ବ୍ରାଉନ ସୁଗାର ଚୋରା ଚାଲାଣ ବେଳେ ୨ ଜଣଙ୍କୁ ଗିରଫ କଲା ଏସ ଟି ଏଫ (ପ୍ରତୀକାତ୍ମକ ଛବି)
News18 Odia Digital
ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ନିଶା କାରବାର । ବେପାରୀ ବଦଳାଉଛନ୍ତି ବେପାରର ତରିକା । ସୋମବାର ଢ଼େଙ୍କାନାଳରୁ ପୁଣି କୋଟିଏ ଟଙ୍କାର ବ୍ରାଉନସୁଗର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଗିରଫ ହୋଇଛନ୍ତି ଦୁଇଜଣ ବେପାରୀ । ଉଭୟ ଯାତ୍ରୀ ଭାବେ ବସ ଯୋଗେ ବାଲେଶ୍ୱରରୁ କଟକ ଦେଇ ଢ଼େଙ୍କାନାଳକୁ ବ୍ରାଉନସୁଗର ଆଣିଥିବା ଜଣା ପଡିଛି ।
ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ, ଢ଼େଙ୍କାନାଳ ମୋଟଙ୍ଗା ଥାନାବଳରାମପ୍ରସାଦ ଅଞ୍ଚଳର ରାକେଶ ସାହୁ(୨୭) ଓ ସଦର ଥାନା ସନ୍ତୋଷ ସାହୁ(୩୫) । ଉଭୟଙ୍କ ପାଖରୁ ୧କିଲୋ ୯୦ଗ୍ରାମ ବ୍ରାଉନସୁଗର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ।
“ଆମେ ଖବର ପାଇଥିଲୁ, ଏକ ବସରେ ଦୁଇଜଣ ବ୍ୟକ୍ତି ବ୍ୟାଗ ଭିତରେ କୋଟିଏ ଟଙ୍କାର ବ୍ରାଉନସୁଗର ରଖିଛନ୍ତି । ପରେ ଉଭୟଙ୍କୁ ଆମେ ଯାଞ୍ଚ କରିବା ପରେ ବ୍ରାଉନସୁଗରକୁ ଜବତ କରିଥିଲୁ । ଉଭୟ ଯାତ୍ରୀ ବେଶରେ ବସରେ ବସି ଆଣିଥିଲେ ବ୍ରାଉନସୁଗର । ବାଲେଶ୍ୱରରୁ କଟକ ଦେଇ ଉଭୟ ଆସିଥିଲେ ଢ଼େଙ୍କାନାଳ । ଦୁଇ ଅଭିଯୁକ୍ତ ଯୁବପିଢ଼ୀଙ୍କୁ ଢ଼ାଲ କରି ବ୍ୟବସାୟ କରିବାକୁ ଯୋଜନା କରିଥିଲେ । ଏତେ ପରିମାଣର ବ୍ରାଉସଗୁର କାହା ପାଖରୁ ଆଣିଥିଲେ ସେନେଇ ତଦନ୍ତ ଚାଲିଛି । ଦୁଇ ଅଭିଯୁକ୍ତ କେବେଠାରୁ ଧଳା ଜହର କାରବାର କରୁଥିଲା ତାହା ମଧ୍ୟ ତଦନ୍ତ ପରିସରରେ ରହିଛି,” କହିଛନ୍ତି ଏସଟିଏଫ୍ ଏସପି ତେଜରାଜ ପଟେଲ ।
ଦୁଇ ଅଭିଯୁକ୍ତକୁ ଗିରଫ କରିବା ପରେ ଢ଼େଙ୍କାନାଳ ସଦର ଥାନା ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ମଙ୍ଗଳବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଉଭୟଙ୍କୁ ରିମାଣ୍ଡରେ ଅଣାଯାଇ ଜେରା କରାଯିବ ବୋଲି ତଦନ୍ତକାରୀ ପକ୍ଷରୁ କୁହାଯାଇଛି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।