CMଙ୍କୁ ଫଟୋ ଦେଇନପାରିବାରୁ କାନ୍ଦିଲେ ଛାତ୍ରୀ; ପାଖକୁ ଡାକିଲେ ନିଜେ ମୁଖ୍ୟମନ୍ତ୍ରୀ

ନିଜ ହାତରେ ଆଙ୍କିଥିବା ଫଟୋ ଚିତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇ ନପାରିବାରୁ କାନ୍ଦି ପକାଇ ଥିଲେ ଛାତ୍ରୀ ଜଣଙ୍କ। ଆଉ ତାପରେ ଯାହା ହେଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

କାନ୍ଦିଲେ ଛାତ୍ରୀ

କାନ୍ଦିଲେ ଛାତ୍ରୀ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବାଲେଶ୍ଵର: ସୁରଭି କାର୍ଯ୍ୟକ୍ରମ ଅବସରରେ ନିଜ ହାତରେ ଆଙ୍କିଥିବା ଫଟୋ ଚିତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇ ନପାରିବାରୁ କାନ୍ଦି ପକାଇ ଥିଲେ ଛାତ୍ରୀ ଜଣଙ୍କ। ଆଉ ତାପରେ ଯାହା ହେଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ଆଜି ଭୁବନେଶ୍ୱରରେ ଆୟୋଜିତ ସୁରଭି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ। ସିଏମଙ୍କର ଏକ ଫଟୋ ଚିତ୍ର ପ୍ରସ୍ତୁତ କରି ଜଣେ ଛାତ୍ରୀ ଜ୍ୟୋତି ଦାସ ନିଜ ହାତରେ ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ।।କିନ୍ତୁ ସେଥିରେ ସେ ବିଫଳ ହୋଇଥିଲେ।।

ଜ୍ୟୋତି ଦାସ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିନପାରି ସେଠାରେ ଛିଡ଼ା ହୋଇ ମନ ଦୁଃଖରେ କାନ୍ଦିବାକୁ ଲାଗିଲେ। ଏହି ହୃଦୟ ବିଦାରକ ଚିତ୍ର ପ୍ରଶାସନ ନଜରକୁ ଆସିବା ପରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହ ପରାମର୍ଶ କରି ଜ୍ୟୋତି ଦାସଙ୍କୁ ତାଙ୍କ ନିକଟକୁ ଯିବା ପାଇଁ ଅନୁମତି ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରି ମୁଁ ଆଜି ଗର୍ବିତ ବୋଲି କହିଛନ୍ତି ଉକ୍ତ ଛାତ୍ରୀ ଜଣଙ୍କ ।

ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପାଇଁ ସିମୁଳିଆ ପାଇଁ ଗୌରବ ଆଣିଛନ୍ତି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ପଣ୍ଡୁ ଶାସନ ଅଞ୍ଚଳରେ ଥିବା ମାହେଶ୍ୱରୀ ସଂସ୍କୃତ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀ ଜ୍ୟୋତି ଦାସ । ସେ ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପାଇଁ ଚିତ୍ରାଙ୍କନରେ ମନୋନୀତ ହୋଇ ଭୁବନେଶ୍ୱରକୁ ଯାଇଥିଲେ କିନ୍ତୁ ଦୁର୍ଭାଗ୍ୟବଶତଃ ସେଠାରେ ସେ କୃତିତ୍ୱ ହାସଲ କରିପାରିନଥିଲେ। କିନ୍ତୁ ସେ ସେଠାରେ ବସି ଆମର ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅବିକଳ ଛବି ନିଜ ହାତରେ ଆଙ୍କି ତାଙ୍କୁ ଅର୍ପଣ କରିବାକୁ ଚାହୁଁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯିବା ପାଇଁ ପ୍ରଶାସନ ତାଙ୍କ ପାଇଁ ବାଧକ ସାଜିଥିଲା । ତେଣୁ ଜ୍ୟୋତି ଦାସ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିନପାରି ସେଠାରେ ଛିଡ଼ା ହୋଇ ମନ ଦୁଃଖରେ କାନ୍ଦିବାକୁ ଲାଗିଲେ। ଅନୁମତି ପାଇ ଜ୍ୟୋତି ଖୁସି ହୋଇଯାଇଥିଲେ ଓ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚି ସେ ଆଙ୍କିଥିବା ନବୀନ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତାଙ୍କ ହାତକୁ ଦେଇ ଆଶୀର୍ବାଦ ଭିକ୍ଷା କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନିଜର ପ୍ରତିମୂର୍ତ୍ତି ନିଜେ ଦେଖି ବହୁତ ଖୁସି ହୋଇ ଜ୍ୟୋତିକୁ ଧନ୍ୟବାଦ ଜଣାଇବା ସହିତ ଆର୍ଶୀବାଦ କରିଥିଲେ।

ଏତେ କମ ବୟସରେ ଜନଗହଳି ଭିତରେ ନବୀନ ପଟ୍ଟନାୟକଙ୍କ ଦାୟିତ୍ୱରେ ଥିବା ପ୍ରଶାସନ ଅଧିକାରୀଙ୍କୁ ପ୍ରବର୍ତ୍ତାଇ ତାଙ୍କ ନିକଟରେ ପହଞ୍ଚି ପାରିଥିବାରୁ ମାହେଶ୍ୱରୀ ସଂସ୍କୃତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଜ୍ୟୋତିଙ୍କୁ ସ୍ୱାଗତ ଜଣାଇଛନ୍ତି ବୋଲି ସ୍କୁଲ ଶିକ୍ଷକ କହିଛନ୍ତି।

ସୂଚନା ଅନୁସାରେ ଓଡ଼ିଶା ସରକାରଙ୍କ ନିର୍ଦେଶ କ୍ରମେ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ସୁରଭି କାର୍ଯ୍ୟକ୍ରମ କରାଯାଉଛି । ଗ୍ରାମାଞ୍ଚଳରେ ପିଲାମାନଙ୍କ ମଧ୍ୟରେ ଥିବା ଆଭ୍ୟନ୍ତରୀଣ କଳାକୁ ସର୍ବସମ୍ମୁଖରେ ପ୍ରକାଶ କରିବା ହେଉଛି ସୁରଭି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ । ଏହି ସୁରଭି କାର୍ଯ୍ୟକ୍ରମରେ ବକୃତା, ଚିତ୍ରାଙ୍କନ, ହସ୍ତାକ୍ଷର, ନାଚ, ପ୍ରବନ୍ଧ ଇତ୍ୟାଦି ପ୍ରତିଯୋଗିତା କରାଯାଇ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ବ୍ଲକ ସ୍ତରରୁ ଜିଲ୍ଲାସ୍ତର ଏବଂ ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତର ସୁରଭି କାର୍ଯ୍ୟକ୍ରମକୁ ମନୋନୀତ କରାଯାଇଥିଲା ।
Published by:Soumya Das
First published: