ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଓଡ଼ିଶାରେ ଏବେ ବାତ୍ୟା ନାହିଁ; ଲଘୁଚାପ ପ୍ରଭାବରେ ୧୭ଯାଏଁ ବର୍ଷା ସମ୍ଭାବନା

ଓଡ଼ିଶାରେ ଏବେ ବାତ୍ୟା ନାହିଁ; ଲଘୁଚାପ ପ୍ରଭାବରେ ୧୭ଯାଏଁ ବର୍ଷା ସମ୍ଭାବନା

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆସନ୍ତା ୧୭ ଯାଏ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ଓଡ଼ିଶାରେ ଏବେ ବାତ୍ୟା ନାହିଁ; ଲଘୁଚାପ ପ୍ରଭାବରେ ୧୭ଯାଏଁ ବର୍ଷା ସମ୍ଭାବନା
ଲଘୁଚାପ ପ୍ରଭାବରେ ୧୭ ଯାଏଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 14, 2021, 6:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆସନ୍ତା ୧୭ ଯାଏ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ଆଜି ଓ ଅସନ୍ତାକାଲି ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇପାରେ। ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏହା ବାତ୍ୟା ରୂପ ନେବ ନାହିଁ।  ଭିଜିବ ଦଶହରା ପର୍ବ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତାକାଲି ଠାରୁ ଦୁଇ ଦିନ ବର୍ଷା ହେବ। ୧୬ ଓ ୧୭ ଉପକୂଳ ଓଡିଶାରେ ପ୍ରବଳ ବର୍ଷିବ। ଆସନ୍ତାକାଲି ୧୯ ଜିଲାରେ ଘଡଘଡି ବିଜୁଳି ସହ ବର୍ଷା ନେଇ ୟେଲୋ ଉଆର୍ନିଂ ଜାରି ହୋଇଛି।

ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଏକ ସମୟରେ ଆଉ ଏକ ଲଘୁଚାପ ଯୋଗୁଁ ବାତ୍ୟା ବିପତ୍ତି ଟଳିଛି ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। ଆସନ୍ତା ୨୪ ଘଣ୍ଟାରେ ଏହା ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ୟପ୍ରଦେଶ ଉପକୂଳରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ଆଜିଠାରୁ କୋହଲା ପାଗ ଦେଖିବାକୁ ମିଳିଥିବାବେଳେ ଆସନ୍ତାକାଲି ଠାରୁ କିଛି କିଛି ସ୍ଥାନରେ ବର୍ଷା ହେବ।



ଆସନ୍ତାକାଲି୧୯ ଜିଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବା ନେଇ ୟେଲୋ ଉଆର୍ନିଂ ଜାରି କରିଛି ପାଣିପାଗ ବିଭାଗ। ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ ରାୟଗଡା ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ସେହିଭଳି ୧୬ ଓ ୧୭ ଦୁଇ ଦିନ ପର୍ଯ୍ୟନ୍ତ ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିବ।

"ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଯାହା ପ୍ରଭାବରେ ପାଗରେ ପରିବର୍ତ୍ତନ ହୋଇଛି। ଆଜି କିଛି ସ୍ଥାନରେ କୋହଲା ପାଗ ଦେଖିବାକୁ ମିଳିଛି। ଆସନ୍ତାକାଲିଠୁ ବର୍ଷା ବଢିବ। ଉପକୂଳ ଜିଲା ଗୁଡିକରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିବ,"କହିଛନ୍ତି ଆଇ.ଏମ.ଡ଼ି ଡିଜି ମୃତ୍ୟଞ୍ଜୟ ମହାପାତ୍ର।

ରାଜ୍ୟକୁ ବାତ୍ୟା ଡର ନାହିଁ। ପୂର୍ବରୁ  ସମୁଦ୍ର ପତନର ତାପମାତ୍ରାକୁ ଦେଖି ପାଗ ବାତ୍ୟା ପାଇଁ ଅନୁକୂଳ ବୋଲି କୁହାଉଥିଲା। କିନ୍ତୁ ଆରବ ସାଗରରେ ସୃଷ୍ଟ ଲଘୁଚାପ ଫଳରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସେତେ ଶକ୍ତିଶାଳୀ ହୋଇପାରିଲା ନାହିଁ। ଏହା ସାଙ୍ଗକୁ ଉର୍ଦ୍ଧ୍ବଗାମୀ ପବନ ଏହାକୁ ବାତ୍ୟାରେ ପରିଣତ କରାଇଲା ନାହିଁ। ବର୍ତ୍ତମାନ ଏହା ୱେଲ ମାର୍କ ଲୋ ପ୍ରେସରରେ ପରିଣତ ହେବ। ଆସନ୍ତାକାଲି କାଁ ଭାଁ ବର୍ଷା ହେବ। ୧୬ ଓ ୧୭ ଦୁଇ ଦିନ ଭଲ ବର୍ଷା ହେବ। ବାଲେଶ୍ଵର, ଭଦ୍ରକ ଓ ମୟୁରଭଞ୍ଜ ରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। ୧୮ ତାରିଖ ପରଠାରୁ ବର୍ଷାର ପରିମାଣ କମିବ। ଏଣୁ ବର୍ତ୍ତମାନର ଲଘୁଚାପରେ ପବନ ନାହିଁ କେବଳ ବର୍ଷା ହେବ।

"ବାତ୍ୟା ଭୟ ନାହିଁ ବର୍ତ୍ତମାନ ଓଡିଶାକୁ। ପୂର୍ବରୁ ବାତ୍ୟା ନେଇ ଆକଳନ କରାଯାଉଥିଲା। କିନ୍ତୁ ଏବେ ଆରବ ସାଗରର ଲଘୁଚାପ ପବନକୁ ବିଭକ୍ତ କରିଛି। ଏହା ସାଙ୍ଗକୁ ଉର୍ଦ୍ଧ୍ବଗାମୀ ପବନ ଅଧିକ ଶକ୍ତିଶାଳୀ କରାଇବାକୁ ଦେଇନି। ଯାହା ଫଳରେ କେବଳ ବର୍ଷା ହେବ। ପବନ କିମ୍ବା ବାତ୍ୟା ଭୟ ନାହିଁ," ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ।

ସେହିଭଳି ସମୁଦ୍ର ମଧ୍ୟରେ ପବନ ଅଧିକ ରହିବା ସହ ଅଶାନ୍ତ ରହିବ ପରିବେଶ। ଏଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି।
Published by: Soumya Das
First published: October 14, 2021, 6:08 PM IST