ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ହେଲା ରାଜ୍ୟ ଅଗ୍ନିଶମ ବିଭାଗ; ସ୍ଥିତି ସମୀକ୍ଷା କଲେ ଅଗ୍ନିଶମ ଡ଼ିଜି

ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ୩୩୯ଟି ଦମକଳ କେନ୍ଦ୍ରକୁ ଆଲର୍ଟରେ ରଖାଯାଇଛି। ଏଥିସହ ୧୭୫ଟି ଟିମ୍କୁ ‘ରେଡ଼ି ଟୁ ମୁଭ୍’ ଆକ୍ସନ ମୋଡ଼ରେ ରଖାଯାଇଛି । ଏହା ସହିତ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ଡ଼ିଜି ସ୍ପଷ୍ଟ କରିଛନ୍ତି ।

ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ୩୩୯ଟି ଦମକଳ କେନ୍ଦ୍ରକୁ ଆଲର୍ଟରେ ରଖାଯାଇଛି। ଏଥିସହ ୧୭୫ଟି ଟିମ୍କୁ ‘ରେଡ଼ି ଟୁ ମୁଭ୍’ ଆକ୍ସନ ମୋଡ଼ରେ ରଖାଯାଇଛି । ଏହା ସହିତ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ଡ଼ିଜି ସ୍ପଷ୍ଟ କରିଛନ୍ତି ।

ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ୩୩୯ଟି ଦମକଳ କେନ୍ଦ୍ରକୁ ଆଲର୍ଟରେ ରଖାଯାଇଛି। ଏଥିସହ ୧୭୫ଟି ଟିମ୍କୁ ‘ରେଡ଼ି ଟୁ ମୁଭ୍’ ଆକ୍ସନ ମୋଡ଼ରେ ରଖାଯାଇଛି । ଏହା ସହିତ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ଡ଼ିଜି ସ୍ପଷ୍ଟ କରିଛନ୍ତି ।

  • Share this:
News18 Odia Digital

ଭୁବନେଶ୍ୱର: ବାତ୍ୟାର ମୁକାବିଲାକୁ ଦୃଷ୍ଟିରେ ରଖି ଜୋରଦାର  ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ ଅଗ୍ନିଶମ ବିଭାଗ। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ତଥା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ତଥ୍ୟ ଆଧାରରେ ନିଜେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଅଗ୍ନିଶମ ବିଭାଗ ଡ଼ିଜି ସନ୍ତୋଷ କୁମାର ଉପାଧ୍ୟାୟ । ସମୀକ୍ଷା ପରେ ଅଗ୍ନିଶମ ଡ଼ିଜି ସ୍ପଷ୍ଟ କରିଛନ୍ତି ଯେ,  ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ୩୩୯ଟି ଦମକଳ କେନ୍ଦ୍ରକୁ ଆଲର୍ଟରେ ରଖାଯାଇଛି। ଏଥିସହ ୧୭୫ଟି ଟିମ୍‌କୁ ‘ରେଡ଼ି ଟୁ ମୁଭ୍‌’ ଆକ୍ସନ ମୋଡ଼ରେ ରଖାଯାଇଛି । ଏହା ସହିତ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ଡ଼ିଜି ସ୍ପଷ୍ଟ କରିଛନ୍ତି ।

ବାତ୍ୟା ପ୍ରସ୍ତୁତିକୁ ସମୀକ୍ଷା ପାଇଁ ଶନିବାର ପୂର୍ବାହ୍ନରେ ବରମୁଣ୍ଡାସ୍ଥିତ ଅଗ୍ନିଶମ ବିଭାଗର ମୁଖ୍ୟାଳୟରେ ପହଞ୍ଚିଥିଲେ ରାଜ୍ୟ ଅଗ୍ନିଶମ ଡ଼ିଜି ସନ୍ତୋଷ କୁମାର ଉପାଧ୍ୟାୟ । ବିପର୍ଯ୍ୟୟ ସମୟରେ କିଭଳି ସ୍ଥିତିର ସଠିକ୍ ମୁକାବିଲା କରାଯାଇପାରିବ ସେନେଇ ଗ୍ରାଉଣ୍ଡ ରିୟଲିଟିର ସମୀକ୍ଷା କରିଥିଲେ । ବିଶେଷକରି ସମ୍ଭାବ୍ୟ ବାତ୍ୟା ସମୟରେ ଉପୁଡ଼ି ପଡ଼ି ରାସ୍ତା ଅବରୋଧ କରୁଥିବା ଗଛ ହଟାଇବା ସହିତ ବାତ୍ୟା ବିପନ୍ନଙ୍କୁ ଉଦ୍ଧାର କାର୍ଯ୍ୟ କିଭଳି ତ୍ୱରାନ୍ୱିତ ହୋଇପାରିବ ସେନେଇ ସ୍ଥିତି ପରଖିଥିଲେ ।

ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ଅଗ୍ନିଶମ ଡ଼ିଜି କହିଛନ୍ତି,"ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ଅଗ୍ନିଶମ ବିଭାଗ ପୁରା ପ୍ରସ୍ତୁତ। ସମସ୍ତ ୩୦ଟି ଜିଲାରେ ଥିବା ୩୩୯ଟି ଦମକଳ କେନ୍ଦ୍ରକୁ ହାଇଆଲର୍ଟରେ ରଖାଯାଇଛି। ଏହା ସହିତ ୨୬ଟି ଜିଲା ଉପରେ ସତର୍କ ନଜର ରଖାଯିବା ସହିତ ୪ଟି ଜିଲ୍ଲା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ପ୍ରସ୍ତୁତି ସ୍ବରୂପ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସୂଚନା ଆଦାନ ପ୍ରଦାନ ସହିତ ବିଭିନ୍ନ ବିଭାଗ ଭିତରେ ସମନ୍ୱୟ ରକ୍ଷା ପାଇଁ କୁହାଯାଇଛି । ବାତ୍ୟାରେ ପ୍ରଭାବିତ ଲୋକଙ୍କୁ ଆଗୁଆ ସ୍ଥାନାନ୍ତର ସହିତ ଉଦ୍ଧାର କାର୍ଯ୍ୟ ଓ ବାତ୍ୟା ପରବର୍ତୀ ସମୟରେ ଯୋଗାଯୋଗର ପୁନରୁ୍‌ଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ଗୁୁରୁତ୍ୱ ଦିଆଯଇଛି । ୧୭୫ଟି ଦମକଳକେନ୍ଦ୍ରକୁ ‘ରେଡ଼ି ଟୁ ମୁଭ ଆକ୍ସନ’ ମୋଡ଼ରେ ରଖାଯାଇଥିବା ବେଳେ କେବଳ ଭୁବନେଶ୍ୱରର ପ୍ରାୟ ୧୮ଟି ସ୍ଥାନରେ ରାସ୍ତା ସଫା କରିବା ତଥା ଜଳ ନିଷ୍କାସନ ପାଇଁ ପ୍ରାଥମିକତା ଦିଆଯିବାକୁ ଟିମ ରଖିବାକୁ ନିଷ୍ପତ୍ତି ହୋଇଛି ।

ସେ ସ୍ପଷ୍ଟ କରିଛନ୍ତି ଯେ, ସରକାରଙ୍କ ଫୋକସରେ ଥିବା ‘ମିଶନ ଜିରୋ’ କାଜୁଆଲଟି ଉପରେ ବିଭାଗର ରହିଛି ପ୍ରାଥମିକତା। ସବୁଠାରୁ ବଡ଼ କଥା ହେଲା ବାତ୍ୟା ସ୍ଥିତିର ମୁକାବିଲା ପାଥଁ ଅଗ୍ନିଶମ ବିଭାଗର ସବୁ କର୍ମଚାରୀଙ୍କ ଛୁଟି ବାତିଲ କରାଯିବା ସହିତ ଛୁଟିରେ ଯାଇଥିବା କର୍ମଚାରୀଙ୍କୁ କାର୍ଯ୍ୟରେ ତୁରନ୍ତ ଯୋଗ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଅଗ୍ନିଶମ ବିଭାଗ ଡ଼ିଜି ସ୍ପଷ୍ଟ କରିଛନ୍ତି ।

ପୂର୍ବ ଅଭିଜ୍ଞତା ଆଧାରରେ ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ କରାଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି । ବିଶେଷକରି ବୁଡ଼ିଯାଉଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର କରିବା କିମ୍ବା ଗଛ ତଳେ ଚାପି ହୋଇଥିବା ବିପନ୍ନଙ୍କୁ ଉଦ୍ଧାର କରିବା ତଥା ଅନ୍ୟ ଉଦ୍ଧାରକାରୀ  ସଂସ୍ଥା ସହ ସମନ୍ୱୟରେ କିଭଳି କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ସେ ନେଇ ମଧ୍ୟ ସ୍ଥିତି ନେଇ ଆଲୋଚନା ହୋଇଥିଲା ।

ଏହି ଅବସରରେ ବାତ୍ୟା କାରଣରୁ ଅବରୋଧ ହୋଇ ରହିଥିବା ଗଛ, କିମ୍ବା ବିଦ୍ୟୁତ୍‌ଖୁଣ୍ଟିକୁ ତୁରନ୍ତ ହଟାଇବା ଓ ଯୋଗାଯୋଗ ପୁନଃସ୍ଥାପନ ଉପରେ ପ୍ରାଥମିକତା ଦିଆଯିବା ଆଦି ଉଦ୍ଧାର କୌଶଳର ଡେମୋ ପ୍ରଦର୍ଶନ କରିଥିଲେ ବିଭାଗୀୟ କର୍ମଚାରୀ। ମୋଟ ଉପରେ ବାତ୍ୟା ପ୍ରସ୍ତୁତିକୁ ନେଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା । ବାତ୍ୟା ଓ ବନ୍ୟା ବେଳେ ବିପନ୍ନଙ୍କୁ ସହାୟତା ସହ ଲୋକଙ୍କ ଜୀବନ ରକ୍ଷା ସେମାନଙ୍କ ପ୍ରାଥମିକତା ରହିବ ବୋଲି କର୍ମଚାରୀମାନେ ମତ ରଖିଥଲେ।

ଏହି ଅବସରରେ ଓଡ଼ିଶା ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ପୂର୍ଵ ଉଦ୍ଧାର କାର୍ଯ୍ୟକୁ ପ୍ରଶଂସା କରିଥିଲେ ଡ଼ିଜି। ଏହା ସହିତ ପ୍ରଶିକ୍ଷଣକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ ଡ଼ିଜି । ଆଗାମୀ ସମୟରେ ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଆଧୁନିକ ଯନ୍ତ୍ରପାତି ବ୍ୟବହାର ଉପରେ ଗୁରୁ୍‌ତ୍ୱ ଦିଆଯିବ ବୋଲି  ସ୍ପଷ୍ଟ କରିଥିଲେ  ଅଗ୍ନିଶମ ଡ଼ିଜି।
Published by:Soumya Das
First published: