News18 Odia Digital
ଭୁବନେଶ୍ୱର: କରୋନା କାଳରେ ସଙ୍କଟରେ ରାଜ୍ୟ ଅର୍ଥନୀତି ଦୁର୍ବଳ ହୋଇ ପଡିଛି । ଦୁର୍ବଳ ଅର୍ଥନିତିକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ଏବେ ଋଣ ଏକ ମାତ୍ର ଭରସା ବୋଲି କୁହାଯାଉଛି । ଜିଏସଟି କ୍ଷତି ପୂରଣ ବାବଦରେ ଅର୍ଥ କେନ୍ଦ୍ରକୁ ଦେବା ପରିବର୍ତ୍ତେ ରାଜ୍ୟକୁ ଋଣ କରିବାକୁ ପଡିବ । ତେବେ ଏହି ଋଣ ରାଜ୍ୟ ଖାତାରେ ପଡିବ ନାହିଁ ବରଂ କେନ୍ଦ୍ରର ସେସ୍ ଅର୍ଥରୁ ଋଣ ପରିଶୋଧ ହେବ । ୬୮ ହଜାର ୮୨୫ କୋଟି ଋଣ ଆଣିବାର ଅନୁମତି ମିଳିଥିବା ବେଳେ ଓଡିଶାର ଭାଗ ହେଉଛି ୨୮୫୮ କୋଟି ।
ଓଡ଼ିଶା ସରକାର କେଉଁ କ୍ଷେତ୍ରରେ ଏହାକୁ ବିନିଯୋଗ କରିବେ ସେଇ ଆଲୋଚନା କରୁଛି ବିଜେଡି କହିଥିବା ବେଳେ ବିଜେପି କହିଛ ରାଜ୍ୟ ଅର୍ଥନିତି ଏହା ଦ୍ବାରା ସୁଦୃଢ଼ ହେବ । କଂଗ୍ରେସ କହିଛି ସାମ୍ବିଧାନିକ ଅଧିକାରର ବଞ୍ଚିତ ହେଲେ ରାଜ୍ୟ ସରକାର । ଜିଏସଟି କ୍ଷତିପୂରଣ ବାବଦ ଅର୍ଥ ପାଇବାକୁ ଓଡିଶା ଋଣ କରିବ । ଖୋଲା ବଜାରରୁ ୨୮୫୮କୋଟି ଟଙ୍କା ଋଣ କରିବେ ରାଜ୍ୟ ସରକାର । କୋଭିଡ ୧୯ ମହାମାରୀ ପ୍ରଭାବରେ କେନ୍ଦ୍ର ସରକାର ରାଜ୍ୟକୁ ଜିଏସଟି କ୍ଷତିପୂରଣ ଦେବାକୁ ଅସମର୍ଥ ହେବାରୁ ଖୋଲା ବଜାରରୁ ଋଣ କରିବା ପାଇଂ ରାଜ୍ୟ ଗୁଡିକୁ ପରାମର୍ଶ ଦେଇଥିଲେ ।
ଓଡ଼ିଶା ସମେତ ୨୦ଟି ରାଜ୍ୟ ଏଥିରେ ରାଜି ହୋଇଥିବା ବେଳେ ଏଥିପାିଁ ୬୮୮୨୫ କୋଟି ଟଙ୍କା ଋଣ ପାଇଁ ଅର୍ଥମନ୍ତ୍ରଣାଳୟ ଅନୁମତି ଦେଇଛି । ଏଥିରୁ ଓ଼ଡିଶାର ଭାଗ ହେଉଛି ୨୮୫୮ କୋଟି ଟଙ୍କା । ରାଜ୍ୟ ଗୁଡିକ ନିଜ ରାଜ୍ୟର ମୋଟ ଜିଏସଡିପିର ୦.୫ ପ୍ରତିଶତ ମୂଲ୍ୟର ଋଣ ଆଣିବାର ପ୍ରାବଧାନ ରହିଛି । ଅବଶ୍ୟ ଏହି ଋଣ ରାଜ୍ୟ ସରକାରଙ୍କ ଖାତାରେ ଚଢି଼ବ ନାହିଁ । କେନ୍ଦ୍ର ସରକାର ଏଥିରେ ଗ୍ୟାରେଣ୍ଟର ରହିବା ସହ କେନ୍ଦ୍ର ଠାରୁ ସେସ ବାବଦ ରାଶୀ ମିଳିବା ପରେ ରାଜ୍ୟ ଗୁଡିକ ଏହାର ପରିଶୋଧ କରିବେ ।
ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି କେବେ ଅଣାଯିବ ଓ କେଉଁ କ୍ଷେତ୍ରରେ ଖର୍ଚ୍ଚ ହେବ ତାହାକୁ ନେଇ ଚାଲିଛି ବିଚାର ବିମର୍ଶ । ବିଜେପି ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ କହିଛନ୍ତି ଏକ ଅଭାବନୀୟ ସ୍ଥିତିକୁ ଦେଖି ଏହି ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର ଏହା ସ୍ୱାଗତଯୋଗ୍ୟ । ପୂରଣ ରାଶି ପାଇବା ଲାଗି କେନ୍ଦ୍ର ରାଜ୍ୟ ମାନଙ୍କୁ ଦୁଇଟି ପ୍ରସ୍ତାବ ଦେଇଥିଲା । ପ୍ରଥମ ପ୍ରସ୍ତାବ ଥିଲା ୧.୧ ଲକ୍ଷ କୋଟି ଟଙ୍କାର ଋଣ ଓ ଦ୍ୱିତୀୟ ପ୍ରସ୍ତାବ ଥିବା ୧.୩୫ ଲକ୍ଷ ଟଙ୍କା ଋଣ ନେଇପାରିବେ । ପ୍ରଥମ ପ୍ରସ୍ତାବରେ ସର୍ତ୍ତ ଥିଲା ରାଜ୍ୟ ଖାତାରେ ଏହି ଋଣ ପରିଶୋଧ ହେବ ନାହିଁ ଏବଂ କେନ୍ଦ୍ର ଠାରୁ ସେସ ମିଳିବା ପରେ ରାଜ୍ୟଗୁଡିକ ଋଣ ପରିଶୋଧ କରିବେ । ଏଥିପାଇଁ ସୁଧ ଦେବାକୁ ପଡିବ ନାହିଁ ।
କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, "ଜିଏସଟି କ୍ଷତି ପୂରଣ ସାମ୍ବିଧାନିକ ଅଧିକାର ଥିବା ବେଲେ ରାଜ୍ୟ ମାନେ ଋଣ କରିବା ଏହାର ଉଲଙ୍ଘନ । ୨୦୨୦-୨୧ ଆର୍ଥିକ ବର୍ଷର ଏପ୍ରିଲରୁ ଜୁଲାଇ ମାସ ପର୍ୟ୍ୟନ୍ତ ୭୦୯୧ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ବେଳେ ୩୬୪୭ କୋଟି ଟଙ୍କା ଜିଏସଟି କ୍ଷତିପୂରଣ ମଳିବା କଥା ଯାହା ମିଳିନାହଁ ।୨୦୧୯-୨୦ ଆର୍ଥିକ ବର୍ଷରେ ଜିଏସଟି କ୍ଷତି ପୂରଣ ବାବଦକୁ ୫୩୫୬କୋଟି ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ୫୧୨୨ କୋଟି ମିଳିଛି ୨୩୪ କୋଟି ବକେୟା ରହିଛି । ୨୦୧୮-୧୯ ବର୍ଷରେ ୪୨୨୧ କୋଟି ଟଙ୍କା କ୍ଷତିପୂରଣ ଧାର୍ଯ ହୋଇଥିବା ବେଳେ ୩୭୮୫ କୋଟି ମିଳିଛି ୪୫୬ କୋଟି କେନ୍ଦ୍ର ଉପରେ ବକେୟା ରହିଛି ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।