ପଞ୍ଚାୟତ ନିର୍ବାଚନ: ସଂରକ୍ଷଣ ସମ୍ପର୍କିତ ବିଜ୍ଞପ୍ତି ପ୍ରତ୍ୟାହାର କଲେ ରାଜ୍ୟ ସରକାର

ନିଜର ଆଭିମୁଖ୍ୟ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ବୁଧବାର ଦିନ ରାଜ୍ୟ ସରକାର ନିର୍ବାଚନରେ ସଂରକ୍ଷଣ ସମ୍ପର୍କିତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବା ନେଇ କୋର୍ଟଙ୍କୁ ଅବଗତ କରାଇଛନ୍ତି ।

ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର କଲେ ରାଜ୍ୟ ସରକାର (ପ୍ରତୀକାତ୍ମକ ଛବି)

ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର କଲେ ରାଜ୍ୟ ସରକାର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କଟକ: ଆଗାମୀ ପଞ୍ଚାୟତ ନିର୍ବାଚନରେ ରାଜ୍ୟ ସରକାର ଧାର୍ଯ୍ୟ କରିଥିବା ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବିଭିନ୍ନ ସ୍ତରରେ ବିରୋଧ କରାଯିବା ଓ ଏନେଇ ହାଇକୋର୍ଟରେ ମାମଲା ଦାୟର ହେବା ପରେ ନିଜର ଆଭିମୁଖ୍ୟ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର ।

ହାଇକୋର୍ଟରେ ଦାୟର ହୋଇଥିବା ଏହି ସମ୍ପର୍କିତ ମାମଲାଗୁଡ଼ିକର ଶୁଣାଣି ସମୟରେ ବୁଧବାର ଦିନ ରାଜ୍ୟ ସରକାର ନିର୍ବାଚନରେ ସଂରକ୍ଷଣ ସମ୍ପର୍କିତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବା ନେଇ କୋର୍ଟଙ୍କୁ ଅବଗତ କରାଇଛନ୍ତି ।

ଏହା ସହିତ ଆସନ୍ତା 27 ତାରିଖ ସୁଦ୍ଧା ସଂରକ୍ଷଣ ନେଇ ସାନି ବିଜ୍ଞପ୍ତି ଜାରି କରାଯିବ ଓ ମାର୍ଚ୍ଚ ୮ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ସରକାର କୋର୍ଟଙ୍କୁ ଅବଗତ କରାଇଛନ୍ତି । ଏହା ବ୍ୟତିତ ଜାରି ହେବାକୁ ଥିବା ସାନି ବିଜ୍ଞପ୍ତି ବାବଦରେ ଜାନୁଆରୀ ୩ ତାରିଖ ସୁଦ୍ଧା ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇ ଜାନୁଆରୀ ୫ ତାରିଖ ସୁଦ୍ଧା ସମସ୍ତ ଆପତ୍ତି ଅଭିଯୋଗର ସମାଧାନ କରି ଜାନୁଆରୀ ୭ ତାରିଖରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଚୂଡାନ୍ତ ତାଲିକା ପ୍ରଦାନ କରିବା ସହ ଜାନୁଆରି ୮ ତାରିଖ ଦିନ ବିଦ୍ଧିବଦ୍ଧ ବିଜ୍ଞପ୍ତି ଜାରି କରାଯିବ ବୋଲି ମଧ୍ୟ ସରକାର କୋର୍ଟଙ୍କୁ ଜଣାଇଛନ୍ତି ।

"ଶୁଣାଣି ସମୟରେ ସମସ୍ତ ପକ୍ଷ କୋର୍ଟରେ ଉପସ୍ଥିତ ଥିଲେ । ଏହା ସହ ରାଜ୍ୟ ନିର୍ବାଚନ କମିଶନ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶ ଶୁଣିଛନ୍ତି ଓ କୋର୍ଟଙ୍କୁ ମଧ୍ୟ ସେ ନିଜର ମତାମତ ଦେଇଛନ୍ତି । ସମ୍ବିଧାନର ନିୟମ ଅନୁଯାଇ ମାର୍ଚ୍ଚ ୮ ତାରିଖ ପୂର୍ବରୁ ନିର୍ବାଚନ ସୁରୁଖୁରୁରେ ସମ୍ପର୍ଣ୍ଣ କରାଯାଇ ପାରିବ ସେ ନେଇ ସମସ୍ତ ପକ୍ଷ କୋର୍ଟଙ୍କୁ ପ୍ରତିଶୃତି ଦେଇଛନ୍ତି," କହିଛନ୍ତି ଆବେଦାନକାରୀଙ୍କ ଓକିଲ ଶୁକାନ୍ତ ଦଳେଇ ।
Published by:Soumya Das
First published:
)}