ରାଜ୍ୟରୁ ପୁଣି ଏକ ବାଘଛାଲ ଜବତ; ବାଘ ବଂଶ ଲୋପ ହେବାନେଇ ଆଶଙ୍କା କରୁଛନ୍ତି ବୁଦ୍ଧିଜୀବୀ

ବଲାଙ୍ଗୀର ଜିଲ୍ଲା ଟିକରପଡ଼ା-ସଇଁତଳା ରାସ୍ତା ପାଖରୁ ଏକ ବାଘ ଛାଲକୁ ଜବତ କରିଛି ଏସଟିଏଫ । ଜବତ ବାଘଛାଲ ୪ଲକ୍ଷ ଟଙ୍କାରେ ଡ଼ିଲ ହୋଇଥିଲା। ଅଭିଯୁକ୍ତକୁ ନେଇ ମାରାଥନ ଜେରା କରୁଛି ତଦନ୍ତକାରୀ ଟିମ ।

ଟିକରପଡ଼ା-ସଇଁତଳା ରାସ୍ତା ପାଖରୁ ଏକ ବାଘ ଛାଲକୁ ଜବତ କରିଛି ଏସଟିଏଫ (ପ୍ରତୀକାତ୍ମକ ଛବି)

ଟିକରପଡ଼ା-ସଇଁତଳା ରାସ୍ତା ପାଖରୁ ଏକ ବାଘ ଛାଲକୁ ଜବତ କରିଛି ଏସଟିଏଫ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରୁ ପୁଣି ଏକ ବାଘଛାଲ ଜବତ । ବଲାଙ୍ଗୀର ଜିଲ୍ଲା ଟିକରପଡ଼ା-ସଇଁତଳା ରାସ୍ତା ପାଖରୁ ଏକ ବାଘ ଛାଲକୁ ଜବତ କରିଛି ଏସଟିଏଫ । ଜବତ ବାଘଛାଲ ୪ଲକ୍ଷ ଟଙ୍କାରେ ଡ଼ିଲ ହୋଇଥିଲା। ଅଭିଯୁକ୍ତକୁ ନେଇ ମାରାଥନ ଜେରା କରୁଛି ତଦନ୍ତକାରୀ ଟିମ । ସେପଟେ ବାରମ୍ବାର ବାଘ ଛାଲ ଜବତ ହେଉଥିବାରୁ କଲରାପତରିଆ ବାଘ ବଂଶ ଲୋପ ପାଇଯିବା ନେଇ ଚିନ୍ତାପ୍ରକଟ କରୁଛନ୍ତି ବୁଦ୍ଧିଜୀବୀ ।

"ବଲାଙ୍ଗୀର ଜିଲା ଟିକରପଡ଼ା- ସଇଁତଳା ରାସ୍ତା ପାଖରୁ ଏକ ବାଘଛାଲ ଡିଲ ଯୋଜନା ହୋଇଥିଲା । ଆମେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରେଡ଼ କରିଥିଲୁ ।  ୪ଲକ୍ଷ ଟଙ୍କାରେ ଡିଲ ପାଇଁ ଯୋଜନା କରୁଥିବା ବେଳେ ଆମ ଟିମ ମାଡ଼ି ବସିଥିଲା । ବାଘଛାଲ ଚୋରାଚାଲାଣ କରିବା ଅଭିଯୋଗରେ ଗିରଫ ହୋଇଛି ବନ୍ୟଜନ୍ତୁ ତସ୍କରି ଆଦିକନ୍ଦି ଘିୱଲା । ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ବାଘଟିକୁ ଗୁଳି କରି ଶିକାର କରାଯାଇଛି । ବାଘର ଦେହରେ ୩ଟି ଗୁଳି ବାଜିଛି । ତେବେ ବାଘ ଛାଲ କାହା ପାଖକୁ ଚୋରା ଚାଲାଣ ହେଉଥିଲା ସେନେଇ ତଦନ୍ତ ଚାଲିଛି,"କହିଛନ୍ତି ଏସଟିଏଫ ଡ଼ିଏସପି ଏସ.ଏନ ରଥ ।

ରାଜ୍ୟରୁ ବନ୍ୟଜନ୍ତୁ ତସ୍କରୀ ମାଫିଆଙ୍କୁ ଧରିବା ପାଇଁ ୨୦୨୦ ମସିହାରୁ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଥିଲା ଏସଟିଏଫ । ଏବେ ପର୍ଯ୍ୟନ୍ତ ରାଜ୍ୟରୁ ୨୮ଟି ବାଘ ଛାଲ ଜବତ ହୋଇଛି।  ୨୦୨୦ ରେ ୭ଟି ବାଘ ଛାଲ ଜବତ ହୋଇଥିବା ବେଳେ ୨୦୨୧ରେ ୧୪ ଓ ୨୦୨୨ଏବେ ପର୍ଯ୍ୟନ୍ତ ୭ଟି ବାଘ ଛାଲ ଜବତ ହେଲାଣି । ବାଘଛାଲ ଜୁ ଛାଡିଦେଲେ ଏହି ସମୟ ମଧ୍ୟରେ ୨୪ଟି ହାତୀଦାନ୍ତ, ୭ଟି ହରିଣ ଛାଲ, ୧୩ଟି ଜୀବନ୍ତ ବଜ୍ରକାପ୍ତା ସାଙ୍ଗକୁ ୩୦କିଲୋ ୪୦୦ଗ୍ରାମ ବଜ୍ରକାପ୍ତା କାତି ଜବତ ହୋଇଥିବା ବେଳେ ୪୬ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

ବନ୍ୟଜନ୍ତୁ ବିଶେଷଜ୍ଞ ଲାଲା ଏକେ ସିଂ କହିଛନ୍ତି, "କେବଳ ଏସଟିଏଫ ଅପରେସନ କରିଲେ ହେବ ନାହିଁ, ବନ ବିଭାଗ ମଧ୍ୟ ଗୁଇନ୍ଦା ତଥ୍ୟ ନେଇ ଅପରେସନ କରିବା ଉଚିତ। ନଚେତ ଆଉକିଛି ମଧ୍ୟରେ କଲରାପତାରିଆ ବାଘ ଇତିହାସ ହୋଇଯିବ" ।
Published by:Soumya Das
First published: