News18 Odia Digital
ଭୁବନେଶ୍ୱର: ୟୁକ୍ରେନରୁ ଓଡ଼ିଆଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ IPS ରବିକାନ୍ତଙ୍କୁ ନୋଡ଼ାଲ ଅଫିସରର ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ ହେଲ୍ପଲାଇନ ନଂ ମଧ୍ୟ ଜାରି କରାଯାଇଛି।
ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ଲାଗି ସ୍ୱତନ୍ତ୍ର ସହାୟତା ସେଲ୍ ଜାରି ହୋଇଛି। ଦିଲ୍ଲୀ ସ୍ଥିତ ଓଡ଼ିଶା ରେସିଡେଣ୍ଟ କମିଶନରଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସହାୟତା ସେଲ୍ କରାଯାଇଛି। ଏହି ସେଲ୍ ବିଦେଶ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସହ ସମନ୍ୱୟ ରଖିବ। ମୋବାଇଲ/ ହ୍ୱାଟ୍ସଆପ୍ ନମ୍ବର-୮୫୨୭୫୮୦୨୪୫, ଲ୍ୟାଣ୍ଡ ଲାଇନ୍ ନମ୍ବର- ୦୧୧-୨୩୦୧୨୭୫୧, ଇମେଲ୍- re.odisha@gmail.com/ resem-or@aic.in ଜାରି ହୋଇଛି।
ଅନ୍ୟପଟେ ସେଠାରୁ ସମସ୍ତ ଓଡ଼ିଆଙ୍କ ସ୍ଥାନାନ୍ତରକୁ ନେଇ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର। ୟୁକ୍ରେନରୁ ଉଦ୍ଧାର ପାଇଁ ସମସ୍ତ ଖର୍ଚ୍ଚ ବହନ କରିବ ରାଜ୍ୟ ସରକାର। ଦିଲ୍ଲୀ ସ୍ଥିତ ଓଡ଼ିଶା ରେସିଡେଣ୍ଟ କମିଶନରଙ୍କ କାର୍ଯ୍ୟାଳୟ ସହ ସମ୍ପର୍କ ରଖିବାକୁ SRCଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଥିଲେ। ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଏବଂ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଲାଗି କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।