୧୦ ବର୍ଷ ବିତିଗଲାଣି ହେଲେ ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରେ ଲାଗି ପାରୁନି ଦଶାବତାର ମୂର୍ତ୍ତି

ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ରଙ୍କ କହିବା ଅନୁଯାୟୀ,"ଶ୍ରୀମନ୍ଦିର ସିଂହଦ୍ଵାର ଗୁମୁଟ ଦୀର୍ଘ ୧୦ ବର୍ଷ ହେବ ଫୁଙ୍ଗୁଳା ରହିଛି। ଦଶାବତାର ମୂର୍ତ୍ତି କାଢ଼ି ନେଇଥିବା ଏଏସାଇ ଏଯାବତ ତାହା ଲଗାଇ ନାହିଁ।

୧୦ ବର୍ଷ ବିତିଗଲାଣି ହେଲେ ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରେ ଲାଗି ପାରୁନି ଦଶାବତାର ମୂର୍ତ୍ତି

୧୦ ବର୍ଷ ବିତିଗଲାଣି ହେଲେ ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରେ ଲାଗି ପାରୁନି ଦଶାବତାର ମୂର୍ତ୍ତି

  • Share this:
News18 Odia Digital

ପୁରୀ: ଫୁଙ୍ଗୁଳା ଦିଶୁଛି ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟ। ବାରମ୍ବାର ଦଶାବତାର ମୂର୍ତ୍ତି ସ୍ଥାପନ ନେଇ ଦାବି ପରେ ବି ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବ ନେଇଥିବା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଏହାକୁ କର୍ଣ୍ଣପାତ କରୁନି କି ତିଳେ ମାତ୍ର ଖାତିର କରୁନି।

ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ରଙ୍କ କହିବା ଅନୁଯାୟୀ,"ଶ୍ରୀମନ୍ଦିର ସିଂହଦ୍ଵାର ଗୁମୁଟ ଦୀର୍ଘ ୧୦ ବର୍ଷ ହେବ ଫୁଙ୍ଗୁଳା ରହିଛି। ଦଶାବତାର ମୂର୍ତ୍ତି କାଢ଼ି ନେଇଥିବା ଏଏସାଇ ଏଯାବତ ତାହା ଲଗାଇ ନାହିଁ। ଫଳସ୍ବରୂପ ଦଶାବତାର ମୂର୍ତ୍ତିଙ୍କୁ ନେଇ ଯେଉଁ ମହତ୍ବ ରହିଥିଲା, ତାହା ଧୀରେ ଧୀରେ ଜନମାନସରୁ ଲିଭିଯିବାକୁ ବସିଛି। ଏହା ଅଗଣିତ ଜଗନ୍ନାଥ ପ୍ରେମୀ ତଥା ଭକ୍ତଙ୍କ ଭକ୍ତିଭାବ ପ୍ରତି କୁଠାରାଘାତ କରୁଛି।’’

୨୦୧୨ ମସିହାରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଶ୍ରୀମନ୍ଦିରରୁ ଚୂନ ଛଡ଼ାଇବା ସମୟରେ ସିଂହଦ୍ବାର ଗୁମୁଟରେ ଥିବା ଦଶାବତାର ମୂର୍ତ୍ତି ଭାଙ୍ଗି ଦେଇଥିଲା। ପରେ ଦଶାବତାର ଭାବେ ସିଂହଦ୍ବାର ଗୁମୁଟରେ ପୂଜା ପାଉଥିବା ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମଚନ୍ଦ୍ର, ହଳଧର, ବୁଦ୍ଧ ଓ କଳ୍କୀଙ୍କ ପ୍ରତିମୂର୍ତ୍ତିକୁ ଖୋଲି ଦେଇଥିଲା ପ୍ରତ୍ନତତ୍ତ୍ବ ବିଭାଗ। ୧୩୦୦ ଶତାଦ୍ଦୀର ଏହି ଦଶାବତାର ମୂର୍ତ୍ତିକୁ ପ୍ରତ୍ନତତ୍ତ୍ବ ବିଭାଗ ଲୁଚାଛପାରେ କାଢ଼ି ନେବା ପରେ ବିବାଦ ମୁଣ୍ଡ ଟେକିଥିଲା। ସେବାୟତ, ବୁଦ୍ଧୀଜୀବ, ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ବୋଲି କହିଛନ୍ତି ସେବାୟତ ବିନାୟକ ଦାସ ମହାପାତ୍ର।

ସେହିପରି ହରେକୃଷ୍ଣପୁରର ମୂର୍ତ୍ତି କାରିଗର ମହେନ୍ଦ୍ର ସାମଲ କହିଛନ୍ତି, "ଏଏସଆଇ ସେ ସମୟରେ ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ତତ୍କାଳ ନୂଆ ମୂର୍ତ୍ତି ସ୍ଥାପନ କରିବ ବୋଲି ପ୍ରତ୍ନତତ୍ତ୍ବ ବିଭାଗ ପ୍ରତିଶ୍ରୁତି ଦେଇଥିଲା। ପରେ ମତେ ୨୦୧୨ ମସିହାରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ପୁରୀ ସର୍କଲର ସଂରକ୍ଷଣ ସହକାରୀ ଅଧିକାରୀ ନୂଆ ମୂର୍ତ୍ତି ପାଇଁ ଏକ ଚିଠି (ନଂ-୧/୪/ଆରସିପି/୧୨-୧୩-୪୪୯/୩.୫.୨୦୨୧) କରିଥିଲେ। ଯେଉଁଥିରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଭୁବନେଶ୍ବର ମଣ୍ଡଳର ଅନୁମୋଦନ କ୍ରମେ ଶ୍ରୀମନ୍ଦିରର ଦଶାବତାର ମୂର୍ତ୍ତି ଅବିକଳ ନିର୍ମାଣ କରି ଦେବାକୁ କୁହାଯାଇଥିଲା। ଭଲ ଖାଣ୍ଡେଲାଇଟ୍‌ ପଥରରେ ଏହି ନିର୍ମାଣ କାର୍ଯ୍ୟ କରିବାକୁ କୁହାଯାଇଥିଲା। ୧୦ ଦିନ ଭିତରେ କାମ ସାରିବାକୁ କୁହାଯାଇଥିଲା। ପ୍ରତି ମୂର୍ତ୍ତି ପିଛା ୩ ହଜାର ୫୦୦ ଟଙ୍କା ହିସାବରେ ସମୁଦାୟ ୩୫,୦୦୦ ଟଙ୍କା ଦେବାକୁ କୁହାଯାଇଥିଲା। ଆଦେଶ ମୁତାବକ ମୁଁ ଉଚ୍ଚତା ୨୮ ଇଞ୍ଚ ଓ ମୋଟେଇ ୪ ଇଞ୍ଚର ନୂଆ ଦଶାବତାରର ମୂର୍ତ୍ତି ନିର୍ମାଣ କରି ରଖିଛି। କିନ୍ତୁ ପ୍ରତ୍ନତତ୍ତ୍ବ ବିଭାଗର ଦେଖାନାହିଁ। ଏ ଭିତରେ ଶିଳ୍ପୀ ବହୁବାର ଶ୍ରୀମନ୍ଦିର କାର୍ଯ୍ୟାଳୟଠାରୁ ଆରମ୍ଭ କରି ଭୁବନେଶ୍ବର ପ୍ରତ୍ନତତ୍ତ୍ବ ବିଭାଗ କାର୍ଯ୍ୟାଳୟକୁ ଦୌଡ଼ିଥିଲେ ବି କେହି ମୋ ଅଭିଯୋଗ ଶୁଣିବାକୁ ନାରାଜ। ପ୍ରତ୍ନତତ୍ତ୍ବ ବିଭାଗ ଆନ୍ତରିକତା ଦେଖାଉନଥିବାରୁ ନବନିର୍ମିତ ପ୍ରତିମୂର୍ତ୍ତି ସେହିଭଳି ଆମ ଘରେ ପଡ଼ିରହିଛି।’’

ତେବେ ହାଇ କୋର୍ଟଙ୍କ ପାଖରେ ନବମ ଅବତାରରେ ପୂର୍ବରୁ ଜଗନ୍ନାଥ ରହିବେ କି ବୁଦ୍ଧ ରହିବେ ସେ ନେଇ ମାମଲା ରହିଥିବାରୁ ତା ଉପରେ କିଛି ପଦକ୍ଷେପ ନେଇ ପାରୁନାହୁଁ ବୋଲି କହିଛନ୍ତି ଏଏସଆଇର ପୁରୀରେ ଥିବା ଜୈନିକ ଅଧିକାରୀ।

ପ୍ରକାଶ ଥାଉକି ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ୩୩୧ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ୩୫,୦୦୦ ପାଇଁ କି ଅଦାଲତି ମାମଲା ପାଇଁ ଅଟକି ରହିଛି ଦଶାବତାର ମୂର୍ତ୍ତି ସ୍ଥାପନ।
Published by:Lipina Das
First published: