News18 Odia Digital
ଭୁବନେଶ୍ୱର: ରାଜଧାନୀରୁ ଦୁର୍ଦ୍ଦାନ୍ତ ଡ୍ରଗ୍ସ ମାଫିଆ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ଶିବୁ ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଛି ଏସଟିଏଫ । ତା ନିକଟରୁ ପ୍ରାୟ ଦେଢ଼ କୋଟି ଟଙ୍କାର ବ୍ରାଉନସୁଗାର ଜବତ କରିଛି ଏସ.ଟି.ଏଫ। ଶିବୁ ପାଖରୁ ୧ କେଜି ୨୨୭ ଗ୍ରାମ ବ୍ରାଉନସୁଗର, ଏକ ପଲସର ବାଇକ ଓ ମୋବାଇଲ ଫୋନ ଜବତ କରିଛି ତଦନ୍ତକାରୀ ସଂସ୍ଥା । ଜବତ ବ୍ରାଉନସୁଗାର ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା ବୋଲି ଜଣା ପଡ଼ିଛି।
ଖବର ଅନୁଯାୟୀ, ବାଲେଶ୍ଵରରୁ ଭୁବନେଶ୍ୱର ଚାଲାଣ ହେଉଥିବା ବେଳେ ପାହାଳ ନିକଟରୁ ବ୍ରାଉନସୁଗାରକୁ ଜବତ କରାଯାଇଛି । ଆହୁରି ମଧ୍ୟ ଜଣା ପଡ଼ିଛି ଶିବୁ ହେଉଛି ଜଣେ ଦୁର୍ଦ୍ଦାନ୍ତ ଅପରାଧି । ତା ନାମରେ ଏକାଧିକ ମାମଲା ରହିଛି । ସେ ବ୍ରାଉନସୁଗାର ସହ ବନ୍ଧୁକ ବ୍ୟବସାୟ କରେ । ବିଶେଷ କରି ଏ ସବୁକୁ ଚୋରାରେ ବିକ୍ରି କରୁଥିଲା ଶିବୁ । ରାଜ୍ୟର ଏକାଧିକ ଜିଲ୍ଲାରେ ତାର ଏଜେଣ୍ଟ କାମ କରୁଛନ୍ତି।
"ଶିବୁ ନାମରେ ୱାଣ୍ଟେଡ଼ ଜାରି ହାଇଥିଲା । ରବିବାର ରାତିରେ ଏକ ବାଇକ ଯୋଗେ ବ୍ରାଉନସୁଗାର ଆଣୁଥିବା ନେଇ ଆମେ ଖବର ପାଇଥିଲୁ। ତେଣୁ ପାହାଳ ନିକଟରେ ଆମେ ଯାଞ୍ଚ କରିବା ପରେ ବ୍ରାଉନସୁଗାର ଜବତ ହୋଇଥିଲା । ଅଭିଯୁକ୍ତ ଶିବୁ ପଶ୍ଚିମବଙ୍ଗ ମୁର୍ସିଦାବାଦରୁ ବ୍ରାଉନସୁଗାର ଆଣି ବାଲେଶ୍ଵର ଦେଇ ଭୁବନେଶ୍ୱର ଆଣୁଥିଲା । ନିଜର ଏଜେଣ୍ଟ ଜରିଆରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟବସାୟ କରୁଥିଲା । ତେଣୁ ତାକୁ ଧରିବା ପାଇଁ ଆମେ ସ୍ୱତନ୍ତ୍ର ନଜର ଥିବାବେଳେ ରବିବାର ତାକୁ ଗିରଫ କରାଯାଇଛି । ଏବେ ତାର ନେଟୱାର୍କରେ କେଉଁମାନେ ଅଛନ୍ତି ସେନେଇ ତଦନ୍ତ କରାଯିବ,"କହିଛନ୍ତି ଏସ.ଟି.ଏଫ ଏସ.ପି ତେଜରାଜ ପଟେଲ ।
ଗତ ଜାନୁୟାରୀ ମାସ ୨୫ତାରିଖରେ ନୟାଗଡ଼ରୁ ୩କିଲୋ ବ୍ରାଉନସୁଗର, ୬୫ଲକ୍ଷ ଟଙ୍କା ଓ ୩ଟି ବନ୍ଧୁକ ଓ ଗୁଳି ଜବତ ହୋଇଥିଲା । ସେହି ଡିଲର ଶିବୁ ଥିଲା ମାଷ୍ଟରମାଇଣ୍ଡ । ଘଟଣା ପରଠୁ ସେ ଫେରାର ଥିଲା । କେବଳ ବ୍ରାଉନସୁଗାର ନୁହେଁ, ଚୋରା ବନ୍ଧୁକ କାରବାର କରିବାରେ ସେ ଥିଲା ଧୁରନ୍ଧର । ବିହାର ମୁଙ୍ଗେରରୁ ବନ୍ଧୁକ ଆଣି ରାଜ୍ୟର ବିଭିନ୍ନ ଅପରାଧିଙ୍କୁ ସେ ଯୋଗାଉଥିଲା । ତା ନାମରେ ପୂର୍ବରୁ ୫ଟି ଅଭିଯୋଗ ରହିଛି । ତେଣୁ ରିମାଣ୍ଡରେ ଆଣି ତାର ଅପରାଧ ଜଗତର ନେଓଟ୍ୱର୍କ ଖୋଳତାଡ କରାଯିବ ବୋଲି ଏସଟିଏଫ୍ ପକ୍ଷରୁ କୁହାଯାଇଛି ।
"ରାଜ୍ୟରୁ ନିଶା କାରବାରକୁ ରୋକିବା ପାଇଁ ଆମେ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛୁ । ୨୦୨୦ରୁ ଏହି ଅପରେସନ ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା ରାଜ୍ୟରୁ ୪୯ କିଲୋ ବ୍ରାଉନସଗୁର, ୮୯କିଲୋ ଗଞ୍ଜେଇ ଓ ୧୨୩ ଜଣ ଅପରାଧିକୁ ଗିରଫ କରାଜାଇଛି," କହିଛନ୍ତି ଏସ.ଟି.ଏଫ ଏସ.ପି ଶ୍ରୀ ପଟେଲ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।