ଅନୁଗୁଳରୁ ବନ୍ଧୁକ ବେପାରୀଙ୍କୁ ଗିରଫ କଲା ଏସଟିଏଫ; ୮ଟି ଦେଶୀ ବନ୍ଧୁକ ଜବତ

ରାଜ୍ୟରେ ଚୋରା ଦେଶୀ ବନ୍ଧୁକ କାରାବର ଘଟଣାର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ ଏସ.ଟି.ଏଫ । ଅନୁଗୁଳ ଜିଲା ଛେଣ୍ଡିପଦା କେରେଜାଙ୍ଗରୁ ୮ଟି ଦେଶୀ ବନ୍ଧୁକ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏସ.ଟି.ଏଫ ।

ଜଣେ ବନ୍ଧୁକ ବେପାରୀକୁ ଗିରଫ କରିଛି ଏସଟିଏଫ (ପ୍ରତୀକାତ୍ମକ ଛବି)

ଜଣେ ବନ୍ଧୁକ ବେପାରୀକୁ ଗିରଫ କରିଛି ଏସଟିଏଫ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଚୋରା ଦେଶୀ ବନ୍ଧୁକ କାରାବର ଘଟଣାର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ ଏସ.ଟି.ଏଫ । ଅନୁଗୁଳ ଜିଲା ଛେଣ୍ଡିପଦା କେରେଜାଙ୍ଗରୁ ୮ଟି ଦେଶୀ ବନ୍ଧୁକ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏସ.ଟି.ଏଫ ।

କ୍ରାଇମବ୍ରାଞ୍ଚ ଏସଟିଏଫ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲା  ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଅଞ୍ଚଳର ରତ୍ନାକର କଲତା(୨୯) । ଗିରଫ ପରେ ତାକୁ କୋର୍ଟ ଚାଲାଣ କରିବା ସହ ତା ନିକଟରୁ ଦେଶୀ ବନ୍ଧୁକ ଓ ଗୁଳି ଜବତ ହୋଇଛି । ପ୍ରଥମିକ ତଦନ୍ତରୁ ଜଣା ପଡ଼ିଛି, ଅଭିଯୁକ୍ତ ରତ୍ନାକର ୪ଟି ଜିଲ୍ଲାର ଅପରାଧିଙ୍କୁ ବେଆଇନ ଭାବେ ବନ୍ଧୁକ ଚୋରା ଚାଲାଣ କରୁଥିଲା ।

"ଗତକାଲି କେରେଜାଙ୍ଗ ନିକଟରେ ରତ୍ନାକର ବନ୍ଧୁକ ଡିଲ କରିବାକୁ ଅପେକ୍ଷା କରିଥିଲା। ଖବର ପାଇ ଆମେ ଅନୁଗୁଳ ଜିଲା ଛେଣ୍ଡିପଦା ପୋଲିସ ସହଯୋଗରେ ଚଢ଼ାଉ କରିଥିଲୁ । ଚଢ଼ାଉ ବେଳେ ବନ୍ଧୁକ ଗୁଳି ଜବତ ହୋଇଛି," କହିଛନ୍ତି ଏସଟିଏଫ ଏସ.ପି ତେଜରାଜ ପଟେଲ ।

ଅଭିଯୁକ୍ତ  ୪ଟି ଜିଲ୍ଲାର ଅପରାଧିଙ୍କୁ ଦେଶୀ ବନ୍ଧୁକକୁ ଯୋଗାଉଥିଲା । ବିଶେଷ କରି ଗଞ୍ଜେଇ ମାଫିଆ ଓ ଖଣି ମାଫିଆ ମାନେ ରତ୍ନାକର ଠାରୁ ବନ୍ଧୁକ କିଣୁଥିଲେ । ପ୍ରତି ବନ୍ଧୁକ ପିଛା ଦର ଥିଲା ୧୦ ରୁ ୧୨ହଜାର ଟଙ୍କା । ସବୁ ବନ୍ଧୁକ ଗୁଡିକ ଥିଲା ହାତ ତିଆରି । ତେଣୁ ଆଖପାଖ ଅଞ୍ଚଳରେ ଦେଶୀ ବନ୍ଧୁକ  କାରଖାନାବିଥିବା ସନ୍ଧେହ କରୁଛି ତଦନ୍ତକାରୀ ଟିମ । ତେଣୁ ଅଭିଯୁକ୍ତ କୁ ରିମାଣ୍ଡରେ ଆଣି ସେ ଦିଗକୁ ତଦନ୍ତ କରାଯିବ ବୋଲି ଏସଟିଏଫ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଏସ.ଟି.ଏଫ ତଥ୍ୟ ଅନୁସାରେ ୨୦୨୦ରୁ ଏବେ ପର୍ଯ୍ୟନ୍ତ ରାଜ୍ୟରୁ ଜବତ ହେଲାଣି ୬୪ଟି ବନ୍ଧୁକ ଓ ୯୮ଟି ଗୁଳି ଜବତ କରିଛି । ଏକାଧିକ ବନ୍ଧୁକ ବେପାରୀ ମଧ୍ୟ ଗିରଫ ହୋଇଛନ୍ତି । ହେଲେ  ଗିରଫ ହୋଇନି ବନ୍ଧୁକ ଚୋରା ରାକେଟର ମାଷ୍ଟରମାଇଣ୍ଡ । ତେଣୁ ଏହି ଦେଶୀ ବନ୍ଧୁକ କାରବାର ଘଟଣାର ପର୍ଦ୍ଦାଫାସ କରିବା ପାଇଁ ସ୍ବତନ୍ତ୍ର ଟିମ ଦ୍ୱାରା ତଦନ୍ତ କରିବାକୁ ଅଣ୍ଟା ଭିଡ଼ିଛି କ୍ରାଇମବ୍ରାଞ୍ଚ ଏସ.ଟି.ଏଫ ।
Published by:Soumya Das
First published: