ରାଜ୍ୟରେ ପାୱାରକଟ ସମସ୍ୟା ନାହିଁ; ଅଘୋଷିତ ପାୱାର କଟ କେବଳ ସାମୟିକ: ଟିପିସିଓଡ଼ିଏଲ

ନିହାତି ମରାମତି କାମ ପାଇଁ ଆବଶ୍ୟକତା ନ ଥିଲେ ଏଥର ପାୱାରକଟ୍ ହେବ ନାହିଁ । ଖରାଦିନରେ ବିଦ୍ୟୁତ୍କାଟ ନ କରିବା ପାଇଁ ଟାଟା ପାୱାର ସେଂଟ୍ରାଲ ଓଡ଼ିଶା ଡ଼ିଷ୍ଟ୍ରିବ୍ୟୁସନ ଲିମିଟେଡ଼ ଟିପିସିଓଡ଼ିଏଲ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ରାଜ୍ୟରେ ପାୱାରକଟ ସମସ୍ୟା ନାହିଁ ବୋଲି ଟିପିସିଓଡ଼ିଏଲ କହିଛି (ପ୍ରତୀକାତ୍ମକ ଛବି)

ରାଜ୍ୟରେ ପାୱାରକଟ ସମସ୍ୟା ନାହିଁ ବୋଲି ଟିପିସିଓଡ଼ିଏଲ କହିଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ନିହାତି ମରାମତି କାମ ପାଇଁ ଆବଶ୍ୟକତା ନ ଥିଲେ ଏଥର ପାୱାରକଟ୍ ହେବ ନାହିଁ । ଯଦି କୌଣସି ସ୍ଥାନରେ ପାୱାର କଟ୍ ହେଉଥାଏ, ତେବେ ତାହା ସାମୟିକ ଓ ଲୋ ଭୋଲଟେଜ୍‌କୁ ମରାମତି କରିବା ପାଇଁ ଆବଶ୍ୟକତା କାରଣରୁ ପାୱାରକଟ୍ କରାଯାଉଛି । ମୋଟ ଉପରେ ଏଥର ଖରାଦିନରେ ବିଦ୍ୟୁତ୍‌କାଟ ନ କରିବା ପାଇଁ ଟାଟା ପାୱାର ସେଂଟ୍ରାଲ ଓଡ଼ିଶା ଡ଼ିଷ୍ଟ୍ରିବ୍ୟୁସନ ଲିମିଟେଡ଼ ଟିପିସିଓଡ଼ିଏଲ  ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ଖରା ଦିନରେ ବି ହେଉଛି ପାୱାରକଟ୍ । ବିନା ସୂଚନାରେ ଘଣ୍ଟା ଘଣ୍ଟା ଧରି ପାୱାରକଟ୍ କରାଯାଉଛି । ନିହାତି ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ଓ ରାଜଧାନୀ ଭୁବନେଶ୍ୱରରେ ବି ଏଭଳି ସ୍ଥିତି । ଆଗକୁ ଏହି ସମସ୍ୟା ଜଟିଳ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏଭଳି ସମୟରେ ପାୱାରକଟ୍ ନେଇ ଆଶ୍ୱସନା ରଖିଛନ୍ତି ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡ଼ିଷ୍ଟ୍ରିବ୍ୟୁସନ ଲିମିଟେଡ଼ ଟିପିସିଓଡ଼ିଏଲର ମୁଖ୍ୟ ଅପରେସନ ସେବା ଅଧିକାରୀ ରାଜକୁମାର ରସ୍ତୋଗି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରସ୍ତୋଗି କହିଛନ୍ତି,"୨୪ ଘଣ୍ଟା ନିରବିଚ୍ଛିନ୍ନ ବିଦ୍ୟୁତ୍ ଶକ୍ତି ଯୋଗାଣ ପାଇଁ ଟିପିସିଓଡ଼ିଏଲ ସଂକଳ୍ପବଦ୍ଧ । ଏଥିପାଇଁ ବିଶେଷ ବ୍ୟବସ୍ଥା କରାଯାଉଛି । ୮ଟି ମୋବାଇଲ ଟିମ୍‌କୁ ରେଡ଼ି କରି ରଖାଯାଇଛି । ଟ୍ରାନ୍ସଫରମର କାରଣରୁ ଲୋ ଭୋଲଟେଜ୍ ଉପୁଜିଲେ ଏହି ସମସ୍ୟା ସାମ୍ନାକୁ ଆସୁଛି । ତେଣୁ ସେ କ୍ଷେତ୍ରରେ ଟ୍ରାନ୍ସଫରମର ବଦଳାଇବା ପାଇଁ ବ୍ୟବସ୍ଥା କରାଯାଉଛି। ବିଭିନ୍ନ ସ୍ଥାନରେ ବିଜୁଳି ଚୋରି ରୋକିବା ସହିତ ଯେଭଳି ବିଦ୍ୟୁତ୍‌ଶକ୍ତି ଅପଚୟ ନ ହୁଏ ତାହା ଉପରେ ଗୁୁରୁତ୍ୱ ଦିଆଯାଉଛି । ମୋଟ ଉପରେ କହିବାକୁ ଗଲେ ଏଥର ଖରାଦିନରେ ନିଜ ବିଜୁଳି ଯୋଗାଣ କ୍ଷେତ୍ର ଭିତରେ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ସେମାନେ ସଂକଳ୍ପବଦ୍ଧ"।

ସେହିଭଳି ଟିପିସିଓଡ଼ିଏଲର ସିଇଓ ଏମ୍‌. ସେନ୍‌ବାଗମ୍ କହିଛନ୍ତି,"ବିଦ୍ୟୁତଶକ୍ତି ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା କାହା ଉପରେ ନିର୍ଭରଶୀଳ ନୁହେଁ । ଜଳବିଦ୍ୟୁତ୍ ଓ ତାପଜବିଦ୍ୟୁତ୍ କ୍ଷେତ୍ରରେ ଓଡ଼ିଶା ସେଭଳି ବିଦ୍ୟୁତ୍‌ଶକ୍ତି ଅଭାବର ସମ୍ମୁଖୀନ ହେଉନାହିଁ । ତେବେ ଯାହା କିଛି ସମସ୍ୟା ଉପୁଜୁଛିତାହା ସାମୟିକ । ବିଦ୍ୟୁତ୍‌ଶକ୍ତି ଚୋରି ରୋକିବା ପାଇଁ ବିଦ୍ୟୁତ୍‌ଯୋଗାଣ କ୍ଷେତ୍ରରେ ଅନେକ ସଂସ୍କାରମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଶେଷକରି ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଭାବେ ପରିଚିିତି ଲାଭ କରିଥିବା ବେଳେ ଟିପିସିଓଡ଼ିଏଲ ପକ୍ଷରୁ ବିଦ୍ୟୁତ୍ ଯୋଗାଣ କ୍ଷେତ୍ରରେ ଅଭିନବ ବ୍ୟବସ୍ଥାକୁ ହାତକୁ ନିଆଯାଇଛି । ବିଶେଷକରି ଉପକୂଳ ଜିଲ୍ଲାଗୁଡ଼ିକରେ ବାତ୍ୟାଭଳି ସ୍ଥିତି ଉପୁଜୁଥିବାରୁ ନୂଆ ନୂଆ କାରିଗରୀ ଜ୍ଞାନକୌଶଳ ପ୍ରୟୋଗ ଉପରେ ଗୁରୁତ୍ୱ ଦିଆଯାଉଛି । ହେଭି ବିଜୁଳିଶକ୍ତି ଯୋଗାଣ ହେଉଥିବା ଖୁଣ୍ଟଗୁଡ଼ିକର ସାମର୍ଥକୁ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି"।

ଏଥିସହିତ ଟିପିସିଓଡ଼ିଏଲ ପକ୍ଷରୁ ଯୋଗାଇ ଦିଆଯାଉଥିବା ମିଟରଗୁଡ଼ିକ ଆଦୌ ତ୍ରୁଟିପୂର୍ଣ୍ଣ ନୁହେଁ, ବରଂ ଏକାଧିକ ପରୀକ୍ଷଣ ପରେ ଏହାକୁ ଗ୍ରାହକଙ୍କ ବ୍ୟବହାର ପାଇଁ ଯୋଗାଇ ଦିଆଯାଉଛି । ଯଦି ସେଭଳି କିଛି ତ୍ରୁଟି ଆସେ ତାହା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ଟାଟା ପାୱାରର ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ବିଦ୍ୟୁତ ଉପଭୋକ୍ତା ମହାସଂଘ ଓ ଗ୍ରାହକ। ସେମାନଙ୍କ ମତରେ ଏଭଳି ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ଏହାକୁ ନୀତିଗତ ଭାବରେ କାର୍ଯ୍ୟ କରିବା ଉଚିତ।
Published by:Soumya Das
First published: