ଗଞ୍ଜାମର ଏକମାତ୍ର ଆସିକା ଥାନାକୁ ଶିଶୁମିତ୍ର ଥାନା ଭାବେ ଘୋଷଣା କଲେ ରାଜ୍ୟ ସରକାର

ଗଞ୍ଜାମବାସୀଙ୍କ ପାଇଁ ଖିୁସି ଖବର। ଗଞ୍ଜାମର ଏକମାତ୍ର ଆସିକା ଥାନାକୁ ଶିଶୁମିତ୍ର ଥାନା ଭାବେ ଘୋଷଣା କଲେ ରାଜ୍ୟ ସରକାର।

ଗଞ୍ଜାମର ଏକମାତ୍ର ଆସିକା ଥାନାକୁ ଶିଶୁମିତ୍ର ଥାନା ଭାବେ ଘୋଷଣା କଲେ ରାଜ୍ୟ ସରକାର

ଗଞ୍ଜାମର ଏକମାତ୍ର ଆସିକା ଥାନାକୁ ଶିଶୁମିତ୍ର ଥାନା ଭାବେ ଘୋଷଣା କଲେ ରାଜ୍ୟ ସରକାର

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଆସିକା ସହର ଦିନ ଥିଲା ଏହି ସହର କ୍ରାଇମର ହବ । ଏଠି କଥା କଥାକେ ଗୁଳିମାଡ ବୋମାମାଡ ସାଙ୍ଗକୁ ଘଟୁଥିଲା ଜଘନ୍ୟ ହତ୍ୟାକାଣ୍ଡ। ଥାନା କହିଲେ ଲୋକେ ଥାନାପିଣ୍ଡାକୁ ଯିବା ପାଇଁ ଭୟ କରୁଥିଲେ। ହେଲେ କିନ୍ତୁ ଏବେ ଆଉ ନାହିଁ ସେହି ଅପରାଧିମାନଙ୍କ ଭୟ କି ଥାନା ଭୟ। ଲୋକଙ୍କ ମନକୁ ଜିଣିବା ପାଇଁ ବଦଳି ଯାଇଛି ଆସିକା ଥାନାର ରୂପରେଖ। ଥାନା ଏବେ ପାର୍କର ଭ୍ରମ ସୃଷ୍ଟି କରୁଥିବା ବେଳେ ରାଜ୍ୟ ସରକାର ଜିଲ୍ଲାର ପ୍ରଥମ ଥର ଭାବେ ଶିଶୁମିତ୍ର ଥାନାର ମାନ୍ୟତା ଦେଇଛନ୍ତି।

ଏ ହେଉଛି ଆସିକା ସହର। ଯେଉଁ ସହର ମାତ୍ର କିଛି ବର୍ଷ ଆଗରୁ ରହୁଥିଲା ଚର୍ଚ୍ଚାରେ। କାରଣ ଏଠି ଅନେକ ସମୟରେ ଅନେକ ଅପରାଧ ଘଟଣା ଘଟୁଥିବା ବେଳେ ଥାନାକୁ ଯିବା ପାଇଁ ଲୋକେ ସୁରକ୍ଷିତ ମଣୁନଥିଲେ। ହେଲେ ସେହି ଦିନର ଭୟ ବା ଅପରାଧିମାନଙ୍କ ଆଉ ଦବଦବା ନାହିଁ। ଏବେ ବଦଳି ଯାଇଛି ଆସିକା ସହର ତା ସାଙ୍ଗକୁ ଥାନାର ରୂପରେଖ। ଥାନାକୁ ଏତେ ମାତ୍ରାରେ ସଜାଯାଇଛି ଯେ ସତେ ଯେମିତି ଥାନା ଆଜି ପାର୍କର ଭ୍ରମ ସୃଷ୍ଟି କରୁଛି। ଲୋକଙ୍କ ପାଇଁ ରିସିପେସ୍ସନ ହଲ କଥା କୁହନ୍ତୁ ବା ମହିଳା ଡେକ୍ସ ସବୁକିଛି ଏଠି ଅତି ନୂଆ ପ୍ରଣାଳିରେ କାର୍ଯ୍ୟ କରୁଥିବା ବେଳେ ଏହି ଥାନାର ପରିବେଶ ଲୋକଙ୍କ ମନକୁ ବେଶ ଜିଣିପାରିଛି।

ଗଞ୍ଜାମର ଏକମାତ୍ର ଆସିକା ଥାନାକୁ ଶିଶୁମିତ୍ର ଥାନା ଭାବେ ଘୋଷଣା କଲେ ରାଜ୍ୟ ସରକାର


“ଏହି ଭଳି ଯଦି ରାଜ୍ୟ ସମସ୍ତ ଥାନାକୁ ଗୁରୁତ୍ଵ ଦିଆଯାଆନ୍ତା ଅଥବା ସମସ୍ତ ପୋଲିସ ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରନ୍ତେ ତେବେ ରାଜ୍ୟରୁ ଏକ ପ୍ରକାର ଅପରାଧ ଘଟଣା ଉଭେଇ ଯାଅଆନ୍ତା,’’ କହିଛନ୍ତି ଆସିକାର ଜଣେ ବରିଷ୍ଠ ସମାଜସେବୀ ସତ୍ୟ ନାରାୟଣ ସ୍ଵାଇଁ।

ଏମିତି କି ସାଧାରଣ ଜନତାଙ୍କୁ ଉଚିତ୍ ବ୍ୟବହାର ସାଙ୍ଗକୁ ମାମଲା ବଦଳରେ ସମାଧାନକୁ ଗୁରୁତ୍ଵ ଦିଅ।ଯାଇଥାଏ ଏହି ଥାନାରେ। ଅନେକ ସମୟରେ ଅଭିଯୋଗକାରୀଙ୍କୁ ମାମଲା ନ କରି ସମାଧାନର ବାଟ ବତାଇଥାନ୍ତି ଏହି ଥାନାର କାର୍ଯ୍ୟରତ କର୍ମଚାରୀମାନେ। ତେବେ ଏହି ଥାନା ପୁଣି ଆଉ ଗୋଟିଏ ପାଦ ଆଗକୁ ବଢ଼ିଛି। ରାଜ୍ୟରେ ୧୫ ଥାନାକୁ ଶିଶୁମିତ୍ର ଥାନା ଭାବେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଏକ ମାତ୍ର ଥାନା ଆସିକା ଥାନାକୁ ଶିଶୁମିତ୍ର ଥାନା ଭାବେ ସରକାର ଘୋଷଣା କରିଛନ୍ତି। ଆଉ ଶିଶୁମିତ୍ର ଥାନାର ସ୍ଵତର୍ନ୍ତ୍ର କୋଠରୀରେ ପିଲାଙ୍କ ଖେଳଣା ସାଙ୍ଗକୁ ରଙ୍ଗ ବେରଙ୍ଗର ଚିତ୍ରରେ ପରିପୂର୍ଣ୍ଣ ହୋଇଯାଇଛି ଥାନା କୋଠରୀ।

ଏହି ଥାନାକୁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ଗୁରୁତ୍ଵ ଦେଇଥିବା ବେଳେ ଆସନ୍ତା ଦିନରେ ମଧ୍ୟ ସମସ୍ତ ଥାନାର ନବୀକରଣ ହେବାର ସମ୍ଵାବନା ରହିଥିବା କହିଛନ୍ତି ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ।

ତେବେ ସତରେ ଏହିଭଳି ଯଦି ରାଜ୍ୟର ସମସ୍ତ ଥାନାର ରୂପରେଖ ବଦଳିଯାଆନ୍ତା ହୁଏତ ଅପରାଧ ଘଟଣା ଏକ ପ୍ରକାର ଲୋପ ପାଇଯାଅ।ନ୍ତା।
Published by:Lipina Das
First published: