Lumpy skin disease; ‘ଲମ୍ପି ସ୍କିନ’ ସଂକ୍ରମଣକୁ ନେଇ ଆଗୁଆ ସତର୍କ ସୂଚନା ଜାରି କଲେ ରାଜ୍ୟ ସରକାର

ଦେଶର ୧୨ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଲମ୍ପି ଚର୍ମ ରୋଗ ଏହାର ପାଦ ବିସ୍ତାର କରିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି ।

‘ଲମ୍ପି ସ୍କିନ’ ସଂକ୍ରମଣକୁ ନେଇ ଆଗୁଆ ସତର୍କ ସୂଚନା ଜାରି କଲେ ରାଜ୍ୟ ସରକାର

‘ଲମ୍ପି ସ୍କିନ’ ସଂକ୍ରମଣକୁ ନେଇ ଆଗୁଆ ସତର୍କ ସୂଚନା ଜାରି କଲେ ରାଜ୍ୟ ସରକାର

  • News18 Odia
  • Last Updated :
  • Share this:
News 18 Odia Digital

Lumpy skin disease : ଦେଶ ପାଇଁ ଏକ ନୂଆ ବିପଦ ଦେଖାଦେଇଛି । କରୋନା ମହାମାରୀ ପରେ ବର୍ତ୍ତମାନ ଲମ୍ପି ଚର୍ମ ରୋଗ ସାରା ଦେଶରେ ବ୍ୟାପିବାରେ ଲାଗିଛି । ଫଳସ୍ୱରୂପ, ବର୍ତ୍ତମାନ ଦେଶର ୧୨ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଲମ୍ପି ଚର୍ମ ରୋଗ ଏହାର ପାଦ ବିସ୍ତାର କରିଛି ଓ ଏହି ରାଜ୍ୟଗୁଡିକରେ ୧୧ ଲକ୍ଷରୁ ଅଧିକ ଗାଈ ଗୋରୁ ଏପର୍ଯ୍ୟନ୍ତ ଏହି ଭାଇରସ ଦ୍ବାରା ସଂକ୍ରମିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି । ଏଥି ପାଇଁ ରାଜ୍ୟ କୃଷି,ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ରଣେନ୍ଦ୍ର ପତ୍ରାପ ସ୍ୱାଇଁ ସମସ୍ତ ଜିଲ୍ଲାର ସିଡିଭିଓ (CDVO)ଙ୍କୁ ସଜାଗ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।



ମନ୍ତ୍ରୀ କହିଛନ୍ତି ଯେ ଲମ୍ପି ଚର୍ମ ରୋଗର କୌଣସି ଲକ୍ଷଣ ପଶୁମାନଙ୍କ ମଧ୍ୟରେ ଦେଖାଗଲେ ତୁରନ୍ତ ମତ୍ସ୍ୟ ଓ ପଶୁପାଳନ ବିଭାଗକୁ ଜଣେଇବା ପାଇଁ ଯାହା ଦ୍ଵାରା ଉଚିତ ପଦକ୍ଷେପ ନିଆଯାଇପାରିବ । ପଶୁପାଳନ କରୁଥିବା ଚାଷୀମାନଙ୍କୁ କହିଛନ୍ତି ଯେ ଭୟଭୀତ ନ ହୋଇ ସତର୍କ ଓ ସଜାଗ ରହିବାକୁ ମଧ୍ୟ କହିଛନ୍ତି ।

ଲମ୍ପି ଚର୍ମ ରୋଗ ଓଡ଼ିଶାରେ ୨୦୧୯ ମସିହାରେ ଦେଖାଯାଇଥିଲା । ସେତେବେଳେ ମତ୍ସ୍ୟ ଓ ପଶୁପାଳନ ବିଭାଗ ତରଫରୁ ଉଚିତ ପଦକ୍ଷେପ ନିଆଯାଇ ଯାଇଥିଲା । ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ଵ ପ୍ରାଣୀଙ୍କୁ ଟୀକାକରଣ କରାଯାଇଥିଲା ।

୪୯ ହଜାରରୁ ଅଧିକ ଗୋରୁଙ୍କ ମୃତ୍ୟୁ

ରାଜସ୍ଥାନ ଓ ଗୁଜୁରାଟର ସୀମାନ୍ତରେ ଦେଶରେ ଲମ୍ପି ସ୍କିନର ପ୍ରଥମ ରୋଗ ହୋଇଥିଲା । ଏହା ପରେ, କିଛି ମାସ ମଧ୍ୟରେ, ଏହି ଭାଇରସ ଦେଶର ୧୨ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟାପିଯାଇଥିଲା । କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ବିଭାଗର ମନ୍ତ୍ରୀ ସଞ୍ଜୀବ କୁମାର ବାଲିୟାନଙ୍କ ଦ୍ବାରା ସେୟାର ହୋଇଥିବା ସୂଚନା ଅନୁଯାୟୀ ଦେଶର ୧୨ଟି ରାଜ୍ୟର ୧୬୫ଟି ଜିଲ୍ଲାରେ ଏହି ଭୂତାଣୁ ଚିହ୍ନଟ ହୋଇଛି । ଏଥି ସହିତ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଏହି ଜୀବାଣୁ ଯୋଗୁଁ ୪୯,୬୮୨ ଗୋରୁଙ୍କର ମୃତ୍ୟୁ ଘଟିଛି ।

ଦେଶରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଗୁଜୁରାଟ, ହିମାଚଳ ପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଜାମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ, ହରିୟାଣା, ମହାରାଷ୍ଟ୍ର ଓ ଗୋଆରୁ ଦେଶରେ ଏହି ଭୂତାଣୁ ମାମଲା ଏପର୍ଯ୍ୟନ୍ତ ରିପୋର୍ଟ ହୋଇଛି । ସେଥିମଧ୍ୟରୁ ରାଜସ୍ଥାନ, ଗୁଜୁରାଟ ଓ ହରିୟାଣା ଲମ୍ପି ଚର୍ମ ରୋଗରେ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟମାନଙ୍କ ମଧ୍ୟରେ ଅଛନ୍ତି ।

ଲମ୍ପି ଚର୍ମ ରୋଗରୁ ଗୋରୁକୁ ବଞ୍ଚାଇବା ପାଇଁ ସାରା ଦେଶରେ ମିଶନ ମୋଡରେ ଟୀକାକରଣ ଅଭିଯାନ ଚାଲିଛି । ଏହି ବିଷୟରେ ସୂଚନା ଦେଇ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ବିଭାଗର କେନ୍ଦ୍ର ମନ୍ତ୍ରୀ ସଞ୍ଜୀବ କୁମାର ବାଲିୟାନ କହିଛନ୍ତି ଯେ ଏହି ରୋଗ ବିସ୍ତାରକୁ ରୋକିବା ପାଇଁ ଅନେକ ରାଜ୍ୟରେ ଗୋଟା ପକ୍ସ ଟିକା ଦିଆଯାଉଛି।
Published by:Sujit Swain
First published: