ଯୁକ୍ତ ଦୁଇ ମାର୍କିଂରେ ସାଙ୍ଘାତିକ ତ୍ରୁଟି ସାମ୍ନାକୁ ଆସିଛି । ଗୋଟିଏ ପିଲାକୁ ଦୁଇଟି ଲେଖାଏଁ ମାର୍କ ସିଟ ମିଳିଛି । ପ୍ରଥମେ ପାସ ପରେ ଫେଲ ଏପରି ଦୁଇ ଦୁଇଟି ମାର୍କ ସିଟ ପାଇଛନ୍ତି ଛାତ୍ରଛାତ୍ରୀ।

ଯୁକ୍ତ ୨ ପରୀକ୍ଷା ଫଳରେ ତ୍ରୁଟି; ପ୍ରଥମେ ପାସ ମାର୍କସିଟ ତା’ପରେ ଫେଲ; ଶୁଣୁନି ସିଏଚଏସସି
ଭୁଲ ପରୀକ୍ଷା ଫଳକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 7, 2021, 6:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଯୁକ୍ତ ଦୁଇ ମାର୍କିଂରେ ସାଙ୍ଘାତିକ ତ୍ରୁଟି ସାମ୍ନାକୁ ଆସିଛି । ଗୋଟିଏ ପିଲାକୁ ଦୁଇଟି ଲେଖାଏଁ ମାର୍କ ସିଟ ମିଳିଛି । ପ୍ରଥମେ ପାସ ପରେ ଫେଲ ଏପରି ଦୁଇ ଦୁଇଟି ମାର୍କ ସିଟ ପାଇଛନ୍ତି ଛାତ୍ରଛାତ୍ରୀ। ପାସ ମାର୍କ ନେଇ ଆଡମିସନ କରିବା ବେଳକୁ ଫେଲ ମାର୍କର ସିଟ ଆସୁଛି ବୋଲି ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ।

ଜୁଲାଇ ୩୧ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଲା । ଭୁବନେଶ୍ୱରର ନିହାର ରଞ୍ଜନ ବିଶ୍ୱାଳ ପ୍ରଥମେ ୨୭୨ ନମ୍ବର ରଖି ତୃତୀୟ ଶ୍ରେଣୀରେ ପାସ କରିଥିଲେ। ପରେ ଯୁକ୍ତ ୩ ଆବେଦନ ବେଳେ ମାର୍କସିଟ ଦାଖଲ ବେଳେ ନମ୍ବର ବଦଳି ୨୪୪ ହେବା ସହ ମାର୍କ ସିଟରେ ଫେଲ ଲେଖା ହୋଇଥିଲା। ସେହିଭଳି ସମ୍ବଲପୁରର ନିକେଶ ରଣା ପ୍ରଥମେ ୨୬୪ ନମ୍ବର ରଖିଥିଲେ। ହେଲେ ପରେ ମାର୍କସିଟରେ ଏହା ବଦଳି ୨୨୪ ହେବା ସହ ଫେଲ ଦର୍ଶାଯାଇଛି। ଆଉ କିଛି ଛାତ୍ରଛାତ୍ରୀଙ୍କର ନମ୍ବର ପୂର୍ବ ନମ୍ୱର ଠାରୁ ମଧ୍ୟ କମିଛି। ତେବେ ଏଭଳି ଅଭିଯୋଗ ନେଇ ସିଏଚଏସଇ ଅବଗତ କରିବା ପରେ ପରୀକ୍ଷା ନିୟନ୍ତ୍ରକ କିଛି କରିହେବ ନାହିଁ ବୋଲି ସିଧାସଳଖ ଉତ୍ତର ରଖିଥିଲେ। ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଅନୁଯାୟୀ ତରତର ହୋଇ ରେଜଲ୍ଟ ପ୍ରକାଶ କରାଯାଇଥିଲା। ଭୁଲ ହୋଇ ଯାଇଥିବ ବୋଲି ଅଭିଯୋଗକାରୀଙ୍କୁ ସଫେଇ ଦେଉଛନ୍ତି କର୍ତ୍ତୃପକ୍ଷ। ଯାହାକୁ ନେଇ ଅସନ୍ତୋଷ ଛାତ୍ରଛାତ୍ରୀ ନିରୁପାୟ ହୋଇ ପଡ଼ିଛନ୍ତି ।

"୩୧ ତାରିଖରେ ଡାଉନଲୋଡ଼ କରି ଦେଖିଥିବା ମାର୍କ ସିଟ ଦେଖିଥିଲି । ସେଥିରେ ପାସ ଉଲ୍ଲେଖ ରହିଥିଲ । । ମାତ୍ର ଏବେ ମାସେ ପରେ ଫେଲ କରିଦେଲେ। କାଉନସିଲ ଉତ୍ତରଦାୟୀ ହେଉନାହିଁ କି କିଛି କହୁନାହି," କହିଛନ୍ତି ଅଭିଯୋଗକାରୀ ଛାତ୍ର ନିହାର ରଞ୍ଜନ ବିଶ୍ୱାଳ।

"ପ୍ରଥମେ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ୨୭୨ ନମ୍ବର ରଖିଥିଲି । ପରେ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ କଲା ବେଳେ ମାର୍କସିଟରେ ନମ୍ବର କମି ୨୩୯ ହୋଇଛି । ଏହାର ଉତ୍ତର ସିଏଚଏସଇ ପାଖରେ ନାହିଁ," କହିଛନ୍ତି ଅଭିଯୋଗକାରିଣୀ ଛାତ୍ରୀ ରଞ୍ଜିତା।

ଅଭିଯୋଗକାରୀ ପିଲାର ମାର୍କ ସିଟ (ପ୍ରତୀକାତ୍ମକ ଛବି)


ପିଲାମାନଙ୍କ ଅଭିଯୋଗକୁ ଆଧାର କରି ସିଏଚଏସଇର ଅଧ୍ଯକ୍ଷ ଗଙ୍ଗାଧର ସାହୁ କହିଛନ୍ତି, "ମୋ ପାଖକୁ ସେମିତି କିଛି ଖବର ଆସିନାହିଁ। ଯଦି ସେମିତି ଅସୁବିଧା ହୋଇଛି ସେମାନେ ନିଜ କଲେଜ ଅଧ୍ୟକ୍ଷଙ୍କ ପାଖରେ ଅଭିଯୋଗ କରନ୍ତୁ। ତର୍ଜମା ହେବ ଓ ଯଦି ସେମାନେ ନମ୍ବର ପାଇବାକୁ ଯୋଗ୍ୟ ତାହେଲେ ନିଶ୍ଚୟ ମିଳିବ"।

ସିଏଚଏସସି ପିଲାମାନଙ୍କର କୌଣସି ଅଭିଯୋଗ ଶୁଣୁନାହିଁ। ଦିନକ ପରେ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଶେଷ ହେବ। ସେହିଭଳି ଯୁକ୍ତ୨ ଅଫଲାଇନ ପରୀକ୍ଷା ପାଇଁ ମଧ୍ୟ ଆବେଦନ ୩ ତାରିଖ ଦିନ ୧ଟା ବେଳେ ଶେଷ ହେବ। ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କ ନିଜ ମାର୍କକୁ ନେଇ ଦ୍ୱନ୍ଦରେ ଅଛନ୍ତି । ସିଏଚଏସିସିର ଏଭଳି ମନମୁଖୀ କାର୍ଯ୍ଯକୁ ଶିକ୍ଷାବିତମାନେ କଡ଼ା ସମାଲୋଚନା କରିଛନ୍ତି । କାଉନ୍ସିଲ ତରତର ହୋଇ ରେଜଲ୍ଟ ବାହାର କରିବା ସବୁଠାରୁ ବଡ଼ ଭୁଲ ବୋଲି କହିଛନ୍ତି। ନିଜ ଭୁଲ ସୁଧାରି ପିଲାଙ୍କୁ ଉଚିତ ମାର୍କ ଦିଅନ୍ତୁ ନଚେତ ଅଫଲାଇନ ପରୀକ୍ଷା ଆବେଦନ ତାରିଖ ବଢ଼ାନ୍ତୁ ବୋଲି ଶିକ୍ଷାବିତ କହିଛନ୍ତି।

"ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁଯାୟୀ ତରତର ହୋଇ ଫଳ ପ୍ରକାଶ ନ କରି ନିର୍ଭୁଲ ରେଜଲ୍ଟ ପିଲାଙ୍କୁ ଦେବା ଉଚିତ ଥିଲା। କାଉନସିଲ ଯଦି ଭୁଲ କରିବ ତାହେଲେ ପିଲା କାହା ପାଖକୁ ଯିବେ। ଏବେ ପିଲାଙ୍କୁ ସମୟ ଦିଆଯାଉ। ଯୁକ୍ତ ୩ ଆବେଦନ ପାଇଁ ମଧ୍ୟ ଓ ଯେଉଁମାନେ ଅଫଲାଇନ ପରୀକ୍ଷା ଦେବାକୁ ଚାହିଁବେ ସେମାନଙ୍କୁ ପଞ୍ଜିକରଣ ପାଇଁ ମଧ୍ୟ  ସମୟ ଦିଆଯାଉ ବୋଲି," କହିଛନ୍ତି ସିଏଚଏସଇ ପୂର୍ବତନ ଅଧ୍ୟକ୍ଷ ବାସୁଦେବ ଛାଟୋଇ ।
Published by: Soumya Das
First published: September 7, 2021, 6:55 PM IST