ସେଲ୍ଫଫାଇନାନ୍ସିଂ ପାଠ୍ୟକ୍ରମକୁ ୨୦%ରେ ସୀମିତ ରଖିବା ନିଷ୍ପତ୍ତି ବଦଳାଇଲେ ରାଜ୍ୟ ସରକାର

ରାଜ୍ୟରେ ସେଲଫ୍ ଫାଇନାନ୍ସିଂ କୋର୍ସ ଲାଗୁ ପ୍ରସଙ୍ଗ ନେଇ ମତ ବଦଳାଇଛି ଉଚ୍ଚଶିକ୍ଷା ବିଭାଗ। ସମସ୍ତ ବିଶ୍ୱବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସିଂ କୋର୍ସ କୁ ୨୦%ରେ ସୀମିତ ରଖିବା ନିଷ୍ପତିକୁ ଉଚ୍ଚଶିକ୍ଷା ବିଭାଗ ପ୍ରତ୍ୟାହାର କରିଛି।

ସେଲ୍ଫଫାଇନାନ୍ସିଂ ପାଠ୍ୟକ୍ରମକୁ ୨୦%ରେ ସୀମିତ ରଖିବା ନିଷ୍ପତ୍ତି ବଦଳାଇଲେ  ରାଜ୍ୟ ସରକାର (ପ୍ରତୀକାତ୍ମକ ଛବି)

ସେଲ୍ଫଫାଇନାନ୍ସିଂ ପାଠ୍ୟକ୍ରମକୁ ୨୦%ରେ ସୀମିତ ରଖିବା ନିଷ୍ପତ୍ତି ବଦଳାଇଲେ ରାଜ୍ୟ ସରକାର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଗୋଟିଏ ଦିନରେ ଦୁଇ ଦୁଇଟି ବଡ଼ ନିଷ୍ପତ୍ତି ନେଇଛି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ। ଗୋଟିଏ ପଟେ ଉଚ୍ଚଶିକ୍ଷାନୁଷ୍ଠାନ ପାଇଁ ଖରା ଛୁଟି ଘୋଷଣା କରିଥିବାବେଲେ ଅନ୍ୟ ପଟେ ସେଲ୍ଫଫାଇନାନ୍ସିଂ ପାଠ୍ୟକ୍ରମ କମ କରିବା ପ୍ରସଙ୍ଗକୁ ପ୍ରତ୍ୟାହାର କରିଛି।

ରାଜ୍ୟରେ ସେଲଫ୍ ଫାଇନାନ୍ସିଂ କୋର୍ସ ଲାଗୁ ପ୍ରସଙ୍ଗ ନେଇ ମତ ବଦଳାଇଛି ଉଚ୍ଚଶିକ୍ଷା ବିଭାଗ। ସମସ୍ତ ବିଶ୍ୱବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସିଂ କୋର୍ସ କୁ ୨୦%ରେ ସୀମିତ ରଖିବା ନିଷ୍ପତିକୁ ଉଚ୍ଚଶିକ୍ଷା ବିଭାଗ ପ୍ରତ୍ୟାହାର କରିଛି। ଏନେଇ ସବୁ ଶିକ୍ଷାନୁଷ୍ଠାନକୁ ରାଜ୍ୟ ସରକାର ଅବଗତ କରିଛନ୍ତି। ଏପ୍ରିଲ ୧୨ତାରିଖରେ କୁଳାଧିପତିଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସିଂ କୋର୍ସ  ସିଟ କମାଇ ୨୦% କରିବାକୁ ଉଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଚିଠି କରିଥିଲେ। ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ପାଇଁ ରେଗୁଲାର ବା ନିୟମିତ ପାଠ୍ୟକ୍ରମ ପ୍ରଭାବିତ ହେଉଥିବା ନେଇ କୁଳାଧିପତି ଚିନ୍ତା ପ୍ରକଟ କରି ଏହି ନିଷ୍ପତ୍ତି ନିଆଯାଇଥିଲା। ଆଗାମୀ ଶିକ୍ଷାବର୍ଷରେ ବିଶ୍ୱବିଦ୍ୟାଳୟମାନଙ୍କରେ କେଉଁ କୋର୍ସ ବନ୍ଦ ହେବ ତାକୁ ନେଇ ସିଣ୍ଡିକେଟ ନିଷ୍ପତ୍ତି ନେବା ସହ ନୂଆ ଆଡ଼ମିଶନ ନ କରିବାକୁ ମଧ୍ୟ କୁହାଯାଇଥିଲା। ଯାହାକୁ ନେଇ ପରେ ବିଭିନ୍ନ ମହଲରୁ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ଛାତ୍ର କଂଗ୍ରେସ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଘର ଘେରାଓ କରିଥିଲେ।

ଘରୋଇ କଲେଜ ଗୁଡ଼ିକୁ ଏହା ଦ୍ବାରା ରାଜ୍ୟ ସରକାର ପ୍ରୋତ୍ସାହିତ କରୁଥିବା ଅଭିଯୋଗ ଆଣିଥିଲେ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ଆଉ ଏକ ଚିଠି କରିବା ସହ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି। ପୂର୍ବରୁ ଯେଉଁଭଳି ସେଲ୍ଫଫାଇନାନ୍ସିଂ କୋର୍ସ ଚାଲୁ ରହିଥିଲା ତାହା ଚାଲିବ ବୋଲି କହିଛନ୍ତି।

ଅନ୍ୟପଟେ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ଖରା ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ସ୍କୁଲ ପରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛୁଟି ଘୋଷଣା କରାଯାଇଛି। ଆସନ୍ତା ଜୁନ ୧ ତାରିଖରୁ ଜୁନ ୧୬ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଖରାଛୁଟିରେ କଲେଜ ସମ୍ବନ୍ଧିତ ସମସ୍ତ ଆକ୍ଟିଭିଟି ଶେଷ କରିବାକୁ କୁହାଯାଇଛି। ଆବଶ୍ୟକ ସ୍ଥଳେ ଛୁଟି ଦିନରେ ପାଠପଢ଼ାଇ ସିଲାଵସ ଶେଷ କରିବାକୁ କୁହାଯାଇଛି। ତେବେ କ୍ଳାସ ସମୟ ଖରାକୁ ଦେଖି ବଦଳିବ ନା ପୂର୍ବ ପରି ଚାଲୁ ରହିବ ସେ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ।

"ବିଳମ୍ବରେ ପାଠପଢା ହୋଇଥିବାରୁ କୋର୍ସ ଶେଷ ହୋଇନାହିଁ। ଖରା ଛୁଟି ଅବଧି କମାଇ ଯଦି ପାଠପଢା ହୁଏ ତେବେ ସିଲାଵସ ଆଗେଇବ। ଆମର ଅନେକ ଡାଉଟ ବି କ୍ଲିଅର ହେବ। କୋର୍ସ ସାରିବା ପାଇଁ ହେଲେ ଖରା ଛୁଟିରେ କ୍ଳାସ ହେବା ନିହାତି ଆବଶ୍ୟକ," କହିଛନ୍ତି ଉତ୍କଳ ବିଶ୍ଵବିଦ୍ୟାଳୟ ରାଜନୀତି ବିଜ୍ଞାନର ସ୍ନାତକ ଛାତ୍ର ରାକେଶ ମହାନ୍ତି।
Published by:Soumya Das
First published: