ନବ ବିବାହିତଙ୍କୁ ଉପହାର ଦେବେ ରାଜ୍ୟ ସରକାର; ପ୍ୟାକେଟରେ ରହିବ କଣ୍ଡୋମ ଓ ପ୍ରେଗନେନ୍ସି ଟେଷ୍ଟିଂ କିଟ

ନବ ବିବାହିତଙ୍କୁ ରାଜ୍ୟ ସରକାର ଦେବେ ନୂଆ ଉପହାର। ଏହି ପ୍ୟାକେଟ୍‌ରେ କଣ୍ଡୋମ୍‌, ଓରାଲ୍‌ କଣ୍ଟ୍ରାସେପଟିକ ପିଲ୍‌, ପ୍ରେଗନେନ୍ସି ଟେଷ୍ଟିଂ କିଟ୍‌ ସହ ପରିବାର ନିୟୋଜନ ସମ୍ପର୍କରେ ସୂଚନା ଥିବା ପୁସ୍ତକ ରହିବ।

ନବ ବିବାହିତଙ୍କୁ ଉପହାର ଦେବେ ରାଜ୍ୟ ସରକାର (ପ୍ରତୀକାତ୍ମକ ଛବି)

ନବ ବିବାହିତଙ୍କୁ ଉପହାର ଦେବେ ରାଜ୍ୟ ସରକାର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ନବ ବିବାହିତଙ୍କୁ ରାଜ୍ୟ ସରକାର ଦେବେ ନୂଆ ଉପହାର। ସେମାନଙ୍କ ସୁରକ୍ଷା ପାଇଁ ସରକାର ଏହି ଉପହାର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରିବାର ନିୟୋଜନ ପାଇଁ ଏଭଳି ସ୍ୱତନ୍ତ୍ର ଉପହାର ଦିଆଯିବ।

ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଏହି ଯୋଜନା ଆରମ୍ଭ କରିବ। ଜିଲ୍ଲା ଓ ବ୍ଲକ ସ୍ତରରେ ଏହା ବାଣ୍ଟିବାକୁ ନିଷ୍ପତ୍ତି ହୋଇଛି ବୋଲି NRHM ଦର୍ଶାଇଛି।

ଏହି ପ୍ୟାକେଟ୍‌ରେ କଣ୍ଡୋମ୍‌, ଓରାଲ୍‌ କଣ୍ଟ୍ରାସେପଟିକ ପିଲ୍‌, ପ୍ରେଗନେନ୍ସି ଟେଷ୍ଟିଂ କିଟ୍‌ ସହ ପରିବାର ନିୟୋଜନ ସମ୍ପର୍କରେ ସୂଚନା ଥିବା ପୁସ୍ତକ ରହିବ। ତା’ସହ ବିବାହ ପଞ୍ଜୀକରଣ ଫର୍ମ, ଟାୱେଲ, ଆଇନା, ପାନିଆ ଭଳି ଜିନିଷ ମଧ୍ୟ ରହିବ।

ଆସନ୍ତା ସେପ୍ଟେମ୍ବରରୁ ଏହି ଯୋଜନା ଲାଗୁ ହେବ। ଏହି ଯୋଜନା କାର୍ଯ୍ୟକାରୀ ପାଇଁ ରାଜ୍ୟ ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି।
Published by:Soumya Das
First published: