ଗଣେଶ ପୂଜାରେ ପୁରୀବାସୀଙ୍କୁ ୧ କୋଟି ଚାଳିଶ ଲକ୍ଷର ଭେଟି ଦେଲେ ରାଜ୍ଯ ସରକାର

ପୁରୀବାସୀଙ୍କୁ୧ କୋଟି ଚାଳିଶ ଲକ୍ଷର ଭେଟି ଦେଲେ ରାଜ୍ଯ ସରକାର । ମୁକ୍ତା ଯୋଜନାରେ ବିକାଶ ହେବ ମଠ, ଜାଗାଘର।

ପୁରୀବାସୀଙ୍କୁ୧ କୋଟି ଚାଲିଶ ଲକ୍ଷର ଭେଟି ଦେଲେ ରାଜ୍ଯ ସରକାର (ପ୍ରତୀକାତ୍ମକ ଛବି)

ପୁରୀବାସୀଙ୍କୁ୧ କୋଟି ଚାଲିଶ ଲକ୍ଷର ଭେଟି ଦେଲେ ରାଜ୍ଯ ସରକାର (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia Digital

ପୁରୀ: ପୁରୀ ପୌର ପାଳିକା ପକ୍ଷରୁ  ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଅବସରରେ ୧୦ଟି ପ୍ରକଳ୍ପର ଉଦଘାଟନ କରାଯାଇଥିବା ବେଳେ ପୌରପାଳିକା ଅଧିନରେ ଥିବା ବିଭିନ୍ନ ଜାଗାଘର , ମଠ , ପୁଷ୍କରିଣୀ , ପାର୍କ , ଖୋଲା ପଡିଆର ହେବ ବିକାଶ ।

ପୌରସଦନ ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡ଼ଙ୍ଗୀ କହିଛନ୍ତି,"ପୁରୀ ଏକ ପ୍ରସିଦ୍ଧ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳ ହୋଇ ଥିବାରୁ ସ୍ୱଛତା ଓ ଶୃଙ୍ଖଳା ପୌର ପାଳିକା ପାଇଁ ଏକ ଆହ୍ଵାନ। ତେବେ ପୁରୀ ପୌରପାଳିକା ଓ ସାଧାରଣ ଲୋକ ମାନଙ୍କ ସହଯୋଗରେ ଏହା ସଫଳ ହୋଇଛି"। ରାଜ୍ଯ ସରକାର ମୁକ୍ତା ଯୋଜନାରେ ଜାଗାଘର ଓ ମଠର ବିକାଶ କରିଥିବାରୁ ଧନ୍ଯବାଦ ଦେବା ସହ ପୁରୀକୁ କୋଟିଏ ଚାଳିଶ ଲକ୍ଷର ଭେଟି ଦେବାକୁ ନେଇ ମୁଖ୍ଯମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି ବିଧାୟକ।

"ମୁକ୍ତା ଯୋଜନାରେ ୧ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟରେ ପୁରୀ ପୌରପାଳିକା ଅଧିନରେ ମ୍ଯୁନିସପାଲ କ୍ସବ ଓପନ ସ୍ପେସ ଡେଭେଲପମେଣ୍ଟ ପ୍ରକଳ୍ପ , ନୃସିଂହଗଡ ଜାଗା ମାଳତୀପଡା , ଆଖଣ୍ଡଳମଣୀ ମନ୍ଦିର ନିକଟରେ ଖୋଲାପଡିଆର ଉନ୍ନତିକରଣ , ମାଳିଗଡା ଜାଗା ପୋଖରୀ ର ପୁନରୁଦ୍ଧାର ଓ ପରିପାଶ୍ୱ ଉନ୍ନୟନ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ଖୋଲା ସ୍ଥାନ ବିକାଶ, ଅଡଙ୍ଗ ତିଆଡି ଜାଗା ମିନି ପାର୍କ, ରିଫ୍ୟୁଜି କଲୋନୀ ଖୋଲା ସ୍ଥାନ ବିକାଶ, ଖାସ ଜାଗା ଖୋଲା ସ୍ଥାନ ବିକାଶ, ଢିପ ଜାଗାର ସୌନ୍ଦର୍ଯ୍ୟ କରଣ ଓ ଗଡ ସାହଣ ଜାଗା ବିକାଶ ପ୍ରକଳ୍ପ ର ଉଦଘାଟନ କରାଯାଇଥିଲା । ଜିଲ୍ଲାପାଳ ସମର୍ଥ ବର୍ମା ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ପ୍ରକଳ୍ପ ବାବଦରେ ଫିଡ ବ୍ୟାକ ନେଇଥିଲେ । ପୁରୀ ପୌର ପାଳିକାର ବିଭିନ୍ନ ଉପଲବ୍ଧି ସମ୍ପର୍କରେ ସୂଚନା ଦେବା ସହ ନାଗରିକ ମାନଙ୍କର ସହଯୋଗକୁ ପ୍ରଶଂସା କରିଥିଲେ," କହିଛନ୍ତି ପୌର ନିର୍ବାହୀ ଅଧିକାରୀ  ସରୋଜ କୁମାର ସ୍ୱାଇଁ।

ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କୁ ଅତିଥି ମାନେ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଥିଲେ।
Published by:Soumya Das
First published: