News18 Odia Digital
କୁହାଯାଏ ଗୁରୁ ଶିଷ୍ୟ ସମ୍ପର୍କ ସବୁଠୁ ପବିତ୍ର ସମ୍ପର୍କ। କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖାଯାଉଛି। ଭୁବନେଶ୍ୱରରେ ଜଣେ କଲେଜ ଛାତ୍ରୀଙ୍କୁ ଅଧ୍ୟାପକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ଆସିଛି। ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ବିଭାଗ।
ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ନହାରକଣ୍ଟାସ୍ଥିତ ଶ୍ରୀ ଜୟଦେବ କଲେଜରେ। ଜୈନିକା ଛାତ୍ରୀ ଜଣଙ୍କ କଲେଜର NCC ଅଫିସରଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି। କଲେଜ କର୍ତ୍ତୃପକ୍ଷ କିଛି ନଶୁଣିବାରୁ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ କରି ଛାତ୍ରୀ ଜଣଙ୍କ ଉଚ୍ଚ ଶିକ୍ଷା ବିଭାଗକୁ ଚିଠି ଲେଖିଥିଲେ। ସେ କହିଛନ୍ତି କଲେଜର ଜଣେ ଅଧ୍ୟାପକ ତାଙ୍କୁ ଗତ କିଛି ମାସ ହେଲା ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ପ୍ରଥମେ ସେ ତାଙ୍କୁ ପ୍ରେମ ନିବେଦନ କରିଥିଲେ। କିନ୍ତୁ ଛାତ୍ରୀ ଜଣଙ୍କ ମନା କରିବାରୁ ଭୟ ଦେଖାଇ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ।
ଛାତ୍ରୀ ଜଣକ କଲେଜ କର୍ତ୍ତୃପକ୍ଷଙ୍କ ଘଟଣା ବାବଦରେ ଅବଗତ କରାଇଥିଲେ। କିନ୍ତୁ କଲେଜ ପୋଲିସର ସହାୟତା ନନେଇ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରି ଘଟଣାକୁ ଚାପିବାକୁ ଯଥାସାଧ୍ୟ ଉଦ୍ୟମ ଚାପି ଦେଇଥିଲେ। ସମ୍ପୃକ୍ତ କମିଟି ଅଭିଯୋଗକାରୀ ଛାତ୍ରୀ ଓ ଅଭିଯୁକ୍ତ ପ୍ରାଧ୍ୟାପକଙ୍କୁ ପଚରାଉଚରା କରିଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।