ତ୍ରିକୋଣୀୟ ପ୍ରେମ ଯୋଗୁଁ ହଙ୍ଗାମା: ବିଚ ରାସ୍ତାରେ ଆଣ୍ଠେଇଲେ ଛାତ୍ର; ୫ ଛାତ୍ର ଗିରଫ

ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ରାସ୍ତା ଉପରେ କିଛି ଯୁବକ ଜଣେ ଛାତ୍ରଙ୍କୁ ନିର୍ଯ୍ଯାତନା ଦେବାର ଭିଡିଓ ଭାଇରାଲ ହେଉଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରାଯାଇଛି ।

ରାଜଧାନୀ ରାଜରାସ୍ତାରେ ହାଇ ଡ୍ରାମା।

ରାଜଧାନୀ ରାଜରାସ୍ତାରେ ହାଇ ଡ୍ରାମା।

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ତ୍ରିକୋଣୀୟ ପ୍ରେମକୁ ନେଇ ରାଜଧାନୀ ରାଜରାସ୍ତାରେ ହାଇ ଡ୍ରାମା। ଏନେଇ କଲେଜ ଛାତ୍ରଙ୍କ ମଧ୍ୟରେ ଦେଖିବାକୁ ମିଳିଛି ହଙ୍ଗାମା। ପୋଲିସ ମଧ୍ୟ ଏଥିରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୫ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ରାସ୍ତା ଉପରେ କିଛି ଯୁବକଙ୍କ ଉପସ୍ଥିତରେ ଜଣେ ଛାତ୍ର ଆଣ୍ଠୁ ମାଡି ବସିଥିଲେ। ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଥିଲା। ପ୍ରଥମେ ଛାତ୍ର ଜଣଙ୍କୁ ରାଗିଂ କରାଯାଇଥିବାର ସନ୍ଦେହ ହୋଇଥିଲା। ସେଥିରେ ତାଙ୍କୁ କିଛି ଯୁବକ ଗାଳି ଗୁଲଜ କରୁଥିବାର ଜଣା ପଡ଼ିଛି। ନିର୍ଯ୍ୟାତନା ଦେବା ସମୟରେ ଭିଡ଼ିଓ ଭାଇରାଲ ହୋଇଛି। କିନ୍ତୁ ଘଟଣାର କାରଣ କିଛି ଅଲଗା ଥିଲା। ସୂଚନାନୁସାରେ ଜଣେ ଯୁବତୀଙ୍କୁ ୩ଜଣ ପୁଅ ପ୍ରେମ କରୁଥିଲେ। ଯେଉଁଥିପାଇଁ ଆଜି ଏପରି ଘଟଣା ଘଟିଛି। ପରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ୫ଜଣ ପିଲାଙ୍କୁ ଗିରଫ କରିଛି। ଆଗକୁ ଗିରଫ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି।



ଏ ଘଟଣାକୁ ନେଇ ଚନ୍ଦ୍ରଶେଖରପୁର ଏସପି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ମାଡ଼ ଖାଇଥିବା ପିଲା ଜଣଙ୍କ ହେଉଛନ୍ତି ରାଜେଶ କୁମାର ନାୟକ। ସେ ବର୍ତ୍ତମାନ ରାଜଧାନୀ ଇଞ୍ଜିନିୟର କଲେଜର ପ୍ରଥମ ବର୍ଷର ଛାତ୍ର। ତାଙ୍କୁ ନିର୍ଯ୍ୟାତନା ଦେଉଥିବା ଯୁବକ ମାନେ ହେଉଛନ୍ତି ବିଠଲ, ପ୍ରିୟବ୍ରତ, ଆଦିତ୍ୟ ଦାସ, ବିଷ୍ଣୁ ସେଠି, ଦେଵବ୍ରତ ଜେନା। ବିଠଲ ନିଜର ଏକ ସହଯୋଗୀଙ୍କୁ ପ୍ରେମ କରୁଥିଲେ। ରାଜେଶଙ୍କ ସାହାଯ୍ୟରେ ସେ ଯୁବତୀ ଜଣଙ୍କ ନିକଟତର ହେବାକୁ ଚେଷ୍ଟା କରୁଥିଲା। ଏଥିପାଇଁ ରାଜେଶ ମଧ୍ୟସ୍ଥି ପାଲଟି ଥିଲେ। କିନ୍ତୁ ରାଜେଶ ବିଠଲଙ୍କ ବିରୋଧରେ ଯୁବତୀଙ୍କ ନିକଟରେ କହୁଥିଲେ। ଗତ ୧୧ତାରିଖ ରାତିରେ ରାଜେଶଙ୍କୁ ନୀଳାଦ୍ରି ବିହାର ନିକଟକୁ ଡାକି ଗାଳିଗୁଲଜ କରିଥିଲେ ବିଠଲ। ପୁଣି ୨୨ତାରିଖ ଦିନ ମଧ୍ୟ ସମାନ ଘଟଣା ଘଟିଥିଲା। ଯାହାର ଭିଡ଼ିଓ ବର୍ତ୍ତମାନ ଘୁରି ବୁଲୁଛି। ଏହି ଭିଡ଼ିଓକୁ ଯୁବତୀ ଜଣଙ୍କୁ ଦେଖାଇ ତାଙ୍କୁ ଇଂପ୍ରେସ କରିବା ଆଳରେ ଭିଡ଼ିଓ ପ୍ରସ୍ତୁତ ହୋଇଥିଲା।
Published by:Soumya Das
First published: