ଜଗତସିଂହପୁର ହାଜତ ମୃତ୍ୟୁ ମାମଲା: ଡିଜିଙ୍କୁ ସ୍ମାରକପତ୍ର ପ୍ରଦାନ କଲା ଛାତ୍ର କଂଗ୍ରେସ

ଜଗତସିଂହପୁର ହାଜତ ମୃତ୍ୟୁ ମାମଲାରେ ସମ୍ପୃକ୍ତ ଏସ୍.ପି. ଓ ଅଭୟଚାନ୍ଦପୁର ଥାନା ଅଧିକାରୀଙ୍କ ତୁରନ୍ତ ବରଖାସ୍ତ ଦାବିରେ ପ୍ରଦେଶ ଛାତ୍ର କଂଗ୍ରେସର ଏକ ଛଅ ଜଣିଆ ପ୍ରତିନିଧି ଦଳ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

  • Share this:
News18 Odia Digital

ଭୁବନେଶ୍ୱର: ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ୟାସିର ନୱାଜଙ୍କ ନେତୃତ୍ବରେ ଛାତ୍ର କଂଗ୍ରେସ କର୍ମୀମାନେ ଜଗତସିଂହପୁର ହାଜତ ମୃତ୍ୟୁ ମାମଲାରେ ସମ୍ପୃକ୍ତ ଏସ୍.ପି. ଓ ଅଭୟଚାନ୍ଦପୁର ଥାନା ଅଧିକାରୀଙ୍କ ତୁରନ୍ତ ବରଖାସ୍ତ ଦାବିରେ କଟକସ୍ଥିତ ପୋଲିସ୍‌ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଛଅ ଜଣିଆ ପ୍ରତିନିଧି ଦଳ ପୋଲିସ୍‌ ମହାନିର୍ଦ୍ଦେଶକଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି  ନୱାଜ କହିଛନ୍ତି, "ଓଡ଼ିଶାରେ ପୋଲିସ୍‌ର ବର୍ବରତା ଓ ଅତ୍ୟାଚାର ସୀମା ଟପିଯାଇଛି ନିଜ ବିଭାଗକୁ ନିୟନ୍ତ୍ରଣ କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଅକ୍ଷମ । ଲୋକମାନଙ୍କୁ ସୁରକ୍ଷା ଦେବା ବଦଳରେ ପୋଲିସ୍ ରକ୍ତମୁଖା ପାଲଟିଯାଇଛି । ସାରା ରାଜ୍ୟରେ ବିଭିନ୍ନ ଥାନାରେ ହାଜତ ମୃତ୍ୟୁ ଘଟଣା ଦିନକୁ ଦିନ ବଢ଼ି ଚାଲୁଥିବା ବେଳେ ଗୃହ ବିଭାଗର ମୁଖ୍ୟ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀରବଦ୍ରଷ୍ଟା ସାଜିଛନ୍ତି"।

ଉଲ୍ଲେଖଯୋଗ୍ୟ ଯେ ୨୦୧୭ରୁ ୨୦୨୦ ମସିହା ମଧ୍ୟରେ ୧୦ଟି ହାଜତ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି ଓ ଏହାର ତଦନ୍ତ ରିପୋର୍ଟ ଏପର୍ଯ୍ୟନ୍ତ ଅନ୍ଧାର ଭିତରେ ରହିଛି । ମୃତକମାନଙ୍କ ପରିବାରକୁ ନ୍ୟାୟ ମିଳି ପାରିନାହିଁ । ସେଥ୍ ମଧ୍ୟରୁ ୨ଟି ହାଜତ ମୃତ୍ୟୁ ପୋଲିସ୍ ରିମାଣ୍ଡରେ ଘଟିଥିବା ବେଳେ ୬ଟି ବିଚାରପତିଙ୍କ ସମ୍ମୁଖରେ ହାଜର ହେବା ପୂର୍ବରୁ ଘଟିଛି । ୨୦୧୯ରେ ସାରା ଦେଶରେ ହାଜତ ମୃତ୍ୟୁ ମାମଲା କ୍ଷେତ୍ରରେ ଓଡ଼ିଶା ୬ ନମ୍ବର ସ୍ଥାନରେ ରହିଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ରାଜ୍ୟ ସରକାରଙ୍କ ଗୃହ ବିଭାଗ ସାଧାରଣ ଜନତାଙ୍କୁ ଅତ୍ୟାଚାର କରିବାରେ ଲାଗିଛି। ଜଗତସିଂହପୁର ହାଜତ ମୃତ୍ୟୁ ମାମଲାରେ ମୃତକ ମନୋରଞ୍ଜନ ଯେଉଁ ପରିସ୍ଥିତିରେ ମୃତ୍ୟୁବରଣ କଲା ବୋଲି ପୋଲିସ୍ ବୟାନ ଦେଉଛି, ଏହା ସମ୍ପୂର୍ଣ୍ଣ ବିଶ୍ଵାସଯୋଗ୍ୟ ନୁହେଁ । ଏହା ହାଜତ ମୃତ୍ୟୁ ଘଟଣାକୁ ଚାପିଦେବା ପାଇଁ ପୋଲିସ୍ ଦ୍ଵାରା ରଚିତ ଏକ ମନଗଢ଼ା କାହାଣୀ ।

ଗତ ୨୦୨୦ ମସିହାରେ ପୁରୀ ଜିଲ୍ଲା ବାସେଳିସାହି ଥାନାରେ ଯେଉଁ ହାଜତମୃତ୍ୟୁ ଘଟଣା ଘଟିଥିଲା, ତାହାର କଳଙ୍କ ଏହି ଏସ୍.ପି. ଏବଂ ଏହି ଥାନା ଅଧିକାରୀଙ୍କ ନାମରେ ଯୋଡ଼ିହୋଇ ରହିଛି । ପୋଲିସ୍ ମହାନିର୍ଦେଶକ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆସନ୍ତା ୭ ଦିନ ମଧ୍ୟରେ ସମ୍ପୃକ୍ତ ଏସ୍.ପି. ଓ ଥାନା ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଗୃହ ବିଭାଗର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନକୁ ଘେରାଉ କରିବା ପାଇଁ ଚେତାବନୀ ଦେଇଛନ୍ତି ଶ୍ରୀ ନୱାଜ।
Published by:Soumya Das
First published: