ପଶୁପକ୍ଷୀଙ୍କ ସ୍ୱାର୍ଥକୁ ଚାହିଁଲେନି ରାଜ୍ୟ ସରକାର; କମ୍ପାନୀ ହାତକୁ ଟେକିଦେଲେ ଜମି

ଜଙ୍ଗଲ ଓ ପର୍ଯ୍ୟାବରଣ ବିଭାଗ ସମସ୍ତ ଆଇନ କାନୁନକୁ ଉଲ୍ଲଙ୍ଘନ କରି ଶିଳ୍ପପତିଙ୍କ ସ୍ୱାର୍ଥରକ୍ଷା ତଥା ଅନ୍ୟ କିଛି ନିହତ ସ୍ୱାର୍ଥ ଉଦ୍ଦେଶ୍ୟରେ ଏ ଜମିକୁ ହସ୍ତାନ୍ତର କରାଯାଇଛି ବୋଲି ପୂର୍ବତନ ପ୍ରଦେଶ କଂଗ୍ରେସ ଉପସଭାପତି ଡ.ଦେବାଶିଷ ପଟ୍ଟନାୟକ କହିଛନ୍ତି ।

ଜଙ୍ଗଲ ଓ ପର୍ଯ୍ୟାବରଣ ବିଭାଗ ସମସ୍ତ ଆଇନ କାନୁନକୁ ଉଲ୍ଲଙ୍ଘନ କରି ଶିଳ୍ପପତିଙ୍କ ସ୍ୱାର୍ଥରକ୍ଷା ତଥା ଅନ୍ୟ କିଛି ନିହତ ସ୍ୱାର୍ଥ ଉଦ୍ଦେଶ୍ୟରେ ଏ ଜମିକୁ ହସ୍ତାନ୍ତର କରାଯାଇଛି ବୋଲି ପୂର୍ବତନ ପ୍ରଦେଶ କଂଗ୍ରେସ ଉପସଭାପତି ଡ.ଦେବାଶିଷ ପଟ୍ଟନାୟକ କହିଛନ୍ତି ।

ଜଙ୍ଗଲ ଓ ପର୍ଯ୍ୟାବରଣ ବିଭାଗ ସମସ୍ତ ଆଇନ କାନୁନକୁ ଉଲ୍ଲଙ୍ଘନ କରି ଶିଳ୍ପପତିଙ୍କ ସ୍ୱାର୍ଥରକ୍ଷା ତଥା ଅନ୍ୟ କିଛି ନିହତ ସ୍ୱାର୍ଥ ଉଦ୍ଦେଶ୍ୟରେ ଏ ଜମିକୁ ହସ୍ତାନ୍ତର କରାଯାଇଛି ବୋଲି ପୂର୍ବତନ ପ୍ରଦେଶ କଂଗ୍ରେସ ଉପସଭାପତି ଡ.ଦେବାଶିଷ ପଟ୍ଟନାୟକ କହିଛନ୍ତି ।

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; କଟକ ଜିଲ୍ଲା ବାଙ୍କି ତହସିଲର ବାଁରା ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳରେ ୨୫ହଜାର ୬ଶହ ଏକର ଜମି ରାଜ୍ୟ ସରକାର ଏକ ଘରୋଇ କମ୍ପାନୀ ହାତକୁ ଟେକି ଦେଇଛନ୍ତି । ୨୦୨୧ ମସିହା ସେପ୍ଟେମ୍ବର ମାସ ୧୩ ତାରିଖ ଦିନ ପଞ୍ଜାବର ସିଙ୍ଗଲା ନାମକ ଜୈନିକ ବ୍ୟବସାୟୀଙ୍କ କଟକ ଆଗ୍ରାଭେଟ ନାମକ କମ୍ପାନୀକୁ ୬୭ ଲକ୍ଷ ୨୧ ହଜାର ୨ଶହ ୨ଟଙ୍କାରେ ୯୦ ବର୍ଷ ପାଇଁ ଇଡକୋ ଦ୍ୱାରା ଜମି ଯୋଗାଯାଇଛି । ଏଠାରେ ସ୍ଥାନରେ କଟକ ଆଗ୍ରାଭେଟ ଏକ ଇଥାନଲ କାରଖାନା ବସାଇବ । ଏହି କାରଖାନାରୁ ୧୨୫ କେଏଲପିଡି ଇଥାନଲ ଉତ୍ପାଦିତ ହେବ ବୋଲି କୁହାଯାଉଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସରକାର ଯୋଗାଇଥିବା ଏହି ଜମି ଡମପଡ଼ା ବାଙ୍କି ନିଶିଦ୍ଧାଞ୍ଚଳ ଜଙ୍ଗଲକୁ ଲାଗିଛି । ଏହି ଜମି ରାସ୍ତାଦେଇ ହାତୀମାନେ ପ୍ରତିଦିନ ଗମନାଗମନ କରନ୍ତି । ମହାନଦୀ ମୁହାଣରୁ ପାଣି ପିଅନ୍ତି । ଏହା ସହିତ ଏହି ଅଞ୍ଚଳକୁ ସାଇବେରିଆ ଅଞ୍ଚଳରୁ ବହୁ ବିଦେଶାଗତ ପକ୍ଷୀ ପ୍ରତିବର୍ଷ ଆସନ୍ତି । ତତ୍‌ସହିତ ଏହି ଜମି ସଂଲଗ୍ନ ଅଞ୍ଚଳଟି ଭାଲୁ, ହରିଣ, ସମ୍ବର, ଠେକୁଆ, ଗୋଧି, ମୟୁର ଏବଂ ଅଜଗର ଇତ୍ୟାଦି ପଶୁ, ସରିଶୃପ ଓ ପକ୍ଷୀ ମାନଙ୍କର ବାସସ୍ଥଳି ଅଟେ ।

ରାଜ୍ୟ ସରକାର ଏହି ଜମିକୁ ଶିଳ୍ପ ସ୍ଥାପନ ନିମନ୍ତେ ଦେବାବେଳେ ଇଡକୋ, କଟକ ଜିଲ୍ଲା ପ୍ରଶାସନ, ବାଙ୍କି ସବ୍‌କଲେକ୍ଟର, ତହସିଲଦାର ତଥା ରାଜ୍ୟ ପ୍ରଶାସନର ଜଙ୍ଗଲ ଓ ପର୍ଯ୍ୟାବରଣ ବିଭାଗ ସମସ୍ତ ଆଇନ କାନୁନକୁ ଉଲ୍ଲଙ୍ଘନ କରି ଶିଳ୍ପପତିଙ୍କ ସ୍ୱାର୍ଥରକ୍ଷା ତଥା ଅନ୍ୟ କିଛି ନିହତ ସ୍ୱାର୍ଥ ଉଦ୍ଦେଶ୍ୟରେ ଏ ଜମିକୁ ହସ୍ତାନ୍ତର କରାଯାଇଛି ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବାଙ୍କିର ପୂର୍ବତନ ବିଧାୟକ ତଥା ପୂର୍ବତନ ପ୍ରଦେଶ କଂଗ୍ରେସ ଉପସଭାପତି ଡ.ଦେବାଶିଷ ପଟ୍ଟନାୟକ ଗଣମାଧ୍ୟମ ସାମନାରେ କହିଛନ୍ତି ।

ଉକ୍ତ ଜମିରେ କଟକ ଆଗ୍ରାଭେଟ କମ୍ପାନୀ ଇଥାନଲ ପ୍ଲାଣ୍ଟ ସହିତ ୪ ମେଗାୱାଟର ଏକ ତାପଜ ବିଦ୍ୟୁତ କେନ୍ଦ୍ର ସ୍ଥାପନ କରବ । ଯେଉଁଥିପାଇଁ ପ୍ରତିଦିନ ୧୮୦ ଟନ କୋଇଲା ଜାଳେଣି ରୂପେ ଆବଶ୍ୟକ ପଡ଼ିବ । ଫଳରେ କୋଇଲାରୁ ନିର୍ଗତ ଧୂଆଁ, ଧୂଳି ଉକ୍ତ ଅଞ୍ଚଳର ଜୈବ ବିବିଧତା ଜଙ୍ଗଲ ଓ ପରିବେଶକୁ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ କରିବ । ଏହି କାରଖାନା ଅଞ୍ଚଳ ପାଖାପାଖି ନୂଆପଡ଼ା, କୁଆମୋଡ଼ା, ନରାଜ, ମୁଣ୍ଡୁଳି, ଭାଗିପୁର, କଲ୍ୟାଣପୁର ଇତ୍ୟାଦି ବହୁ ଗ୍ରାମ ଅଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ଏହି ଶିଳ୍ପ ପ୍ରତିଷ୍ଠା କରାଯାଉଥିବା ଜାଗାଠାରୁ ଏକ କିଲୋମିଟର ପରିସର ଭିତରେ ନବୋଦୟ ବିଦ୍ୟାଳୟ, ମୁଣ୍ଡୁଳୀ ହାଇସ୍କୁଲ, ସାଇ ଇଂଟରନ୍ୟାସନାଲ ସ୍କୁଲ ଓ କେନ୍ଦ୍ର ସରକାରଙ୍କର ସିଆଇଏସଫ ସଂସ୍ଥା ତଥା ମାତ୍ର ୪ କିମି ଦୂରରେ ନନ୍ଦନକାନନ ପ୍ରାଣି ଉଦ୍ୟାନ ଅବସ୍ଥିତ। ଖାଲି ସେିତିକି ନୁହେଁ ଓଡ଼ିଶା ହାଇକୋର୍ଟ ଏହି ଯାଗାଠାରୁ ମାତ୍ର ୫ କିଲୋମିଟର ଦୂରରେ ଅବସ୍ଥିତ । ତେଣୁ ଏଭଳି ଏକ ସମ୍ବେଦନଶୀଳ, ଜନବସତି ତଥା ଜଙ୍ଗଲ ଅଂଚଳରେ ଏଭଳି ଏକ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଏହା ତାଙ୍କର କେଉଁ ଦୁରଦୃଷ୍ଟିର ପାରଦର୍ଶିତା ବୋଲି କଂଗ୍ରେସ ଅଭିଯୋଗ ଆଣିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କମ୍ପାନୀ ଉପରୋକ୍ତ ଜମିରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାପୂର୍ବରୁ ପଲ୍ୟୁସନ କଂଟ୍ରୋଲ ବୋର୍ଡରୁ କ୍ଲିୟରାନ୍ସ ଆଣିନାହାନ୍ତି । କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପର୍ଯ୍ୟାବରଣ ମନ୍ତ୍ରଣାଳୟରୁ ଅନୁମତି ପାଇ ନାହାନ୍ତି ଏବଂ ରାଜ୍ୟ ଜଙ୍ଗଲ ଓ ପର୍ଯ୍ୟାବରଣ ମନ୍ତ୍ରଣାଳୟରୁ ଅନୁମତି ପାଇ ନାହାନ୍ତି । ଏପରିକି ଆଇନ ଅନୁସାରେ ଗ୍ରାମସଭା ଡକାନଯାଇ ବିଜୁ ଜନତାଦଳ ସମର୍ଥିିତ ସରପଞ୍ଚ ମିଛ ଗ୍ରାମସଭା ହୋଇଥିବାର ପ୍ରଦାନ କରିଛନ୍ତି । ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କର ଦାବି ଏହି ଅଂଚଳର ଜଳବାୟୁ ତଥା ବାୟୁମଣ୍ଡଳ, ଜୈବବିବିଧତାକୁ ପ୍ରଦ୍ୟୁଷିତ ନକରି ଅନ୍ୟ ଯେଉଁଠାରେ ଶିଳ୍ପାଞ୍ଚଳ ଗଢ଼ିଉଠିଛି ସେହିଠାରେ କରନ୍ତୁ ।

ଚୌଦ୍ୱାର ଶିଳ୍ପାଞ୍ଚଳରେ ହଜାର ହଜାର ଏକର ଲ୍ୟାଣ୍ଡ ଇଡ୍‌କୋ ପାଖରେ ପଡ଼ି ରହିଛି । ସେଠାରେ ଏହି ଶିଳ୍ପ ପ୍ରତିଷ୍ଠା କରାଯାଉ । କଂଗ୍ରେସ ଶିଳ୍ପାୟନରେ ବିରୋଧି ନୁହେଁ କିନ୍ତୁ ପରିବେଶ, ଜଙ୍ଗଲ ଓ ପଶୁପକ୍ଷି ଜୈବବିବିଧତା ଓ ଜନସାଧାରଣଙ୍କ ସ୍ୱାର୍ଥକୁ ଉପେକ୍ଷା କରି ଶିଳ୍ପାୟନକୁ ବିରୋଧ କରେ । ତେଣୁ ସରକାର ଖୋଦ ମୁଖ୍ୟମନ୍ତ୍ରୀ ଏହି ନଷ୍ପତିର ପୂର୍ନବିଚାର କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ନିବଦେନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ପ୍ରବକ୍ତା ମହମ୍ମଦ ହୁସେନ ଓରଜନୀ ମହାନ୍ତି ଉପସ୍ଥିତ ଥିଲେ ।
Published by:Soubhagya Mishra
First published: